ମାଟ୍ରିମନି ସାଇଟ୍ ନିରାପଦ ତ?


ବର୍ତ୍ତମାନ ସମୟରେ ବର ପାଇଁ କନ୍ୟା ଏବଂ କନ୍ୟା ପାଇଁ ବର ଯୋଗାଡ଼ କରିବା ଅତ୍ୟନ୍ତ କଷ୍ଟକର ହୋଇ ପଡୁଥିବାରୁ ବିଭିନ୍ନ ମାଟି୍ରମନି ସାଇଟ୍ରେ ଏଭଳି ବର ଓ କନ୍ୟା ଖୋଜା ଚାଲିଛି । ଏହି ସାଇଟ୍ ଗୁଡ଼ିକରେ ହଜାର, ହଜାର ପୁଅ ଏବଂ ଝିଅଙ୍କର ବୈବାହିକ ସମ୍ପର୍କକୁ ନେଇ କିଛି ତଥ୍ୟ ଦିଆଯାଇଛି । ଏଥିରେ ଫଟୋ ମଧ୍ୟ ଦିଆଯାଇଛି । ତେବେ ସେହି ଫଟୋ ଗୁଡ଼ିକ ପ୍ରକୃତରେ ବିବରଣୀ ଦେଇଥିବା ବ୍ୟକ୍ତିର କି ନାହିଁ ସେ ସମ୍ପର୍କିତ କୌଣସି ଗ୍ୟାରେଣ୍ଟି ନାହିଁ । ଏକ ଅନ୍ଲାଇନ୍ ବ୍ୟବସ୍ଥାରେ ଏସବୁ ହେଉଥିବାରୁ କୌଣସି ଭୁଲ୍ ତଥ୍ୟ ଦିଆଗଲେ ସେଥିପାଇଁ କାହାରିକୁ ଦାୟୀ କରିବା ସମ୍ଭବ ହେଉନାହିଁ । ବିବାହ ପରେ ବର କିମ୍ବା କନ୍ୟାପକ୍ଷ କୌଣସି ପ୍ରକାରର ଶୋଷଣ କରିଲେ କିମ୍ବା ଭୟ ଦେଖାଇ ଆର୍ଥôକ ଶୋଷଣ କରିଲେ ସେସବୁ ପାଇଁ ମାଟ୍ରିମନି ସାଇଟ୍ର ସଂସ୍ଥାମାନେ ଦାୟୀ ରହୁନାହାନ୍ତି । ଏଭଳି ବିବାଦ ଗୁଡ଼ିକରେ ବରପକ୍ଷ ଏବଂ କନ୍ୟାପକ୍ଷ ବିଭିନ୍ନ ଆଇନ୍ ଅଦାଲତକୁ ଦଉଡୁଥିଲେ ମଧ୍ୟ ମାଟି୍ରମନି ସାଇଟ୍ର ସଂସ୍ଥାମାନେ ଏଭଳି ବିବାଦର ପକ୍ଷଭୁକ୍ତ ହେଉନାହାନ୍ତି । ସେମାନେ ସେମାନଙ୍କର ପ୍ରାପ୍ୟ ପାଇଗଲା ପରେ ତାଙ୍କର ଦାୟିତ୍ୱ ସରିଯାଉଛି । ତେବେ ମାଟ୍ରିମନି ସାଇଟ୍କୁ ଦେଖି ସ୍ୱାଭାବିକ ଭାବରେ ବାହାଘରଟିଏ ହେବ ବୋଲି ବର୍ତ୍ତମାନ ପରିସ୍ଥିତିରେ ଆଶା କରାଯାଇପାରୁନାହିଁ । ବର କିମ୍ବା କନ୍ୟା ପାଇବା ପାଇଁ ମାଟି୍ରମନି ଏକ ନୂଆ ପ୍ଲାଟ୍ଫର୍ମ ଦେଇଥିଲେ ମଧ୍ୟ ବିଭିନ୍ନ ପ୍ରକାରର ଠକାମୀ, ଧୋକାବାଜି, ପ୍ରକୃତ ବ୍ୟକ୍ତିର ଫଟୋ ନଦେଇ ଅନ୍ୟ ବ୍ୟକ୍ତିର ଫଟୋ ଦେବା ଭଳି ଘଟଣା ଗୁଡ଼ିକରେ ସେମାନେ ଉତ୍ତରଦାୟୀ ରହିବା ଉଚିତ୍ । ଏଭଳି ଏକ କାର୍ଯ୍ୟ ପାଇଁ ସେମାନେ ଅର୍ଥ ନେଉଥିବାରୁ ଏବଂ ଅର୍ଥ ବଦଳରେ ଏକ ସେବା ଦେଉଥିବାରୁ ଏହାକୁ ଉପଭୋକ୍ତା ସୁରକ୍ଷା ଆଇନ୍ର ଅର୍ନ୍ତଗତ କରାଯିବା ଆବଶ୍ୟକ । କାରଣ ଉପଭୋକ୍ତା ସୁରକ୍ଷା ଆଇନ୍ରେ ଅର୍ଥ ବିନିମୟରେ ଦ୍ରବ୍ୟ କିମ୍ବା ସେବା ପ୍ରଦାନର ପ୍ରତିଶ୍ରୁତିକୁ ଗ୍ରହଣ କରାଯାଉଛି । 
