ଓଲଟିଲା ବସ; ୩୦ରୁ ଅଧିକ ଆହତ
କୁଆଖିଆ/ରସୁଲପୁର: ରବିବାର ରାତି ୮ଘଟିକା ସମୟରେ କଟକରୁ ବରୀ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ ୧୬ ନଂ ଜାତୀୟ ରାଜପଥ ମୁଳାପାଳ ଛକ ନିକଟରେ ଓଲଟି ପଡ଼ିବାରୁ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ଜଣ ଗୁରୁତର ଥିବାରୁ ପ୍ରାଥମିକ ଚିକିସôା ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଖବର ମତେ ଆଜି ସନ୍ଧ୍ୟା ୮ଟା ସମୟରେ ଓଡ଼ି୦୫ବିଏସ-୪୭୩୫ ନଂ ସ୍ୱସ୍ତି ରଥ ନାମକ ଏକ ବସ କଟକରୁ ବରୀ ଅଭିମୁଖେ ଯାଉଥିବା ସମୟରେ କୁଆଖିଆ ବଜାର ନିକଟସ୍ଥ ମୁଳାପାଳ ଛକଠାରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା । ଯେଉଁ ସମୟରେ ବସ୍ରେ ୪୦ରୁ ଉର୍ଦ୍ଧ୍ୱ ଯାତ୍ରୀ ରହିଯାଇଥିଲେ । ଖବର ପାଇ କୁଆଖିଆ ପୁଲିସ୍ ଏବଂ ଅଗ୍ନିଶମ ବିଭାଗ ପହଁଚି ଆହତ ମାନଙ୍କୁ ଉଦ୍ଧାର କରି ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିଲେ । ଧର୍ମଶାଳା ମେଡ଼ିକାଲରେ ଚିକିସôାଧିନ ଯାତ୍ରୀଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଖବର ପାଇ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଏବଂ ବରୀ ବିଧାୟକ ବିଶ୍ୱରଂଜନ ମଲିକ ଧର୍ମଶାଳା ମେଡ଼ିକାଲରେ ପହଁଚି ଆହତ ଏବଂ ଗୁୁରୁତରଙ୍କୁ ଭେଟିବା ସହ ସେମାନଙ୍କ ଚିକିସôା ଦିଗରେ ପଦକ୍ଷେପ ନେଇଥିଲେ । ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଫେରାର ହୋଇ ଯାଇଥିବା ବେଳେ ନିଶାଶକ୍ତ ଅବସ୍ଥାରେ ଗାଡି ଚଳାଇବା ହିଁ ଦୁର୍ଘଟଣାର କାରଣ ବୋଲି ସାଧାରଣରେ ଆଲୋଚନା ହେଉଛି ।