ମା’ଭୂଧାରଚଣ୍ଡୀ ପୀଠ ଅବହେଳିତ : ନୀଳଗିରିରୁ ଭଗବାନ ମହଲ
ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଏବଂ ମନ୍ଦିରମାନଙ୍କର ଉନ୍ନତିକରଣ ଓ ପରିଚାଳନା ନିମନ୍ତେ ଲକ୍ଷଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେଉଛନ୍ତି । ମାତ୍ର ଅନେକ ସମୟରେ ଐତିହାସିକ କୀର୍ତ୍ତିରାଜି ଥିବା ପୀଠଗୁଡ଼ିକ ପ୍ରତି ଅଣଦେଖା କରାଯାଉଛି । ଏହାର ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଦେବୋତ୍ତର ବିଭାଗ ତତ୍ତ୍ୱାବଧାନରେ ଥିବା ରାଜାରାଜୁଡା ଅମଳର ସଜନାଗଡର ପ୍ରତିଷ୍ଠିତ ମା’ ଭୂଧାରଚଣ୍ଡୀଙ୍କ ମନ୍ଦିରରେ ।
କୁହାଯାଏ ୧୪୫୨ ଖ୍ରୀଷ୍ଟାଦ୍ଧରେ ରାଜା ନାରାୟଣ ବସନ୍ତ ବିରାଟ ଭୂଜଙ୍ଗ ମାନ୍ଧାତା ମା'ଙ୍କୁ ସ୍ଥାପନା କରିଥିଲେ । ୧୫୦୦ ଖ୍ରୀଷ୍ଟାବ୍ଦ ଶେଷାର୍ଦ୍ଧରେ କଳାପାହାଡ଼ ଆକ୍ରମଣ କରି ମା'ଙ୍କ ମନ୍ଦିର ଭାଙ୍ଗି ଦେଇଥିଲେ । ଏହି ସମୟରେ ମା'ଙ୍କୁ ଏକ ନିମ୍ବଗଛ ମୂଳେ ଲୁଚାଇ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ରାଜା ଶ୍ୟାମଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ସ୍ୱପ୍ନାଦେଶ ପାଇ ମନ୍ଦିର ତୋଳିଥିଲେ । ଏହାର ସ୍ଥାପତ୍ୟ କାରୁକାର୍ଯ୍ୟ, ଶିଳ୍ପ ଶାସ୍ତ୍ର ଆଦି ନିଖୁଣ ସୃଜନଶୀଳତାର ପରିଚୟ ଦିଏ । ଏହି ପ୍ରାଚୀନ କୀର୍ତ୍ତିରାଜିିର ସମ୍ଭାର ପାଲଟିଥିବା ଭୂଧାରଚଣ୍ଡୀଙ୍କ ମନ୍ଦିର ବେଢା ବା ପାଚେରୀ ଦୀର୍ଘ ବର୍ଷ ହେବ ରକ୍ଷଣାବେକ୍ଷଣ ଅଭାବରୁ ବିଭିନ୍ନ ସ୍ଥାନରେ ଫାଟ ପ୍ଲାଷ୍ଟର ଝଡିଡା ସହ ରଙ୍ଗ ଲଗାଯାଇ ନଥିବାରୁ ସଂପୂର୍ଣ୍ଣ ମନ୍ଦିର ପାଚେରୀ ଶିଉଳିରେ ପରିପୂର୍ଣ୍ଣ ହୋଇ କଳା ଆସ୍ତରଣ ଜମିବା ପରେ ମନ୍ଦିର ପାଚେରୀ ଅବସ୍ଥା ଶୋଚନୀୟ ହୋଇପଡିଛି । ଏହାର ପୁନରୁଦ୍ଧାର ନିମନ୍ତେ ପ୍ରଶାସନିକସ୍ତରରେ କୌଣସି ସମୁଚିତ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ହେତୁ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରତିଦିନ ମନ୍ଦିରକୁ ବହୁ ଭକ୍ତ ପୂଜାର୍ଚ୍ଚନା ଓ ପର୍ଯ୍ୟଟକ ବୁଲିବା ପାଇଁ ଆସିଥାନ୍ତି । ବିଭିନ୍ନ ପର୍ବପର୍ବାଣୀରେ ଏଠାରେ ଅଧିକ ଭକ୍ତଙ୍କ ଭିଡ ଲାଗି ରହିଥାଏ । ମାତ୍ର ଏବେ ଏହି ମନ୍ଦିର ବେଢା ବା ପାଚେରୀ ଜରାଜୀର୍ଣ୍ଣ ହୋଇପଡିଛି । ମନ୍ଦିରର ଚତୁଃପାର୍ଶ୍ୱରେ ବେଢା ବା ପାଚେରି ଉପରେ ବୃକ୍ଷ ଗଛ ହୋଇଗଲାଣି । ମନ୍ଦିର ସମ୍ମୁଖରେ ସରକାରଙ୍କ ତରଫରୁ ଲକ୍ଷ ଲକ୍ଷ ଟଙ୍କା