ମଦ ଜବତ, ୨ ଗିରଫ 

 ବୁଗୁଡା  : ଅବକାରୀ ପୁଲିସ ଦୁଇଟି ସ୍ଥାନରେ ଚଢାଉ କରି ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ବ୍ୟକ୍ତି ହେଲେ ଉଦୟପୁର ଗାଁର ରାଧାମୋହନ ନାୟକ (୪୫)ଓ  ଗାଙ୍ଗପୁର ଗ୍ରାମର ଲିଙ୍ଗରାଜ ପରିଡା (୫୫) । ପୂର୍ବାହ୍ନରେ ରାଧାମୋହନ କରସିଙ୍ଗି ଗ୍ରାମର ଏକ ଗଛମୂଳେ ଦେଶୀ ମଦ ବିକ୍ରି କରୁଥିଲା । କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ସେଠାରେ ଚଢାଉ କରି ତା'ଠାରୁ ୨୦ ଲିଟର ମଦ ଜବତ କରିବା ସହ ତାକୁ ଗିରଫ କରିଥିଲେ । ଏ ନେଇ ଅବକାରୀ ଥାନାରେ କେସ୍ ନଂ ୨୯/୨୫-୨୬ରେ ଏକ ମାମଲା ରୁଜୁ ହୋଇଛି । ଅନ୍ୟପକ୍ଷରେ ଗାଙ୍ଗପୁର ଗ୍ରାମର ମଦ ବିକ୍ରେତା ଲିଙ୍ଗରାଜ ବିରଞ୍ଚିପୁର ଛକରେ ମଦ ଚାଲାଣ  ନିମନ୍ତେ ଅପେକ୍ଷା କରିଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ସେଠାରେ ମଧ୍ୟ ଚଢାଉ କରି ତା'ଠାରୁ ବିଅର୍ ୯.୬୬ ଲିଟର ଏବଂ ବିଦେଶୀ ମଦ ୬.୩ ଲିଟର ଜବତ କରିବା ସହ ତାକୁ ଗିରଫ କରିଥିଲେ । ଏ ନେଇ ଅବକାରୀ ଥାନାରେ କେସ୍ ନଂ ୩୬/୨୫-୨୬ରେ ମଧ୍ୟ ଏକ ମାମଲା ରୁଜୁ ହୋଇଥିବା ଅବକାରୀ ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ସେନାପତିଙ୍କଠାରୁ ପ୍ରକାଶ ପାଇଛି ।