ଭିଜିଲାନ୍ସ ଜାଲରେ ଇଡ଼କୋ ଜୁନିୟର ଇଞ୍ଜିନିୟର

ଭିଜିଲାନ୍ସ ଜାଲରେ ଇଡ଼କୋ ଜୁନିୟର ଇଞ୍ଜିନିୟର
ଭିଜିଲାନ୍ସ ଜାଲରେ ଇଡ଼କୋ ଜୁନିୟର ଇଞ୍ଜିନିୟର


ରାଜଧାନୀରେ ସାଢ଼େ ୩ କୋଟିର ଚାରି ମହଲା କୋଠା
ନଗଦ ୪ ଲକ୍ଷ ୫୦ ହଜାର ଟଙ୍କା ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ
 ଭୁବନେଶ୍ୱର, ୬ା୧୧ : ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସ୍ପେଶାଲ ଭିଜିଲାନ୍ସ ଭୁବନେଶ୍ୱର କୋର୍ଟଙ୍କ ନିଦେ୍ର୍ଦଶ ବଳରେ ଇଡ଼କୋର ଜୁନିୟର ମ୍ୟାନେଜର (ସିଭିଲ) ବିଜୟ କୁମାର ଉଦୟସିଂଙ୍କର ଘରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ କରାଯାଇଛି । ଚଢ଼ଉ ବେଳେ ଭିଜିଲାନ୍ସ ଅଧିକାରୀମାନେ ଶ୍ରୀ ସିଂଙ୍କର ଭୁବନେଶ୍ୱରରେ ୩ କୋଟି ୨୨ ଲକ୍ଷ ଟଙ୍କା ବ୍ୟୟ ମୂଲ୍ୟରେ ନିର୍ମିତ ୪ ମହଳା କୋଠାଘର, ଗୋଟାଏ ଫ୍ଲାଟ, ୩ଟି ଦାମୀ ଫ୍ଲାଟ ଥିବା ଜାଣିବାକୁ ପାଇଛି । ସେହିପରି ଶ୍ରୀ ସିଂଙ୍କ ନାମରେ ୫୫ ଲକ୍ଷ ୫୦ ହଜାର ୯୧୬ ଟଙ୍କାର ବ୍ୟାଙ୍କ ଜମା ଓ ବିମା ଡିପୋଜିଟ୍ ଥିବା ବେଳେ, ତାଙ୍କ ଘରୁ ନଗଦ ୪ ଲକ୍ଷ ୫୦ ହଜାର ଟଙ୍କା, ୨୯ ଲକ୍ଷ ଟଙ୍କାର ସୁନା ଜବତ କରାଯାଇଛି ।
ଶ୍ରୀ ସିଂଙ୍କ ନାମରେ ରାଜଧାନୀର ରାଜାରାଣୀ ମଉଜାରେ ଏକ ବିଳାଶପୂର୍ଣ୍ଣ ୪ ମହଳା ଘର ଥିବା ବେଳେ, ଏହା ୭ ହଜାର ୫ଶହ ସ୍କ୍ରୋୟାରଫୁଟ ଅଞ୍ଚଳରେ ଅବସ୍ଥିତ । ଯାହାର ଆନୁମାନିକ ମୂଲ୍ୟ ୩ କୋଟି ୨୨ ଲକ୍ଷ ଟଙ୍କା ହେଉଥିବା ବେଳେ, ପୁରୀର ବାଲିକୁଦା ମଉଜାରେ ଏକ ଫ୍ଲାଟ ବି ବ୍ଲକରେ ଥିବା ଜଣାପଡ଼ିଛି । ସେହିପରି ୩ଟି ଘର ଉପଯୋଗୀ ଦାମୀ ଜାଗା ଭୁବନେଶ୍ୱର ଓ ଖୋର୍ଦ୍ଧା ଜଙ୍କିଆରେ ଥିବା ବେଳେ, ସାମନ୍ତରାପୁର ରାଜାରାଣୀ ମଉଜାରେ ଏକ ଜମି ଥିବା ଜଣାପଡ଼ିଛି । ତେବେ ଶ୍ରୀ ସିଂଙ୍କ ନାମରେ ଆଉ କେତେ ଟଙ୍କା ବ୍ୟାଙ୍କ ଜମା ରହିଛି ତାହାର ତଦନ୍ତ ଭିଜିଲାନ୍ସ ଅଧିକାରୀମାନେ କରୁଥିବା ବେଳେ, ସର୍ଚ୍ଚ ଅପରେସନ ଜାରି ରହିଥିବା ଜଣାପଡ଼ିଛି । ଏହି ଚଢ଼ଉରେ ୮ ଜଣ ଡିଏସ୍ପି, ୮ଜଣ ଇନ୍ସପେକ୍ଟର ଏବଂ ଭିଜିଲାନ୍ସର ଅନ୍ୟ କର୍ମଚାରୀମାନେ ସାମିଲ ରହିଛନ୍ତି ।