ବେଆଇନ ଖଣିରୁ ୩ ଟ୍ରାକ୍ଟର ଜବତ
ାା ପ୍ରଭାନୁ୍ୟଜ୍ ।ା ଚିଲିକା : ବେଆଇନ ମାଙ୍କଡାପଥର ଖଣିରେ ଚୋରାଚାଲାଣରେ ବ୍ୟବହୃତ ୩ଟି ଟ୍ରାକ୍ଟରକୁ ପୁଲିସ ଜବତ କରିଛି । ଟାଙ୍ଗୀ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାଯତରେ ମାଙ୍କଡାପଥର ଖଣିରେ ବ୍ୟାପକ ପଥର ଖନନ ଓ ଚୋରାଚାଲାଣ ଅବାଧ ଚାଲିଛି । ବିଶେଷ କରି ରାତ୍ରି ସମୟରେ ଏତାଦୃଶ ବେଆଇନ ବେଆଇନ କାର୍ଯ୍ୟ ଚାଲିଥିବା କୌଣସି ସୂତ୍ରରୁ ଖବର ପାଇ ପୁଲିସ ସଦଳବଳେ ଚଢଉ କରି ଘଟଣାସ୍ଥଳରୁ ଏହି ଟ୍ରାକ୍ଟର ଜବତ କରିଥିବା ଖବର ମିଳିଛି । ଏଥିନେଇ ମାମଲା ରୁଜୁ ହୋଇଛି ।