ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାରେ ଅବିନାଶ ଚାମ୍ପିଅନ୍
ଆସିକା : ଆସିକା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ବ୍ୟାଡ଼ ମିଣ୍ଟନ ପ୍ରତିଯୋଗିତାରେ ଆସିକାର ଅବିନାଶ ମୁନୀ ସିଙ୍ଗଲ ଓ ଡ଼ବଲସରେ ଚାମ୍ପିଅନ ହେବା ସହ ଟୁର୍ଣ୍ଣାମେଣ୍ଟ ଶ୍ରେଷ୍ଠ ଖେଳାଳୀ ଭାବେ ପୁରସ୍କୃତ ହୋଇଇଛନ୍ତି । ଆସିକା ହରିହର ହାଇସ୍କୁଲ ସ୍ଥିତ ମିନ ଷ୍ଟାଡିୟମରେ ମେନସ ସିଙ୍ଗଲ, ମେନସ ଡବଲ, ୪୦ ପ୍ଲସ ମାଷ୍ଟର ବର୍ଗକୁ ନେଇ ମୋଟ ୬୦ ଟିମ ଏହି ବ୍ୟାଟମିଣ୍ଟନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ମେନସ୍ ଡବଲ ବ୍ୟାଟମିଣ୍ଟନ ପ୍ରତିଯୋଗିତାରେ ଅବିନାଶ ମୁନି ଓ ପ୍ରତୀକ ବେହେରା ଚାମ୍ପିଅନ୍ ଏବଂ ସାଇନାଥ ମହାନନ୍ଦ ଓ ଗୁପ୍ତେଶ୍ୱର ପାତ୍ର ରନରସ୍ଅପ୍ ହୋଇଥିଲେ । ସେହିପରି ମେନସ୍ ସିଙ୍ଗଲ ବ୍ୟାଟମିଣ୍ଟନରେ ଅବିନାଶ ମୁନି ଚାମ୍ପିଅନ୍ ହୋଇଥିବାବେଳେ ରୁଦ୍ର ସାମନ୍ତ ରନରସ୍ଅପ ଭାବେ ବିଜେତା ହୋଇଥିଲେ । ସେହିପରି ମାଷ୍ଟର ୪୦ ପ୍ଲସ ଡବଲ ବ୍ୟାଟମିଣ୍ଟନରେ କେଶବ ବେହେରା ଓ ଶିବ ପ୍ରସାଦ ପାଢ଼ୀ ଚମ୍ପିୟାନ ହୋଇଥିବାବେଳେ ସାଗର କୁମାର ସାବତ ଓ ରବୀନ୍ଦ୍ର ସେଠୀ ରନରସ୍ଅପ୍ ଭାବେ ବିଜେତା ହୋଇଥିଲେ । ବାଳକ ବର୍ଗରେ ଆଶିଷ ଆଚାରୀ ପ୍ରଥମ ସ୍ଥାନ ଏବଂ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ପ୍ରେମ ସାଇ ମୁନୀ । ଉଦ୍ୟାପନୀରେ ଅତିଥି ଭାବେ ସୁଜିତ୍ ପୃଷ୍ଟି, ସମ୍ମାନିତ ଅତିଥି ଭାବେ ଆସିକା ବିଧାୟକ ପ୍ରତିନିଧି ସଙ୍ଗୀତ ପାଢ଼ୀ, ଆର.ଚିଦାନନ୍ଦ ଆଚରି ଏବଂ ଉଦ୍ୟକ୍ତା ସନ୍ତୋଷ ପଣ୍ଡିତ, ଖେଳାଳି ସାଗର ସାବତ ପ୍ରମୁଖ ଉପସ୍ଥିତ ରହି ବିଜେତା ଖେଳାଳିମାନଙ୍କୁ ମାନପତ୍ର ସହ ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ ।