ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ

 କୁଆଖିଆ : ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ ଅବସରରେ ରସୁଲପୁର ବ୍ଲକର ବଡ଼କଇଁଚି ପଞ୍ଚାୟତ ନାଉପାଳ ଅଙ୍ଗନବାଡି କେନ୍ଦ୍ରରେ ସଚେତନତା ଅଭିଯାନ ପାଳିତ ହୋଇଯାଇଛି । କର୍ମୀ ବିଭାସିନୀ ମଲ୍ଲିକ ଉପସ୍ଥିତ ମାଆ ମାନଙ୍କୁ ଶିଶୁ ଜନ୍ମ ହେବାର କେତେ ସମୟ ମଧ୍ୟରେ ସ୍ତନ୍ୟପାନ କରାଇବା ଉଚିତ୍, ମାଆ କ୍ଷୀର ଶିଶୁ ପାଇଁ ଏକ ବରଦାନ ଏବଂ ଶିଶୁକୁ ବିଭିନ୍ନ ରୋଗରୁ ବଞ୍ଚାଇଥାଏ ବୋଲି ବୁଝାଇବା ସହିତ ନବଜାତ ଶିଶୁର କିପରି ଯନô ନିଆଯିବ ସେ ସମ୍ପର୍କରେ ସଚେତନତା କରିଥିଲେ । କାର୍ଯ୍ୟକ୍ରମରେ ୨୦ରୁ ଞର୍ଦ୍ଧ୍ୱ ମହିଳା ଯୋଗଦାନ କରିଥିବା ବେଳେ ସହାୟିକା ସାବିତ୍ରୀ ବାରିକ ସହଯୋଗ କରିଥିଲେ ।