ମାଙ୍କଡା ପଥର ଖଣିରେ କାର୍ଯ୍ୟ କରୁଥିବା ବେଳେ ଚାଲିଗଲା ଜୀବନ

ଓଡପଡା  : ସୂଚନା ମୁତାବକ ଢେଙ୍କାନାଳ ଜିଲ୍ଲା ଓଡାପଡା ତହସିଲି ଇନ୍ଦିପୁର ରାଜସ୍ୱ ଅନ୍ତର୍ଗତ ଦ୍ୱିତୀୟ ନମ୍ବର ଗୁଣ୍ଡୁରୀପଶି ଅଞ୍ଚଳରେ ମାଙ୍କଡାପଥର ଖଣିରେ କାର୍ଯ୍ୟକରୁଥିବା ସମୟରେ ଅକ୍ଷୟ ନାଏକ ନାମକ ଶ୍ରମିକଙ୍କ ସନେ୍ଦହ ଜନକ ଭାବରେ ମୃତ୍ୟ ଘଟିଛି  । ଖଣି ମାଲିକ ଅକ୍ଷୟଙ୍କୁ ଜେସିବିରେ ମାରି ପୋତିଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି  । ଘଟଣାର ଖବର ପାଇବା ପରେ ଗ୍ରାମବାସୀ ବେସାଳିଆ ଇନ୍ଦିପୁର ରାସ୍ତା ଅବରୋଧ କରିଥିବାବେଳେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଏପରିକି ଘଟଣା ସ୍ଥଳରେ ଜିଲ୍ଲା ଖଣିଜ ଅଧିକାରୀଙ୍କ ଦେଖା ମିଳିନଥିଲା  । ଢେଙ୍କାନାଳ ଜିଲ୍ଲା ଓଡାପଡା ତହସିଲି ଇନ୍ଦିପୁର ଅଞ୍ଚଳରେ ମାଳ ମାଳ ବେଆଇନ ଲଘୁଖଣିଜ ଉତ୍ତୋଳନ ହୋଇ ଦୈନିକ ହଜାର ହଜାର ଟ୍ରିପିର ଲଘୁଖଣିଜ ହରିଲୁଟ୍ ହେଉଥିବା ବେଳେ ପ୍ରଶାସନ ଓ ମାଫିଆଙ୍କ ମଧୁ ଚନ୍ଦ୍ରିକା ପାଇଁ ଏହିପରି  ନିରୀହ ଶ୍ରମିକଙ୍କ ଜୀବନ ବଳିପଡୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି  । ଖଣିରେ ଶ୍ରମିକଙ୍କ ସୁରକ୍ଷା ପ୍ରତି ଧ୍ୟାନ ରଖୁନଥିବା ଅଭିଯୋଗ ହୋଇଛି ଶ୍ରମିକ ବିନା ହେଲମେଟ, ବିନା ସେଫ୍ଟିବେଲ୍ଟ, ରେ କାର୍ଯ୍ୟକରୁଛନ୍ତି ଏଥିପ୍ରତି ପ୍ରଶାସନ ପକ୍ଷରୁ ଯାଞ୍ଚ କରାହେଉନଥିବା ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ପ୍ରଶାସନ ଓ ଖଣି ବିଭାଗ ପକ୍ଷରୁ ମଧୁଚନ୍ଦ୍ରିକା ଫଳରେ ଯାଞ୍ଚ ହେଉନଥିବା ଅଭିଯୋଗ ହେଉଛି  । କାହିଁକି ଶ୍ରମ ଅଧିକାରୀ ଏହିପରି ଶ୍ରମିକ ମାନଙ୍କୁ କାର୍ଯ୍ୟରେ ନିଓଜିତ କରୁଥିବା ଖଣି ମାଲିକଙ୍କ ଉପରେ ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଏପରିକି ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ବିଷୟ ଏହି ରାସ୍ତାରେ ଇନ୍ଦିପୁର ରାଜସ୍ୱ ଅଧିକାରୀଙ୍କ କାର୍ଯ୍ୟାଳୟ ଥାଇ ମଧ୍ୟ ତହସିଲ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାନ ପାଖରେ ସଠିକି ସୂଚନା କିପରି ପହଁଚି ପାରୁନାହିଁ ନାହିଁ  । ଓଡ଼ାପଡ଼ା ଅଞ୍ଚଳରେ ଏହିପରି ଅନେକ ବେଆଇନ ଖଣି ଉତ୍ତୋଳନ କରାଯାଉଥିଲେ  ମଧ୍ୟ ସରକାରୀ ବାବୁ ମାନ ସବୁ ଜାଣି ଚୁପ ବସିଛନ୍ତି  ।