ଅବସରପ୍ରାପ୍ତ ପରିବହନ କର୍ମଚାରୀଙ୍କ ପରଲୋକ

ଧର୍ମଶାଳା : ମଙ୍ଗଳବାର ସକାଳେ ଗଙ୍ଗାଧରପୁର ପଞ୍ଚାୟତ ଭାତୃପଶିର ଅବସରପ୍ରାପ୍ତ ପରିବହନ କର୍ମଚାରୀ ଗଙ୍ଗାଧର ବରାଳ (୮୫)ଙ୍କ ପରଲୋକ ଘଟିଛି । ସେ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ମୃତୁ୍ୟ ଶଯ୍ୟା ନିକଟରେ ପନôୀ,୨ପୁଅ ବୋହୁ, ଝିଅ ଜ୍ୱାଇଁ, ନାତି ନାତୁଣୀ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ସ୍ୱର୍ଗତ ଗଙ୍ଗାଧର ବରାଳ ଜଣେ ଧର୍ମପରାୟଣ, ଜନପ୍ରିୟ ଓ ପରୋପକାରୀ ବ୍ୟକ୍ତି ଭାବରେ ଏଅଞ୍ଚଳରେ ପରିଚିତ ଥିଲେ ତାଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମରଶରୀରକୁ ଜାରକାସ୍ଥିତ ବାସଭବନକୁ ଅଣାଯିବା ପରେ ଅବସରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡା.ବିଜୟ କୁମାର ଶତପଥୀ, ସମାଜସେବୀ ମିନତୀ ସାହୁ, ମାଧୁରୀ ଶତପଥି, ରୋଟାରି କ୍ଲବ ସଭାପତି ରାଜେନ୍ଦ୍ର କୁମାର ପଲେଇ, କଳାକାର ମହାନ୍ତି, ନିରଞ୍ଜନ ପାଣିଗ୍ରାହୀ, ପ୍ରମୋଦ କୁମାର ସାମଲ, ସୁକାନ୍ତ ସ୍ୱାଇଁ, ଦୀପକ ଜେନା, ଡ଼. ଇନ୍ଦୁପ୍ରଭା ସାମଲ,ପ୍ରଶାନ୍ତ କୁମାର ପୃଷ୍ଟି, ଅନିରୁଦ୍ଧ ରାଉତ, ପ୍ରଫୁଲ୍ଲ ସାହାଣୀ, ଅସିତ ଜେନା, ଅର୍ଜୁନି ଚରଣ ସାହୁ, ଅଧ୍ୟାପକ ଧନେଶ୍ୱର ମହାନ୍ତି ପ୍ରମୁଖ ଶେଷ ଦର୍ଶନ କରିଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା ବେଳେ ବଡ ପୁଅ ପ୍ରକାଶ ମୁଖାଗ୍ନି ଦେଇଥିଲେ ।