ଭାରତର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ 

ଇଂ ଭରତ ଚନ୍ଦ୍ର ଦାସ : କୌଣସି ଦେଶ ବା ରାଜ୍ୟର ଉତ୍‌ଥାନ ଏବଂ ବିକାଶ ପାଇଁ ଏହାର ସାର୍ବଭୌମତ୍ୱ ଏବଂ ସ୍ୱାଧୀନତାର ସୁରକ୍ଷା ଅପରିହାର୍ଯ୍ୟ! ଜ୍ଞାନଭିତ୍ତିକ ସାମରିକ ଶକ୍ତି ଏବଂ ଏକତା ଏଥିପାଇଁ ଜରୁରି । ସୁଶାସନ ଦ୍ୱାରା ଶିକ୍ଷିତ ଏବଂ ପ୍ରଶିକ୍ଷିତ ମାନବ ସମ୍ବଳର ବିକାଶ ଏବଂ ଏହାର ସୁପରି·ଳନା ହିଁ ବିକାଶର ମୂଳମନ୍ତ୍ର । ଏ କ୍ଷେତ୍ରରେ ଦେଶର ତଥା ସମ୍ପୃକ୍ତ ରାଜ୍ୟମାନଙ୍କର ଶୀର୍ଷ ନେତୃତ୍ୱର ରହିଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା । ବିଶ୍ୱ ମାନବ ସମାଜର ଇତିହାସ ସୂ·ଇ ଥାଏ ଯେ, ଯେଉଁ ଦେଶ ବା ରାଜ୍ୟ ନିଜର ଅଖଣ୍ଡତା, ସ୍ୱାଧୀନତା ଏବଂ ସାର୍ବଭୌମତ୍ୱର ସୁରକ୍ଷା କରିନପାରିନଥାଏ, ଏହା ନିଜର ଅର୍ଥନୀତି, ଭାଷା, ସଂସ୍କୃତି, ଧର୍ମ, ଦର୍ଶନ ଏପରିକି ନିଜର ଗୌରବମୟ ଐତିହାସିକ ପରିଚୟ ପ୍ରଭୃତି ସବୁକିଛି ହରାଇଥାଏ । ଏହାର ଜନସାଧାରଣ, ଶୋଷିତ, ନିର୍ଯାତିତ ଏବଂ ଅତ୍ୟା·ରିତ ହେବା ସହିତ ଅଶିକ୍ଷା ଏବଂ ଦାରିଦ୍ର୍ୟର ଅନ୍ଧକାରରେ ନିଜର ଆତ୍ମସତ୍ତା ବା ଅସ୍ମିତା ସହିତ ସମ୍ପୃକ୍ତ ଦେଶ ବା ରାଜ୍ୟର ସ୍ୱାଭିମାନ ମଧ୍ୟ ବିଲୁପ୍ତ ହୋଇଯାଇଥାଏ ।

ଅନ୍ୟୂନ ଖ୍ରୀ.ପୂ.୧୫୦୦୦ ଠାରୁ ୫୦୦୦ ପର୍ଯ୍ୟନ୍ତ ବିକାଶ ମାର୍ଗରେ ଅତି ପ୍ରାଚୀନ ଯୁଗର ବୈଦିକ ସଭ୍ୟତା ସହିତ ‘ସ୍ୱର୍ଣ୍ଣପ୍ରସୁ ଭାରତ’ ଥିଲା ବିଶ୍ୱର ବିଭିନ୍ନ ଦେଶମାନଙ୍କର ଧର୍ମ,ଦର୍ଶନ, ସଂସ୍କୃତି ଏପରିକି ମୁଖ୍ୟ ଭାଷାମାନଙ୍କ ଉଦ୍‌ଗମ ଭୂମି । ‘ଗଣତନ୍ତ୍ରର ଜନ୍ମଭୂମି’ ଏହି ଭାରତରେ କାଳକ୍ରମେ ରାଜତାନ୍ତ୍ରିକ ଶାସନ ବ୍ୟବସ୍ଥା ପ୍ରଚଳିତ ହୋଇଥିଲା । ଶକ୍ତିଶାଳୀ ଏବଂ ମହାନ୍‌ ସମ୍ରାଟମାନଙ୍କ ଦ୍ୱାରା ହଜାର ହଜାର ବର୍ଷଧରି ଏ ଦେଶର ସ୍ୱାଧୀନତା ସୁରକ୍ଷିତ ଥିଲା । ବରଂ ଅନ୍ୟ ଦେଶମାନଙ୍କରେ ଭାରତ ପ୍ରଭାବ ବିସ୍ତାର କରିଥିଲା । ଖ୍ରୀ.ପୂ. ୧୦୦ ସମୟର କଳିଙ୍ଗ ସମ୍ରାଟ ଖାରବେଳ ଥିଲେ ଏହାର ଏକ ଜ୍ୱଳନ୍ତ୍ର ଉଦାହରଣ । ତାଙ୍କର ଖଣ୍ଡଗିରି ଉଦୟଗିରିସ୍ଥ ହାତୀଗୁମ୍ପା ଶିଳାଲେଖାର ଇତିହାସ ଏହାର ଅକାଟ୍ୟ ପ୍ରମାଣ! ମାତ୍ର ସପ୍ତଦଶ ଶତାବ୍ଦୀରେ ଖ୍ରୀ. ପୂ.୬୪୭ ପରଠାରୁ ଭାରତର ଶୀର୍ଷ ନେତୃତ୍ୱରେ ରହୁଥିବା ସୁଯୋଗ୍ୟ ସର୍ବଭାରତୀୟ ସମ୍ରାଟଙ୍କ ଶୂନ୍ୟତା ସହିତ ଏ ସମୟରେ ଆବିର୍ଭାବ ହୋଇଥିବା ବହୁ କ୍ଷୁଦ୍ର କ୍ଷୁଦ୍ର ରାଜ୍ୟମାନଙ୍କର ରାଜାମାନଙ୍କ ମଧ୍ୟରେ ଏକତା ପରିବର୍ତ୍ତେ ପରସ୍ପର ମଧ୍ୟରେ ଇର୍ଷା, ଦ୍ୱନ୍ଦ୍ୱ ଏବଂ ସଂଘର୍ଷ ପାଇଁ ଏ ଦେଶ ଖ୍ରୀ.୧୨୦୬ ଠାରୁ ଖ୍ରୀ.୧୭୫୭ ପର୍ଯ୍ୟନ୍ତ ସୁଦୀର୍ଘ ୫୫୦ବର୍ଷ ଧରି ବିଦେଶୀ ମୁସଲମାନ ଶାସକମାନଙ୍କ ଦ୍ୱାରା ଅଧିକୃତ ହୋଇ କୁଶାସନ ଏବଂ ଅରାଜକତାର ଘୋର ଦୁର୍ଦ୍ଦଶାମାନ ଭୋଗିଛି । ଏହାର କୁପରିଣାମ ଆଜି ମଧ୍ୟ ଭୋଗିବାକୁ ହେଉଛି ।

ତେବେ ଭାରତର ଏକମାତ୍ର ରାଜ୍ୟ ରୂପେ ସମସାମୟିକ ବିଶାଳ ଓଡ଼ିଶା, ବିଦେଶୀ ମୁସଲମାନ ଶାସକମାନଙ୍କୁ ବହୁ ସମ୍ମୁଖ ଯୁଦ୍ଧମାନଙ୍କରେ  ପରାସ୍ତ, ପ୍ରତିହତ ଏବଂ ଭୀତତ୍ରସ୍ତ କରି ଖ୍ରୀ.୧୫୬୮ ପର୍ଯ୍ୟନ୍ତ ସୁଦୀର୍ଘ ୩୬୨ ବର୍ଷଧରି ନିଜର ସ୍ୱାଧୀନତାକୁ ସଗର୍ବରେ ବଜାୟ ରଖିପାରିଥିଲେ ମଧ୍ୟ ଭାରତର ଭାଗ୍ୟ ସହିତ ଯୋଡିହୋଇ ଖ୍ରୀ.