ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିଲେ
ବ୍ୟାସନଗର: ମଙ୍ଗଳବାର ରାତି ପ୍ରାୟ୯ଘଟିକା ସମୟରେ ପୈାରାଞ୍ଚଳ ଡ଼ାକବଙ୍ଗଳା-ମେଡ଼ିକାଲ ରାସ୍ତା ରାମସାହୁ ମିଠା ଦୋକାନ ଆଗରେ ଠିଆ ହୋଇଥିବା ଜନୈକା ମହିଳାଙ୍କ ବେକରୁ ଦୁର୍ବୃତ ୨୫ଭରୀ ଓଜନର ସୁନା ଚେନ ଝାମ୍ଫି ନେଇ ଚମ୍ଫଟ ମାରିଛନ୍ତି । ଖବର ମତେ ପୈାରାଞ୍ଚଳରେ ରହୁଥିବା କୋରେଇ ବ୍ଲକ ଅନ୍ଧାରୀ ପଞ୍ଚାୟତ ପୂର୍ବତନ ସରପଞ୍ଚ ପଙ୍କଜୀନୀ ମହାକୁଡ଼ ସ୍ୱାମୀ ବସନ୍ତଙ୍କ ସହ ରାମ ସାହୁ ମିଠା ଦୋକାନରୁ ମିଠା କିଣିବାକୁ ଯାଇଥିଲେ । ସ୍ୱାମୀ ବସନ୍ତ ଦୋକାନକୁ ଯାଇ ମିଠା କିଣୁଥିବା ବେଳେ ପତ୍ନୀ ପଙ୍କଜୀନୀ ରାସ୍ତା ଉପରେ ଠିଆ ହୋଇଥିଲେ । ତେବେ ହଠାତ ଡ଼ାକବଙ୍ଗଳା ଛକ ଆଡ଼ୁ ଆପାଜୀ ବାଇକରେ ଆସି ଦୁଇଜଣ ଦୁର୍ବୃତ୍ତ ରାସ୍ତା ଉପରେ ଠିଆ ହୋଇଥିବା ପଙ୍କଜୀନୀ ପିନ୍ଧିଥିବା ସୁନା ଚେନକୁ ଝାମ୍ପି ନେଇ ମେଡ଼ିକାଲ ଆଡ଼େ ଦୃତଗତିରେ ପଳାଇଯାଇଥିଲେ । ଦୁର୍ବୃତ ମିଠା ଦୋକାନର କିଛି ଦୂରରେ ଥିବା ଏକ ସିଲେଇ କାରୀଗର ପାଖକୁ ଯାଇ ସାର୍ଟ ସିଲେଇ କରିବା କଥା ହୋବା ବାହାନାରେ ମହିଳା ଏବଂ ଆଖପାଖ ଅଞ୍ଚଳ ଉପରେ ନଜର ପକାଇଥିଲେ । ସୁଯୋଗ ଦେଖି ଦୁର୍ବୃତ ବାଇକରେ ଆସି ଚେନ ଝାମ୍ପି ନେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଖବର ପାଇବା ପରେ ଯାଜପୁର ରୋଡ଼ ପୁଲିସ ଘଟଣାସ୍ତଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।