ଜୀବନ ମନ୍ତ୍ର


ସୁଖ ଓ ଦୁଃଖ ଜୀବନର ଦୁଇଟି କ୍ରମ  । ଖରା, ବର୍ଷା ଏବଂ ବାତ୍ୟା, ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ଆକାଶ ଉପରେ କୌଣସି ପ୍ରଭାବ ପକାଇପାରନ୍ତି ନାହିଁ  । ସେହିପରି ସୁଖ ଓ ଦୁଃଖକୁ ରଙ୍ଗମଞ୍ଚ ଭଳି ଭାବିବା ଉଚିତ୍  । ଏହା ଈଶ୍ୱରଙ୍କ ବ୍ୟବସ୍ଥା  । ନିସ୍ୱାର୍ଥ ଏବଂ ନିଷ୍କାମ ସେବାଭାବ ସହିତ ଭକ୍ତି ନକଲେ କର୍ମର ଫଳ ଅନୁକୂଳ ମିଳିବ ନାହିଁ  । ଆଧ୍ୟାତ୍ମ ଅଭାବକୁ ଦୂର କରି ଇନ୍ଦ୍ରିୟ ଉପରେ ନିୟନ୍ତ୍ରଣ ରଖିପାରିଲେ ଆମ ସେବା ଧର୍ମ ଫଳବତୀ ହେବ  । ମନକୁ ସୁଧାରି ନେଲେ ସବରୀ ଓ ବିଗାଡ଼ି ଦେଲେ ସେ ଆମକୁ ଶୁର୍ପଣଖା କରିଦେବ  । ମନର ଅହଂକୁ ବିନାଶ କରିପାରିଲେ ଏବଂ କାମ, କ୍ରୋଧ, ଲୋଭ, ମୋହ ଭଳି ବିକାରକୁ ନଷ୍ଟ କରିପାରିଲେ ଜୀବନ ବଦଳି ଯିବ  । ଭାଗବତ ଜ୍ଞାନର ଏକ ଉତ୍ତମ ମାର୍ଗ  । ଭାଗବତ କଥା ଶୁଣିଲେ ଧର୍ମ ଏବଂ ଜ୍ଞାନ ମାର୍ଗ ପ୍ରଶସ୍ତ ହୋଇଥାଏ  । ଏହି ଜ୍ଞାନ ଆମକୁ ପାପମୁକ୍ତ କରେ  । ଗଙ୍ଗା ଯେମିତି ବିନା ଭେଦଭାବରେ ସଭିଙ୍କୁ ମୋକ୍ଷ ପ୍ରଦାନ କରେ, ଠିକ୍ ସେହିପରି ଭାଗବତ ମହାପୁରାଣ ଶ୍ରବଣ ମଧ୍ୟ ମୋକ୍ଷ ପ୍ରାପ୍ତିର ଏକମାତ୍ର ଉପାୟ  । ଭାଗବତ ସମସ୍ତ ପୁରାଣ ଏବଂ ଧର୍ମଗ୍ରନ୍ଥଗୁଡ଼ିକର ମହାସମୁଦ୍ର ଅଟେ  ।  ଜୀବନର ପ୍ରତିଟି ସମୟରେ ଈଶ୍ୱରଙ୍କ ନାମ ସ୍ମରଣ ପୂର୍ବକ ପରୋପକାରରେ ନିମଗ୍ନ ରହିବା ହିଁ ଜୀବନ ମନ୍ତ୍ର କହିଲେ ଅତୁ୍ୟକ୍ତି ହେବନାହିଁ । ଅଷ୍ଟାଦଶ ପୁରାଣେଷୁ ବ୍ୟାସସ୍ୟ ବଚନଦୋୟମ୍, ପରୋପକାରାୟ ସ୍ୱର୍ଗାୟ ପାପାୟ ପରପୀଡ଼ନମ୍ । ଏହି ଜ୍ଞାନ ଆମକୁ ମୋକ୍ଷପ୍ରାପ୍ତିର ମାର୍ଗ ଦର୍ଶାଏ  । 
ଦେବଦତ୍ତ ବିଶ୍ୱାଳ,ମୋ: ୯୮୬୧୯୪୪୫୯୪