୧୫୬୮ରେ ନିଜର ସ୍ୱାଧୀନତା ହରାଇଥିଲା । ପୁନଶ୍ଚ, ଉପରୋକ୍ତ କାରଣ ପାଇଁ, ଏ ଦେଶକୁ ବ୍ୟବସାୟ ନିମନ୍ତେ ଆସିଥିବା ବିଦେଶୀ ଇଂରେଜମାନେ ଖ୍ରୀ.୧୭୫୭ରେ ପ୍ରଥମେ ବଙ୍ଗ ଏବଂ ବିହାର ଅଧିକାର କରି କ୍ରମେ ସମଗ୍ର ଭାରତରେ ଖ୍ରୀ.୧୯୪୭ ପର୍ଯ୍ୟନ୍ତ ସେମାନେ ଶୋଷଣଭିତ୍ତିକ ଶାସନ ଚଳାଇଥିଲେ । ଏଣୁ ସମୁଦାୟ ପ୍ରାୟ ୭୫୦ ବର୍ଷର ପରାଧୀନତା ମଧ୍ୟରେ ସ୍ୱର୍ଣ୍ଣପ୍ରସୁ ଭାରତ ଏକ ଅଶିକ୍ଷା ଏବଂ ଉତ୍କଟ ଦାରିଦ୍ର୍ୟ ପ୍ରପୀଡିତ ଦେଶ ହୋଇଯାଇଥିଲା । ଏକ ଅର୍ଥନୈତିକ ଆକଳନ ଅନୁଯାୟୀ, ପରାଧୀନତା ପୂର୍ବରୁ ଭାରତର ଜି.ଡି.ପି. ସମୁଦାୟ ବିଶ୍ୱ ଜିଡିପିର ୩୩% ଥିବା ବେଳେ ଉପରୋକ୍ତ ବିଦେଶୀ ମୁସଲମାନ ଶାସନରେ ଏହା ୧୮%କୁ ଖସି ଆସିଥିଲା ଏବଂ ଇଂରେଜ ଶାସନ କାଳରେ ଏହା ଆହୁରି ତଳକୁ ଖସି ୩% ମାତ୍ର ହୋଇଥିଲା ! 

ଖ୍ରୀ.୧୪୦୦ ଠାରୁ ବିଶ୍ୱର ଇଉରୋପୀୟ ଦେଶମାନଙ୍କରେ ବିଜ୍ଞାନ, ଶିକ୍ଷା ଏବଂ ସାଂସ୍କୃତିକ ପୂନର୍ଜାଗରଣର (ରେନେସାଁ) ଯୁଗ ଆରମ୍ଭ ହୋଇଥିଲା । ଖ୍ରୀ.୧୫୦୦ ଠାରୁ ୧୮୨୫ ମଧ୍ୟରେ ଇଉରୋପୀୟ ନାବିକମାନେ ଜଳଯାତ୍ରାକରି ବିଭିନ୍ନ ଦେଶମାନଙ୍କର ବାଣିଜ୍ୟ ବ୍ୟବସାୟ କରିବା ସହିତ ଉପନିବେଶ ସ୍ଥାପନକରି ସାମ୍ରାଜ୍ୟ ବିସ୍ତାର କରିଥିଲେ (ଯଦିଓ ଏହାର ଅନ୍ୟୂନ ୧୦୦୦ ବର୍ଷ ପୂର୍ବରୁ କଳିଙ୍ଗ ନାମରେ ପ୍ରାଚୀନ  ଓଡ଼ିଶା ସାମୁଦ୍ରିକ ନୌବାଣିଜ୍ୟ ଦ୍ୱାରା ବିଶ୍ୱପ୍ରସିଦ୍ଧ ହୋଇଥିଲା) । ଖ୍ରୀ. ୧୭୭୦ ଠାରୁ ୧୮୨୫ ମଧ୍ୟରେ ଇଉରୋପୀୟ ଦେଶମାନଙ୍କରେ ବିଶେଷଭାବେ ଇଂଲଣ୍ଡରେ ଯାନ୍ତ୍ରିକ ଶିଳ୍ପର ବିକାଶ ବା ‘ଶିଳ୍ପ ବିପ୍ଳବ’ ଘଟିତ ହୋଇଥିଲା । ଫଳରେ ଖ୍ରୀ୧୬୦୦ ପର୍ଯ୍ୟନ୍ତ ଏକ କ୍ଷୁଦ୍ର ଏବଂ ନଗଣ୍ୟଦେଶ ଇଂଲଣ୍ଡ ବିଶାଳ ଭାରତକୁ ଅଧିକାର କରି ଶାସନ କରିବାକୁ ସକ୍ଷମ ହୋଇଥିଲା । 