ଅନ୍ୟପକ୍ଷରେ ନକଲି ଫଟୋ, ନକଲି ଠିକଣା, ପ୍ରକୃତ ଆୟ ଠାରୁ ଅଧିକ ଆୟ ଦର୍ଶାଇବା, ପ୍ରକୃତ ଶିକ୍ଷାଗତ ଯୋଗ୍ୟତା ଠାରୁ ଅଧିକ ଦେଖାଇବା, ବୃତ୍ତି ସମ୍ପର୍କିତ ତଥ୍ୟରେ ଜାଲିଆତି କରିବା ଭଳି ଅନେକ ଘଟଣା ଦୃଷ୍ଟିକୁ ଆସିଲାଣି । ଏପରିକି ଅନେକ କ୍ଷେତ୍ରରେ ଏଭଳି ମିଛ ଗୁଡ଼ିକୁ ନେଇ ବିବାହ ବିଚ୍ଛେଦର ମାମଲା ଅହେତୁକ ଭାବରେ ବୃଦ୍ଧି ପାଇବାରେ ଲାଗିଲାଣି । ଉଦେ୍ଦଶ୍ୟମୂଳକ ଭାବରେ କିଛି ବ୍ୟକ୍ତି ବର କିମ୍ବା କନ୍ୟାପକ୍ଷ ଠାରୁ ଅର୍ଥ ଶୋଷଣ ଉଦେ୍ଦଶ୍ୟରେ ବହୁ ଜାଲିଆତି କରି ମାଟି୍ରମନି ବିଜ୍ଞାପନରେ ପ୍ରବେଶ କରୁଛନ୍ତି ।  ଏଇ କିଛି ମାସ ତଳେ ଅଠର ଜଣ ପତ୍ନୀଙ୍କର ସ୍ୱାମୀ ଥିବା ଜଣେ ନକଲି ଡ଼ାକ୍ତର ମାଟ୍ରିମନି ସାଇଟ୍ରେ ବିଭିନ୍ନ ପ୍ରକାରର ନକଲି ତଥ୍ୟ ଦେଇ ବିବାହ କରୁଥିବା ଏବଂ ବିବାହ ପରେ କନ୍ୟାପକ୍ଷକୁ ବିଭିନ୍ନ ପ୍ରକାରର ଭୟ ଦେଖାଇ ଲୁଟୁଥିବା ଜଣାପଡ଼ିଛି । ଏହି ମାମଲା ଏବେ ନ୍ୟାୟାଳୟରେ ବିଚାରାଧୀନ ଭାବେ ରହିଛି । ଏହି ନକଲି ସାଇଟ୍ ଗୁଡ଼ିକ ମାଧ୍ୟମରେ ଶହେ ଜଣରୁ ଅଧିକ ମହିଳାଙ୍କୁ ଠକିଥିବା ସତ୍ୟଜିତ୍ ସାମଲ ନାମକ ଜଣେ ଭଦ୍ରମୁଖା ପିନ୍ଧା ବ୍ୟକ୍ତି ଏବେ ଜେଲଖାନାରେ । ନିଜକୁ ନୌବାହିନୀର ଜଣେ ଅଫିସର୍ ପରିଚୟ ଦେଇ ଯୁବତୀମାନଙ୍କ ସହିତ ପ୍ରତାରଣା ଏବଂ ଠକେଇ କରିଥିବା ତଥା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଭାଇରାଲ କରିବା ଧମକ ଦେଇଥିବା ଜଣେ ବ୍ୟକ୍ତି ଏବେ ଜେଲରେ ଅଛି । ଆଉ ଜଣେ ମିଛ ଆକାଉଣ୍ଟ୍ ଖୋଲି ସେଥିରେ ସୁନ୍ଦରୀ ଯୁବତୀଙ୍କ ଫଟୋ ପେଷ୍ଟ କରି ମାଟ୍ରିମନି ସାଇଟ୍କୁ ଦେଇଥିଲେ । ଏହା ମାଧ୍ୟମରେ ସେ ଅନେକ ଲୋକଙ୍କୁ ଆର୍ଥôକ ଭାବରେ ଠକେଇ କରିଥିବା ଜଣାପଡ଼ିଛି । ଜଣେ ମହିଳା ଡ଼ାକ୍ତର ମଧ୍ୟ ଅନ୍ୟ ଜଣେ ଠକକୁ ପ୍ରକୃତ ଡ଼ାକ୍ତର ଭାବି ଠକେଇର ଶିକାର ହୋଇଥିବା ଜଣାପଡ଼ିଛି । ଏହିପରି ଭାବରେ ଦେଖାଯାଉଛି ଯେ ମହିଳାମାନେ ଅଧିକ ସଂଖ୍ୟାରେ ଏଭଳି ଠକେଇର ଶିକାର ହେଉଛନ୍ତି । ତେଣୁ ଏ ଦୃଷ୍ଟିରୁ ମାଟ୍ରିମନି ସାଇଟ୍ରେ ଜୀବନସାଥି ବାଛୁଥିବା ବ୍ୟକ୍ତିମାନେ ଅତିମାତ୍ରାରେ ସତର୍କ ରହିବା ଉଚିତ୍ ।