ଖଣିରେ ଠିକା ଶ୍ରମିକଙ୍କ ଆନେ୍ଦାଳନ

ତାଳଚେର : ତାଳଚେର ଭୁବନେଶ୍ୱରୀ କୋଇଲା ଖଣିରେ ଭିିପିଆର କମ୍ପାନୀ ଠିକାକାର୍ଯ୍ୟ ସମୟସୀମା ସରିଯାଇଥିବାରୁ ଗତକାଲି ରାତ୍ରିରେ ତାର ସମସ୍ତ ଟ୍ରକ ଓ ମେସିନ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରୁଥିବା ସମୟରେ ଉକ୍ତ କମ୍ପାନୀରେ କାର୍ଯ୍ୟରତ ଠିକାଶ୍ରମିକମାନେ ସମସ୍ତ ଟ୍ରକ ଓ ମେସିନ୍କୁ ଅଟକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କମ୍ପାନୀ କର୍ତ୍ତୃପକ୍ଷ ଠିକା ଶ୍ରମିକମାନଙ୍କୁ ସେମାନଙ୍କ ବକେୟା ଥିବା ଟଙ୍କା ପ୍ରଦାନ ନ କରି ରାତାରାତି ପଳାଇ ଯାଉଥିବା ଅଭିଯୋଗ କରିଛନ୍ତି ଶ୍ରମିକମାନେ । ତେବେ ଠିକା ଶ୍ରମିକମାନଙ୍କର ବାକି ରହିଥିବା ଦରମା, ଗିଫ୍ଟକାର୍ଡ଼ ଓ ବନୋସ୍ କାର୍ଡ଼ ଆଦିକୁ କମ୍ପାନୀ କର୍ତ୍ତୃପକ୍ଷ ପ୍ରଦାନ ନ କରି ସେଠାରୁ ଅତି ତରବରିଆ ଭାବେ ପଳାଇ ଯାଉଥିବା ଉକ୍ତ କମ୍ପାନୀରେ କାର୍ଯ୍ୟ କରି ଆସୁଥିବା ସମସ୍ତ ଠିକାଶ୍ରମିକମାନେ ବିରୋଧ କରିଥିବା ଜଣାପଡ଼ିଛି । ଯେପର୍ଯ୍ୟନ୍ତ କାର୍ଯ୍ୟରତ ୨ହଜାର ଠିକା ଶ୍ରମିକଙ୍କ ବକେୟା ରାଶିକୁ କମ୍ପାନୀ ପ୍ରଦାନ ନ କରିଛି, ସେ ପର୍ଯ୍ୟନ୍ତ ଗାଡ଼ି ସହ ମେସିନ୍କୁ ଅନ୍ୟତ୍ର ଛଡ଼ାଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଭିପିଆର କମ୍ପାନୀ କାର୍ଯ୍ୟରତ ଠିକାଶ୍ରମିକମାନେ । ଅନ୍ୟପକ୍ଷରେ କମ୍ପାନୀର କର୍ତ୍ତୃପକ୍ଷ କହିବା କଥା ଠିକା ଶ୍ରମିକମାନଙ୍କ ସହ କଥା ବାର୍ତ୍ତା ଚାଲିଥିବାବେଳେ ଟ୍ରକ ଗୁଡ଼ିକୁ ଦିନବେଳା ନୋ ଏଣ୍ଟ୍ରି ରହିଥିବାରୁ ଏ ଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଉଥିଲା ବୋଲି ସଫେଇ ଦେଇଛନ୍ତି ।