ତେବେ, ଉପରୋକ୍ତ କାଳଖଣ୍ଡରେ ଭାରତ ପରାଧୀନତାର ଅନ୍ଧକାର ମଧ୍ୟରେ ରହିଥିଲେ ମଧ୍ୟ ଉନ୍ନବିଂଶ ଶତାବ୍ଦୀର ଶେଷାର୍ଦ୍ଧରେଏ ଦେଶରେ ‘ଜାତୀୟ ଜାଗରଣ’ର ସୂତ୍ରପାତ ହୋଇଥିଲା । ଖ୍ରୀ.୧୯୧୫ ଠାରୁ ମହାତ୍ମାଗାନ୍ଧୀଙ୍କ ନେତୃତ୍ୱରେ ଏହା ଦେଶବ୍ୟାପୀ ଅହିଂସାମାର୍ଗୀ ସ୍ୱାଧୀନତା ଆନ୍ଦୋଳନର ରୂପ ନେଇଥିଲା । ଯଦିଓ, ବହୁଦେଶପ୍ରେମୀ ଯୁବାବର୍ଗ ଶସ୍ତ୍ରଧାରଣ କରି ସ୍ୱାଧୀନତା ପାଇଁ ନିଜକୁ ଉତ୍ସର୍ଗ କରିଥିଲେ ଏବଂ ୧୯୪୩ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ‘ଆଜାଦ୍‌ ହିନ୍ଦ୍‌ ଫୌଜ୍‌’ ଗଠନକରି ଦିଲ୍ଲୀ ଅଭିଯାନ କରିଥିଲେ । ମାତ୍ର ପରିବର୍ତ୍ତିତ ବିଶ୍ୱରେ ରାଜନୈତିକ ପରିସ୍ଥିତି ପାଇଁ ଏହା ପ୍ରତ୍ୟକ୍ଷ ଭାବରେ ସଫଳ ହୋଇପାରିନଥିଲା । ଶେଷରେ ମହାତ୍ମଗାନ୍ଧୀଙ୍କ ଅହିଂସାଭିତ୍ତିକ ଆନ୍ଦୋଳନ ମାର୍ଗରେ ଦେଶର ବହୁ ମହାନ ଜନନାୟକମାନଙ୍କ ତ୍ୟାଗପୁତ ନେତୃତ୍ୱରେ ଦେଶର ସମସ୍ତ ପ୍ରାନ୍ତରେ ଅଗଣିତ ନରନାରୀ ବ୍ରିଟିଶମାନଙ୍କ ଦମନକାରୀ ଲାଠି, ଗୁଳି,ଫାଶୀ, ଜେଲଯନ୍ତ୍ରଣାକୁ ଖାତିର ନକରି ଦେଶମାତୃକାର ସ୍ୱାଧୀନତା ପାଇଁ ପ୍ରାଣବଳି ଦେଇ ସହିଦ ହୋଇ ଏହି ସଂଗ୍ରାମକୁ ଜାରି ରଖିଥିଲେ ଏବଂ ୧୫ ଅଗଷ୍ଟ ୧୯୪୭ରେ ଏ ଦେଶ ସ୍ୱାଧୀନତା ଲାଭ କରିଥିଲା । ମାତ୍ର ହିନ୍ଦୁ, ମୁସଲମାନ ଧର୍ମ ଆଧାରରେ ବ୍ୟାପକ ହିଂସା ପାଇଁ ଦୁଭାଗ୍ୟଜନକ ଭାବେ ଭାରତର ବିଭାଜନ ଘଟି ପଶ୍ଚିମ ପାକିସ୍ଥାନ ଏବଂ ପୂର୍ବ ପାକିସ୍ଥାନ ଭାରତରୁ ଅଲଗା ହୋଇଗଲେ । ମହାତ୍ମା ଗାନ୍ଧୀଙ୍କ ଅହିଂସାନୀତି ଏହାକୁ ରୋକି ପାରିନଥିଲା !

