ଅଟୋ-ବାଇକ ଧକ୍କା, ୩ ଆହତ

 ଖଇରା  :  ଗଣ୍ଡିବେଡ-ଔପଦା ରାସ୍ତାର ଖଇରା ଥାନା ଅଧୀନ ବାରିକସାହି ସାହି ସ୍କୁଲ ନିକଟରେ ଏକ ଅଟୋ ଓ ବାଇକ ମଧ୍ୟରେ ଧକ୍କା ଯୋଗୁଁ ୩ଜଣ ଆହତ ହୋଇଛନ୍ତି । ଏମାନଙ୍କୁ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ମୁଖ୍ୟଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ଆହତମାନେ ହେଲେ ବାଇକ ଆରୋହୀ ନୂଆଗାଁ ବଡ ଗ୍ରାମର ଘନଶ୍ୟାମ ସାହୁ ଓ ଅଟୋ ଯାତ୍ରୀ ଡଗରପଡା ଗ୍ରାମର ଜିବନ ସେଠୀ  ଓ ବରଦା ଗ୍ରାମର କମଳାକାନ୍ତ କୁଅଁର । ଅଟୋଟି ଗଣ୍ଡିବେଡରୁ ଔପଦା ଯାଉଥିବାବେଳେ ବାଇକ୍ଟି ବିପରୀତ ଦିଗରୁ ଆସୁଥିବା ବେଳେ ମୁହାଁମୁହିଁ ଧକ୍କା ହୋଇଥିଲା ।