ଏନ୍ଆଇଟି ଛାତ୍ରଛାତ୍ରୀଙ୍କୁ ଡାଲମିଅାଁ ସିମେଣ୍ଟର ଆତିଥ୍ୟ ପ୍ରଦାନ 

 ରାଜଗାଙ୍ଗପୁର: ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ ଏହାର ରାଜଗାଙ୍ଗପୁର ସ୍ଥିତ ସର୍ବାଧୁନିକ ସମନ୍ୱିତ ସିମେଣ୍ଟ ୟୁନିଟରେ ଶିଳ୍ପ ଶିକ୍ଷଣୀୟ ପରିଦର୍ଶନ ଗସ୍ତରେ ନ୍ୟାସନାଲ ଇନଷ୍ଟିଚୁ୍ୟଟ ଅଫ୍ ଟେକ୍ନୋଲୋଜି ରାଉରକେଲାର ଛାତ୍ରଛାତ୍ରୀଙ୍କୁ ଆତିଥ୍ୟ ପ୍ରଦାନ କରିଛି । କାର୍ଯ୍ୟକ୍ରମ ବୁ୍ୟରୋ ଅଫ୍ ଇଣ୍ଡିଆନ ଷ୍ଟାଣ୍ଡାର୍ଡସ୍ ସହଯୋଗୀତାରେ ଆୟୋଜିତ ହୋଇଥିଲା । ଯାହା ଶିକ୍ଷାଗତ ଜ୍ଞାନକୁ ବାସ୍ତବ ଜଗତ ଶିଳ୍ପ କାର୍ଯ୍ୟାଭ୍ୟାସ ସହିତ ଯୋଡିବା ଲକ୍ଷ୍ୟ ରଖିଥିଲା । ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଉନ୍ନତ ସିମେଣ୍ଟ ଉତ୍ପାଦନ କ୍ଷେତ୍ରରେ ଅନ୍ତର୍ଦୃଷ୍ଟି ପ୍ରଦାନ କରାଯାଇଥିଲା । ଆଶିଷ କନର, ସାଇଂଟିଷ୍ଟ-ଡି ଏବଂ ଜଏଣ୍ଟ ଡାଇରେକ୍ଟର, ବିଆଇଏସ୍ଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ମଧ୍ୟ ବାସ୍ତବ ଜଗତ ଶିଳ୍ପ ପରିଚାଳନା କ୍ଷେତ୍ରରେ ବିଆଇଏସ ମାନକ ଗୁଡିକର ପ୍ରୟୋଗ ସମ୍ପର୍କରେ ଅନ୍ତର୍ଦୃଷ୍ଟି ପ୍ରଦାନ କରିଥିଲା । ପ୍ଲାଣ୍ଟ ପରିଦର୍ଶନର ଏକ ପ୍ରମୁଖ ବିଷୟ ଥିଲା ଯେ, ଏହି ପ୍ଲାଣ୍ଟ ଏପ୍ରିଲ ୨୦୨୧ରୁ ପରୀକ୍ଷଣ ହୋଇଆସୁଥିବା ଉତ୍ପାଦ ନମୁନାଗୁଡିକରେ ଶୂନ୍ୟ ବିଫଳତା ହାସଲ କ୍ଷେତ୍ରରେ ଏହାର ଉତ୍ପାଦନ ପ୍ରକ୍ରିୟା ସମୂହ, ଦୀର୍ଘସ୍ଥାୟୀ ପ୍ରୟାସ ଏବଂ ସର୍ବୋଚ୍ଚ ମାନର ଷ୍ଟାଣ୍ଡାର୍ଡସ୍ ଅନୁପାଳନ ସକାଶେ ଡିସେମ୍ବର ୨୦୨୩ରେ ବିଆଇଏସ୍ ଦ୍ୱାରା ସ୍ୱୀକୃତି ଲାଭ କରିଛି ।  ଏହି ପ୍ରୟାସ ସମ୍ପର୍କରେ ଉଲ୍ଲେଖ କରି ଚେତନ ଶ୍ରୀବାସ୍ତବ, ଏକ୍ଜିକୁ୍ୟଟିଭ ଡାଇରେକ୍ଟର, ଡିସିବିଏଲ ଏବଂ ୟୁନିଟ ହେଡ ରାଜଗାଙ୍ଗପୁର କହିଥିଲେ, ଡାଲମିଆ ଭାରତରେ ଆମେ ଅର୍ଥପୂର୍ଣ୍ଣ ସହଯୋଗୀତାରେ ବିଶ୍ୱାସ କରୁଛୁ । ଯାହା ପରବର୍ତୀ ପିଢ଼ିର ବତ୍ତିଧାରୀଙ୍କୁ ବାସ୍ତବ ଜଗତର ଏକ୍ସପୋଜର ପ୍ରଦାନ ସହିତ ସଶକ୍ତ କରୁଛି ।