ବୁଥସ୍ତରୀୟ  ଅଧିକାରୀଙ୍କୁ ପ୍ରଶିକ୍ଷଣ

   କନ୍ଧମାଳ /ଫୁଲବାଣୀ : କନ୍ଧମାଳ ଜିଲ୍ଲା ବିଧାନସଭା ମଣ୍ଡଳୀରେ ଥିବା ସମସ୍ତ ବୁଥ୍ସ୍ତରୀୟ ଅଧିକାରୀମାନଙ୍କ ନିମନ୍ତେ ଏକ ଜାତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସ୍ଥାନୀୟ ତହସିଲ କାର୍ଯ୍ୟାଳୟରେ ଥିବା ମିଟିଙ୍ଗ ହଲରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ବ୍ଲକରେ ଥିବା ବୁଥ୍ସ୍ତରୀୟ ଅଧିକାରୀ ଏବଂ ବୁଥ୍ସ୍ତରୀୟ ସୁପରଭାଇଜରମାନେ ପ୍ରଶିକ୍ଷଣ ନେଉଛନ୍ତି । ଏହି ଶିବିରକୁ ଅତିରିକ୍ତ ନିର୍ବାଚନ ଅଧିକାରୀ କୁଶଳ ଚନ୍ଦ୍ର ନାୟକ ଉଦ୍ଘାଟନ କରିଥିଲେ । ଏଥିରେ ନିର୍ବାଚକ ପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ଭିକାରୀ ସାହୁ, ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟର ସହାୟକ ଜିଲ୍ଲାପାଳ କୁମୁଦିନୀ ମଲ୍ଲିକ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳ ବିବେକାନନ୍ଦ ସାମଲ, ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସହାୟକ ଜିତେନ୍ଦ୍ର ମାର୍ଥା ପ୍ରମୁଖ ତାଲିମ ପ୍ରଦାନ କରିଥିଲେ । ଭାରତୀୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଦିଲ୍ଲୀରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଫୁଲବାଣୀ ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ଫିରିଙ୍ଗିଆ ବ୍ଲକର ବୁଥ୍ସ୍ତରୀୟ ସୁପରଭାଇଜର ସିମାଞ୍ଚଳ ମୁଖୀ ଯୋଗ ଦେଇ ତାଲିମ ଗ୍ରହଣ କରି ଆସିଥିଲେ । ଏହି ଶିବିରରେ ବରିଷ୍ଠ ରାଜସ୍ୱ ସହାୟକ ସନ୍ତୋଷିନୀ ବରାଡ, କାର୍ଯ୍ୟକ୍ରମ ସହାୟକ ଅମ୍ବିକାବାଳା ପାଢ଼ୀ, ସହାୟକ ରାହୁଲ ବେହେରା ପ୍ରମୁଖ ସହଯୋଗ କରିଥିଲେ ।