ସମସାମୟିକ ବିଶ୍ୱରେ ଘଟୁଥିଲା ଦ୍ରୁତ ପରିବର୍ତ୍ତନ । ଖ୍ରୀ.୧୭୮୩ରେ ଆମେରିକାରେ ସ୍ୱାଧୀନତା ସଂଗ୍ରାମ ଘଟି ଏ ଦେଶରେ ଜନ୍ମ, ଖ୍ରୀ.୧୭୮୯ରେ ଫ୍ରାନ୍ସର ଅଭ୍ୟୁତ୍‌ଥାନ, ଖ୍ରୀ. ୧୮୬୧ରେ ସ୍ୱତନ୍ତ୍ର ଇଟାଲୀ ରାଷ୍ଟ୍ରଗଠନ, ଖ୍ରୀ.୧୮୭୧ରେ ଶକ୍ତିଶାଳୀ ଜର୍ମାନ ଦେଶର ଅଭ୍ୟୁଦୟ, ଖ୍ରୀ ୧୮୪୮ରେ ଦାର୍ଶନିକ କାର୍ଲମାର୍କସ ଏବଂ ତାଙ୍କ ବନ୍ଧୁ ଏଞ୍ଜେଲସଙ୍କ ‘କମ୍ୟୁନିଷ୍ଟ ମେନିଫେଷ୍ଟୋ’ ଏବଂ ୧୮୬୭ରେ କାର୍ଲମାର୍କସଙ୍କ ‘ଦାସ୍‌ କ୍ୟାପିଟାଲ’ ପୁସ୍ତକର ସାମ୍ୟବାଦ ଚେତନାର ପ୍ରଭାବରେ ଖ୍ରୀ.୧୯୧୭ରେ ରୁଷ ବିପ୍ଲବ ଦ୍ୱାରା ସୋଭିଏତ୍‌ ଦେଶର ଗଠନ, ଖ୍ରୀ.୧୯୧୪ ଠାରୁ ୧୯୧୮ ପର୍ଯ୍ୟନ୍ତ ୧ମ ବିଶ୍ୱଯୁଦ୍ଧ, ଖ୍ରୀ ୧୯୩୯ ଠାରୁ ଆରମ୍ଭ ହୋଇ  ଖ୍ରୀ ୧୯୪୫ରେ ଆମେରିକାର ଜାପାନ ଉପରେ ପରମାଣୁ ବୋମା ବିସ୍ଫୋରଣ ସହିତ ଦ୍ୱିତୀୟ ବିଶ୍ୱଯୁଦ୍ଧର ଅବସାନ ପରେ ସମଗ୍ର ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ନୂତନ ବିଶ୍ୱବ୍ୟବସ୍ଥାର ଅଭ୍ୟୁଦୟ ଏବଂ ମିଳିତ ଜାତିସଂଘର ପ୍ରତିଷ୍ଠା ପ୍ରଭୃତି ଥିଲା ଏକଛତ୍ରବାଦ ଉପନିବେଶ ବାଦ ଏବଂ ସାମ୍ରାଜ୍ୟବାଦ ବା ବିସ୍ତାରବାଦ ବିରୁଦ୍ଧରେ ବିଶ୍ୱ ଜନମତ ବା ଜାଗ୍ରତ ବିଶ୍ୱମାନବ ଚେତନାର ପ୍ରତିଫଳନ ।

ଏସବୁର ପ୍ରଭାବ ଇଂରେଜମାନଙ୍କୁ ଭାରତ ଛାଡିବାକୁ ମଧ୍ୟ ବାଧ୍ୟ କରିଥିଲା! ଉଲ୍ଲେଖନୀୟ ଯେ ୧ ଅକ୍ଟୋବର ୧୯୪୯ରେ ଚୀନଦେଶ ଇଂଲଣ୍ଡ ସମେତ ବିଭିନ୍ନ ବୈଦେଶିକ ଶକ୍ତି ପ୍ରଭାବରୁ ଏକ ଗୃହଯୁଦ୍ଧ ଦ୍ୱାରା ମୁକ୍ତହୋଇ ସାମ୍ୟବାଦୀ ରାଷ୍ଟ୍ରରୂପେ (ପିପୁଲ୍‌ସ ରିପବ୍ଲିକ ଅଫ ଚାଇନା) ମୁକ୍ତିଲାଭ କରିଥିଲା । ଚୀନ୍‌ ଆଜି ବିଶ୍ୱର ଦ୍ୱିତୀୟ ବୃହତମ ଶକ୍ତିରୂପେ ଉଭା ହୋଇଅଛି । ବିଗତ ୭୭ ବର୍ଷ ମଧ୍ୟରେ ତୁଳନାତ୍ମକ ଭାବେ ଭାରତ ଶୀର୍ଷନେତୃତ୍ୱରେ  ଦୁର୍ବଳତା ଏବଂ ଦୁର୍ନୀତି, ଭ୍ରଷ୍ଟାର ଏବଂ ମହାଦୁର୍ନୀତିମାନ ପାଇଁ ଅନୁରୂପଭାବେ ବିକଶିତ ହୋଇନଥିଲେ ମଧ୍ୟ ୨୦୧୪ ପରଠାରୁ ବହୁ ସୁଧାର ସହିତ ବିଗତ ୧୦ ବର୍ଷ ମଧ୍ୟରେ ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ଏ ଦେଶ ବିଶ୍ୱର ୪ର୍ଥ ବୃହତ୍ତମ ଅର୍ଥନୀତିର ଦେଶ ହୋଇପାରିଛି ( ୨୦୧୩ରେ ଭାରତ ୧୦ମ ସ୍ଥାନରେ ଥିଲା) । ଆଜିର ଜଗତୀକରଣର ବିଶ୍ୱ ଅର୍ଥନୀତିର ଯୁଗରେ ପ୍ରାୟ  ୧୪୦ କୋଟିରୁ ଊଦ୍ଧ୍ୱର୍ ଜନସଂଖ୍ୟା ବିଶିଷ୍ଟ ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ଭବିଷ୍ୟତ ପାଇଁ ଏହାର ଶୀର୍ଷ ନେତୃତ୍ୱର ରହିଛି ସବୁଠାରୁ ଗୁରୁଦାୟିତ୍ୱ ! ତେବେ, ସମସ୍ତ ଦଳୀୟ ରାଜନୀତି ଏବଂ ମତାମତର ଊଦ୍ଧ୍ୱର୍ରେ ଏହା ସର୍ବସ୍ୱୀକାର୍ଯ୍ୟ ଯେ, ଦେଶକୁ ଏବଂ ଦେଶର ସମସ୍ତ ଜନସାଧାରଣଙ୍କୁ ବାସ୍ତବିକ ଭଲ ପାଉଥିବା ଏବଂ ସେମାନଙ୍କ ସାମଗ୍ରିକ ବିକାଶ ପାଇଁ ନିଜକୁ ସମ୍ପୂର୍ଣ୍ଣ ସମର୍ପିିତ କରିଥିବା ନିରଳସ, ନିର୍ଲୋଭ ଏବଂ ନିର୍ଭୀକ  ହୋଇ ଦକ୍ଷତାର ସହିତ କାର୍ଯ୍ୟକରି ·ଲିଥିବା ଆଜିର ଭାରତର ଶୀର୍ଷ ନେତୃତ୍ୱ ବିଶ୍ୱ ଚେତନାକୁ ଆନ୍ଦୋଳିତ କରି ଭାରତର ଗୌରବ ବର୍ଦ୍ଧନ କରିଛନ୍ତି । ଆଜି ପ୍ରତ୍ୟେକ ଭାରତୀୟ ଏଥିପାଇଁ ଗର୍ବର ସହିତ ତାହାକୁ ଦୃଢ଼ ସମର୍ଥନ କରିବା ସହିତ ନିଜର ଦାୟିତ୍ୱ ଏବଂ କର୍ତ୍ତବ୍ୟ ପାଳନ କରିବା ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ! 

