ଭିନ୍ନକ୍ଷମ ସାମର୍ଥ୍ୟ ସଚେତନତା ରଥ ଶୁଭାରମ୍ଭ
କଳିଙ୍ଗନଗର: ସୁକିନ୍ଦା ବ୍ଲକ ପ୍ରଶାସନ ପକ୍ଷରୁ ଭୀମଭୋଇ ସାମର୍ଥ୍ୟ ଭିନ୍ନକ୍ଷମ ଅଭିଯାନ ରଥ ଶୁଭାରମ୍ଭ ହୋଇଛି । ସୁକିନ୍ଦା ବିଡିଓ ରେଶମା ଟେଟେ ପତାକା ଦେଖାଇସଚେତନତା ରଥର ଶୁଭାରମ୍ଭ କରିଥିଲେ । ବ୍ଲକ୍ ଅନ୍ତର୍ଗତ ଯେ କୌଣସି ଅଞ୍ଚଳର କୌଣସି ଭିନ୍ନକ୍ଷମ ବ୍ୟକ୍ତି ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇନଥିବେ ସେମାନେ ଆସନ୍ତା ୨୪ତାରିଖରେ ସୁକିନ୍ଦା ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ହେବାକୁ ଥିବା ଶିବିରରେ ନିଜର ଭିନ୍ନକ୍ଷମତା ପରୀକ୍ଷଣ କରିପାରିବେ ବୋଲି ବିଡିଓ ସୂଚନା ଦେଇଛନ୍ତି । ଶିବିରକୁ ଆସିବା ପୂର୍ବରୁ ସେମାନେ ସରକାରଙ୍କ ୱେବ୍ସାଇଟରେ ପଞ୍ଜୀକରଣ କରିଥିବା ଦରକାର ବୋଲି ଜନସାଧାରଣଙ୍କୁ ଅବଗତ କରାଇବା ଲକ୍ଷ୍ୟରେ ରଥ ବ୍ଲକ୍ ଅନ୍ତର୍ଗତ ସମସ୍ତ ପଞ୍ଚାୟତରେ ବୁଲିବ ।