ବୃତ୍ତି ଚୟନ : ପରାମର୍ଶଭିତ୍ତିକ ସେମିନାର

ଖଣ୍ଡପଡ଼ା : ଖଣ୍ଡପଡ଼ା ମହିଳା କଲେଜରେ +୨ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରୀମାନଙ୍କ ଉଦେ୍ଦଶ୍ୟରେ ବୃତ୍ତିଚୟନ ଶିର୍ଷକ ପରାମର୍ଶଭିତ୍ତିକ ସେମିନାର ଅନୁଷ୍ଠିତ ହୋଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ନିଦେ୍ର୍ଦଶାଳୟ ପକ୍ଷରୁ ପରିଚାଳିତ ଅନ୍ଲାଇନ ପାଠ୍ୟଚକ୍ରରେ ଛାତ୍ରୀଙ୍କ ଠାରୁ ଆରମ୍ଭ କରି ଅଧ୍ୟାପକ ଓ ଅଧ୍ୟାପିକାମାନେ ଉପସ୍ଥିତ ରହି ଆବଶ୍ୟକ ଉପାଦେୟ ପରାମର୍ଶ ଗ୍ରହଣ କରିଥିଲେ । +୨ ପାଠ ପଢା ଶେଷ ପରେ ଉପଯୁକ୍ତ ବୃତ୍ତିଚୟନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ କାର୍ଯ୍ୟକ୍ରମ ଜରିଆରେ  ଛାତ୍ରୀମାନଙ୍କୁ ମାର୍ଗ ଦର୍ଶନ କରାଯାଇଥିଲା । ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ଉପଲବ୍ଧ ଭିନ୍ନ ଭିନ୍ନ ବୃତ୍ତିଚୟନ କରି ଛାତ୍ରୀମାନେ ସମାଜରେ କିପରି ସ୍ୱାବଲମ୍ବନଶୀଳ ହେବା ସହ ପ୍ରତିଷ୍ଠିତ ହୋଇପାରିବେ ସେଇ ମହତ ଲକ୍ଷ୍ୟ ନେଇ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ଅନୁଷ୍ଠାନର ଅଧ୍ୟକ୍ଷା ସ୍ମିତାଶେଫାଳି ମହାପାତ୍ର ପ୍ରକାଶ କରିଛନ୍ତି ।