ମାତ୍ର, କିଛି ବୈଦେଶିକ ଶକ୍ତି ଭାରତର ଉତ୍‌ଥାନକୁ ପ୍ରତିହତ କରିବା ପାଇଁ ଅର୍ଥବଳରେ ଏଦେଶର କିଛି ଆତ୍ମଘାତୀ ଦେଶଦ୍ରୋହୀ ତତ୍ତ୍ୱମାନଙ୍କ ଦ୍ୱାରା ବ୍ୟାପକ ହିଂସା ଏବଂ ବିଶୃଙ୍ଖଳା ସୃଷ୍ଟିକରିବାକୁ ଷଡ଼ଯନ୍ତ୍ର ଚଳାଉଥିବାରୁ ଏସବୁକୁ ଦୃଢ଼ହସ୍ତରେ ଦମନ କରାଯିବା ଆବଶ୍ୟକ । ନୂତନ  ଭାରତର ଜାଗ୍ରତ ଜନସାଧାରଣ ଏବଂ ଦେଶପ୍ରେମୀ ବୁଦ୍ଧିଜୀବୀଗଣ ତଥା ଗଣମାଧ୍ୟମ ଭାରତର ମହାନ ସମ୍ବିଧାନ ଅନୁଯାୟୀ ଏହାର ‘ସାମଗ୍ରିକ ନେତୃତ୍ୱ’ ନେବା ଆଜି ଜରୁରି । ଦେଶର ଅଖଣ୍ଡତା, ନିରାପତ୍ତା, ସାର୍ବଭୌମତ୍ୱ ଏବଂ ସ୍ୱାଧୀନତା ଉପରେ ହିଁ ନିର୍ଭର କରେ, ଆମର ଏବଂ ଆମ ଉତ୍ତରପିଢ଼ିଙ୍କ ଭବିଷ୍ୟତ । ଏଣୁ ରାଷ୍ଟ୍ର ସର୍ବୋପରି!! ଭାରତୀୟତା ଏବଂ ମାନବିକତା ହେଉ ଭାରତରେ ସମସ୍ତ ଧର୍ମର ମୂଳବାକ୍ୟ!! ‘ପ୍ରକୃତ ଜ୍ଞାନ ଏବଂ ବିଜ୍ଞାନଭିତ୍ତିକ ସମାନ ଶିକ୍ଷା ବ୍ୟବସ୍ଥା’ ଦ୍ୱାରା ଦେଶରେ ସମସ୍ତ ଧର୍ମାନ୍ଧତାକୁ ଦୂରକରି ଭାରତୀୟ ଏକତାକୁ ସୁଦୃଢ଼ କରାଯାଇପାରେ! ‘ସତ୍ୟମେବ ଜୟତେ’!!

ଭୁବନେଶ୍ୱର
ମୋ:୯୪୩୯୯୭୩୩୬୫୬