ମାଗଣା ଚଷମା ବଣ୍ଟନ 

ରାଜକନିକା : ରାଜକନିକା ବ୍ଲକ ନହୁଣୀ ଗାୟତ୍ରୀ କ୍ରୀଡା ଓ ସାଂସ୍କୃତିକ ପରିଷଦ ଏବଂ ରୋଟାରି କ୍ଳବ ଆନୁକୂଲ୍ୟରେ ୭୪ ଜଣ ଚକ୍ଷୁ ରୋଗୀଙ୍କୁ ମାଗଣା ପାୱାର ଚଷମା ପ୍ରଦାନ କରାଯାଇଛି । ପ୍ରାକ୍ତନ ଜିଲ୍ଲାପରିଷଦ ସଭ୍ୟ ଶ୍ରୀନିବାସ ପ୍ରଧାନଙ୍କ ଅଧକ୍ଷତା ରେ ଗାୟତ୍ରୀ ମନ୍ଦିର ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ତ୍ରିଲୋଚନ ବିଶ୍ୱାଳ, ମୁଖ୍ୟ ବକ୍ତା ଭାବେ ଯୁଗଳ କିଶୋର ମଲ୍ଲିକ ଯୋଗଦେଇଥିଲେ । ଉପଦେଷ୍ଟା ପଦ୍ମଲୋଚନ ପରିଡା, ରବୀନ୍ଦ୍ର ବେହେରା, ସଚିକାନ୍ତ ମହାକୁଳ, ନାରାୟଣ ସାହୁ, ଧନୁର୍ଜୟ ପରିଡା, ପ୍ରକାଶ ବାରିକ ଆଦି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।