ଆଜିଠୁ ରାଜକନିକାରେ ସାହାଣୀ କପ

ରାଜକନିକା:  ଆସନ୍ତାକାଲିଠାରୁ ରାଜକନିକାରେ ୬୪ ତମ ସିନିୟର ଆନ୍ତ ଜିଲ୍ଲା ସାହାଣୀ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି । ରାଜକନିକା ଆଥେଲେଟିକ ଆସୋସିଏସନ ଆନୁକୂଲ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା କ୍ରୀଡା ସଂସଦ ଓ ଫୁଟବଲ ଆସୋସିଏସନ ଅଫ ଓଡିଶା ସହଯୋଗରେ ରାଜକନିକା ଆରଏନ ହାଇସ୍କୁଲ ମିନି ଷ୍ଟାଡିଅମ ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁଣ୍ଣର୍ନାମେଣ୍ଟରେ ଜଗତସିଂହପୁର, ଝାରସୁଗୁଡା, କେନ୍ଦ୍ରାପଡ଼ା, ଭଦ୍ରକ, କଟକ, ପୁରୀ, ପରଦୀପ ପୋର୍ଟ ଟ୍ରଷ୍ଟ, ଖୁର୍ଦ୍ଧା, ଆଦି ୮ ଟି ଦଳ ଭାଗ ନେଉଛନ୍ତି । ପ୍ରଥମ ମ୍ୟାଚ ଜଗତସିଂହପୁର ଜିଲ୍ଲା ଝାରସୁଗୁଡା ଜିଲ୍ଲା ମଧ୍ୟରେ ହେବାକୁ ଥିବାବେଳେ ଦ୍ୱିତୀୟ ମ୍ୟାଚ କେନ୍ଦ୍ରାପଡ଼ା ଜିଲ୍ଲା ଓ ଭଦ୍ରକ ଜିଲ୍ଲା ମଧ୍ୟରେ ୨ୟ ମ୍ୟାଚ ହେବ ବୋଲି ରାଜକନିକା ଆଥେଲେଟିକ ଆସୋସିଏସନର ସାଧାରଣ ସମ୍ପାଦକ ଅଜୟ କୁମାର ନାୟକ ସୂଚନା ଦେଇଛନ୍ତି ।