ବ୍ଲକ ଟପ୍ପର ହେଲେ ଚାଷୀ ଝିଅ ନିଳେନ୍ଦ୍ରୀ
କୋଷାଗୁମୁଡା : ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ସ୍ଥିତ ରାଜ ଚାଉଁରୀଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ନିଳେନ୍ଦ୍ରୀ ମାଳୀ ଚଳିତ +୨ କଳା ପରୀକ୍ଷାରେ ସର୍ବାଧିକ ୪୮୦ ନମ୍ବର ଆଣି ବ୍ଲକ ଟପ୍ପର ହୋଇଛନ୍ତି । ଚଳିତ ଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୬୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୧୭୯ ଜଣ ପାସ କରିଛନ୍ତି । ସର୍ବାଧିକ ୮୦ ପ୍ରତିଶତ ମାର୍କ ଆଣି ଛାତ୍ରୀ ନିଳେନ୍ଦ୍ରୀ ମାଳୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସହ ବ୍ଲକ ଟପ୍ପର ହୋଇଛନ୍ତି । କୋଣ୍ଡାପୁରୀ ଗ୍ରାମର ଜନ୍ମିତ ନିଳେନ୍ଦ୍ରୀଙ୍କ ବାପା କ୍ଷେତ୍ର ମାଳୀ ଜଣେ ଚାଷୀ ହୋଇଥିବା ବେଳେ ମାଁ ଅନାମିକା ମାଳୀ ଜଣେ ଗୃହିଣୀ । କଠିନ ପରିଶ୍ରମ ଓ ପିତା ମାତା ସହ ଅଧ୍ୟାପକ ଅଧ୍ୟାପିକାକୁ ଛାତ୍ରୀ ନିଲେନ୍ଦ୍ରି ସଫଳତାର ଶ୍ରେୟ ଦେବା ସହ ଭବିଷ୍ୟତରେ ଜଣେ ଶିକ୍ଷୟିତ୍ରୀ ହୋଇ ପିଲାଙ୍କୁ ଶିକ୍ଷାଦାନ କରିବେ ବୋଲି କହିଛନ୍ତି । ଛାତ୍ରୀଙ୍କ ସଫଳତା ପରେ ଛାତ୍ରୀଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।