ମାଜିଷ୍ଟ୍ରେଟ୍ ଓ ପୁଲିସ ପ୍ରଶାସନର ସମନ୍ୱୟ ବୈଠକ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନିକ ମାଜିଷ୍ଟ୍ରେଟ୍ ଓ ପୁଲିସ ପ୍ରଶାସନର ଏକ ସମନ୍ୱୟ ବୈଠକ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଓ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଆଇନ ଶୃଙ୍ଖଳା ବଜାୟ ରଖିବା, ଅସାମାଜିକ ତତ୍ତ୍ୱଙ୍କ ଉପରେ କଡା ନଜର ରଖିବା ଓ ବିଭିନ୍ନ ଆଇନଗତ ସମସ୍ୟା ସମାଧାନରେ ଜିଲ୍ଲା ପ୍ରଶାସନିକ ମାଜିଷ୍ଟ୍ରେଟ୍ ଓ ପୁଲିସ ପ୍ରଶାସନର ସମନ୍ୱୟ ନିହାତି ଜରୁରୀ । ଏହି ଦୁଇ ବିଭାଗର ସମନ୍ୱୟ ଦ୍ୱାରା ଜନ ସାଧାରଣ ତ୍ୱରିତ ନ୍ୟାୟ ପାଇବାରେ ସହାୟକ ହୋଇଥାଏ । ବିଭିନ୍ନ ସ୍ଥାନରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ନିଷେଧାଦେଶ ଜାରି କରିବା, ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣ ରଖିବା ଓ ଚଢାଉ ପାଇଁ ସ୍କାର୍ଡ ଗଠନ କରିବା ଓ ବିଭିନ୍ନ ନିର୍ଯାତନା ମାମଲାର କେଶ ଫଏସଲା କରିବା, ରାଜସ୍ୱ ଆଦାୟ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା, ବ୍ଲକସ୍ତରରେ ସମନ୍ୱୟ କମିଟି ଗଠନ କରିବା, ପରିବର୍ତ୍ତିିତ ହୋଇଥିବା ଆଇପିସିର ଧାରାସାକ୍ଷ୍ୟ ପ୍ରଦାନ ଧାରା ଓ ସିଆରପିସିର ବିଭିନ୍ନ ଧାରା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଉକ୍ତ ବିଷୟରେ ଉଭୟଙ୍କ ସମନ୍ୱୟ ଆବଶ୍ୟକ ଥିବାବେଳେ ଏନେଇ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଉପ ଜିଲ୍ଲାପାଳ ଅରୁଣ ନାୟକ, ସମସ୍ତ ତହସିଲଦାର, ବିଡିଓ ଓ ସମସ୍ତ ଥାନାର ପୁଲିସ ଅଧିକାରୀ ଉପସ୍ଥିତ ଥିଲେ  ।