ମା’ପୁଅକୁ ଆକ୍ରମଣ ଅଭିଯୋଗ

ପାଣିକୋଇଲି:  ନିଶାସକ୍ତ ଅବସ୍ଥାରେ ସ୍ତ୍ରୀ ଓ ପୁଅକୁ ଆକ୍ରମଣ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । ପାଣିକୋଇଲି ଥାନା ଅମୃତିଆ ଗ୍ରାମର ଜୟନ୍ତୀ ରଣାଙ୍କ ଅଭିଯୋଗ ମୁତାବକ ତାଙ୍କ ସ୍ୱାମୀ ପ୍ରଭାକର ନିଶାଗ୍ରସ୍ଥ ହୋଇ ମାରପିଟ କରନ୍ତି । କିନ୍ତୁ ପିଲାଙ୍କ ମୁହଁକୁ ଚାହିଁ ସେ ସବୁ ଭୁଲି ଘରେ ରହିଥାନ୍ତି । ମାତ୍ର ଦିନକୁ ଦିନ ସ୍ୱାମୀଙ୍କ ଅତ୍ୟାଚାର ବଢି ଚାଲିଲା । ଗତ ୩୧ ତାରିଖ ସ୍ୱାମୀ ନିଶାସକ୍ତ ଅବସ୍ଥାରେ ତାଙ୍କୁ ଏକ ପ୍ଲାଷ୍ଟିକ ପାଇପ୍ରେ ପିଟି କ୍ଷତାକ୍ତ କରିଥିଲେ । ଏଥି ସହିତ ପୁଅକୁ ଜୀବନରୁ ମାରି ଦେବାକୁ ତଣ୍ଟି ଚିପି ଦେଇଥିଲେ ।