ସିବିଏସ୍ଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳାଫଳ
ତାଳଚେର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ତାଳଚେର ଡ଼ିଏଭି ଜଗନ୍ନାଥ କ୍ଷେତ୍ରର ଛାତ୍ରଛାତ୍ରୀମାନେ କୃତିତ୍ୱ ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ବିଦ୍ୟାଳୟରୁ +୨ବିଜ୍ଞାନରେ ୮୯ଜଣରୁ ବାଣିଜ୍ୟରେ ୩୭ଜଣ, କଳାରେ ୧୬ଜଣ ପରୀକ୍ଷା ଦେଇଥିଲେ । ବିଜ୍ଞାନ, ବାଣିଜ୍ୟ ଓ କଳାରେ ୧୩୨ଜଣ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖି ବିଦ୍ୟାଳୟ ପାଇଁ ଗୌରବ ଅର୍ଜନ କରିଥିଲେ । ଦ୍ୱାଦଶ ଶ୍ରେଣୀ ବିଜ୍ଞାନରେ ବିନାୟକ ବେହେରା ୯୧.୬ ନମ୍ବର ରଖି ପ୍ରଥମ ସ୍ଥାନ, ଅମି୍ରତ ପ୍ରସାଦ ପାଢ଼ୀ ୯୧.୪୫ ଦ୍ୱିତୀୟ ସ୍ଥାନ ଓ ଅଭିଷେକ ଦାଶ ୮୮.୮ତୃତୀୟ ସ୍ଥାନ ହୋଇଛନ୍ତି । ସେହିପରି ବାଣିଜ୍ୟରେ ପ୍ରୀତିପ୍ରଜ୍ଞା ପ୍ରିୟଦର୍ଶିନୀ ୯୬ ପ୍ରତିଶତ ନମ୍ବର ରଖି ପ୍ରଥମ ସ୍ଥାନ, ଓମ୍କାର ସିଂ ୯୩ ପ୍ରତିଶତ ଦ୍ୱିତୀୟ ଅର୍ପିତା ଧର ୯୨.୬ତୃତୀୟ ସ୍ଥାନ ଅଧିକାର କରିଛନ୍ତି । କଳାରେ ପଲ୍ଲବୀ ନନ୍ଦ୯୦.୬ ପ୍ରତିଶତ ନମ୍ବର ରଖି ପ୍ରଥମ, ଜ୍ୟୋର୍ତିମୟୀ ପ୍ରଧାନ ୮୭ପ୍ରତିଶତ ଦ୍ୱିତୀୟ, ଓ ସଞ୍ଜିବ ସାହୁ ୮୨.୪ ପ୍ରତିଶତ ରଖି ତୃତୀୟ ହୋଇଛନ୍ତି । ଦଶମ ଶ୍ରେଣୀ ପରୀକ୍ଷାରେ ୨୨୧ଜଣ ପରୀକ୍ଷା ଦେଇଥିବା ବେଳେ ୩୮ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟର ଗୌରବ ମଣ୍ଡନ କରିଛନ୍ତି । ପି୍ରତିକା ପ୍ରିୟଦର୍ଶିନୀ ୯୯.୨ପ୍ରତିଶତ ନମ୍ବର ରଖି ପ୍ରଥମ ସ୍ଥାନ ଓ ବିଭୁପ୍ରସାଦ ସ୍ୱାଇଁ ଓ ସୁଶ୍ରୀଶ୍ର୍ୟାମ ୯୮.୪ ପ୍ରତିଶତ ନମ୍ବର ରଖି ଯୁଗ୍ମ ଦ୍ୱିତୀୟ ସ୍ଥାନ ଓ ନିହାର ରଞ୍ଜନ ସେନାପତି ୯୬.୮ ପ୍ରତିଶତ ନମ୍ବର ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଛାତ୍ରଛାତ୍ରୀମାନଙ୍କର ଏହି ସଫଳତା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷା ଶୁକ୍ଳାଚକ୍ରବର୍ତ୍ତୀ ସାଧୁବାଦ୍ ଜଣାଇଛନ୍ତି ।