ଅପମିଶ୍ରଣ: ଆଉ ଏକ ମହାମାରୀ
ଚତୁର୍ଥ ଶ୍ରେଣୀରେ ଗଣିତ ପଢ଼ୁଥିବା ପିଲାଟିଏ ଗୋଟିଏ ପ୍ରଶ୍ନର ସାମ୍ନା କଲାବେଳେ ଗଣିତ ବାହାରେ ବି କିଛି ଚିନ୍ତା କରିବା ସ୍ୱାଭାବିକ । ଧରି ନିଅନ୍ତୁ ଲାଭକ୍ଷତି ସଂପର୍କିତ ପ୍ରଶ୍ନଟିଏ ଏଇଭଳି - ଜଣେ ଅସାଧୁ ବ୍ୟବସାୟୀ ପାଞ୍ଚ ଲିଟର କ୍ଷୀରରେ ଏକ ଲିଟର ପାଣି ମିଶାଇ ବିକି୍ର କରନ୍ତି । ତାଙ୍କର ଶତକଡ଼ା ଲାଭ ପରିମାଣ କେତେ? ଛୋଟ ପିଲାଟି ଭାବିବ ଲାଭ ପାଇବାକୁ ହେଲେ ଅପମିଶ୍ରଣ ଅପରିହାର୍ଯ୍ୟ । ଅବଶ୍ୟ ଧର୍ମକୁ ଆଖିଠାର ଭଳି ପ୍ରଶ୍ନରେ ଥିବା ବ୍ୟବସାୟୀ ଅସାଧୁ କାହିଁକି ସେ କଥା ବୁଝିବ । ଅତଏବ ପିଲାବେଳୁ ସେ ଗୋଟିଏ ନୂତନ ମୂଲ୍ୟବୋଧ ଗ୍ରହଣ କରିନେବ ଯେ ଅପମିଶ୍ରଣ ହିଁ ଜୀବନରେ ତଥାକଥିତ ଆର୍ଥିକ ଉନ୍ନତିର ଏକ ପ୍ରମୁଖ କାରଣ ।
ଅପମିଶ୍ରଣ ଆମ ସମସ୍ତଙ୍କ ପାଇଁ ଏକ ବିଶାଳ ସମସ୍ୟା ହୋଇ ଛିଡ଼ା ହୋଇଛି । ନିମ୍ନମାନର ଚିଜକୁ ଉଚ୍ଚମାନ ସହିତ ସମତୁଲ କରି ବ୍ୟବସାୟ କରିବା ପାଇଁ ବ୍ୟବସାୟୀମାନେ ଅପମିଶ୍ରଣକୁ ଏକ ଅଭିନବ ବ୍ୟାବସାୟିକ କଳା ବୋଲି ଧରିନେଲେଣି । ଆପଣ ଯଦି କୌଣସି ବସ୍ଷ୍ଟାଣ୍ଡ୍ରେ ଥିବା ଫଳ ଦୋକାନରୁ ଫଳ କିଣୁଛନ୍ତି ଏବଂ ପଇସା ଦେଲାବେଳେ ସାମାନ୍ୟ ଅସାବଧାନତାର ଶିକାର ହୋଇଛନ୍ତି, ତାହେଲେ ଆପଣ ଘରେ ପହଞ୍ଚି ଲକ୍ଷ୍ୟ କରିବେ ଆପଣ ଛଳନାର ଶିକାର ବି ପାଲଟି ଯାଇଛନ୍ତି । ଦୋକାନୀ ଆଗରୁ ଓଜନ କରି ସେଓ ମାନ ରଖିଥିବ । ଯେଉଁଥିରେ ଅନ୍ତତଃ ଦୁଇଟି ନୂ୍ୟନମାନର ସେଇ ମିଶାଇ ଦେଇଦେବ ଆପଣ ପଇସା ବାହାର କଲାବେଳେ ସେ ଯାଦୁକର ଭଳି ଆପଣଙ୍କ ଆଗରେ ଓଜନ କରିଥିବା ସେଓକୁ ଅନ୍ୟ କେଉଁଠି ଥୋଇଦେଇ ପୂର୍ବରୁ ରହିଥିବା ସେଓ ଧରେଇ ଦେବ ଏବଂ ବିନା ସଂକୋଚ ଓ ସଂଶୟରେ ଆପଣ ତାକୁ ନେଇ ଘରେ ପହଞ୍ଚିଲା ପରେ ଯାଇ ଜଣାପଡ଼ିବ କଥାର ଗୁମର ।
ଯେଉଁ ଦ୍ରବ୍ୟର ମିଶ୍ରଣରେ ମୌଳିକ ଜିନିଷର ଗୁଣବତ୍ତା ହ୍ରାସ ହୋଇଥାଏ, ତାହାକୁ ଅପମିଶ୍ରଣ ବୋଲି କୁହାଯାଏ । କେବଳ ସେତିକି ନୁହେଁ ଏପରି କିଛି ରାସାୟନିକ ପଦାର୍ଥ ରହିଛି ଯାହାକୁ ମିଶାଇ ଦେଲେ ବାସି ଚିଜ ସତେଜ ଦିଶେ । ପଚା ମାଛ ଲାଗେ ତଟକା । ଏହା ଫଳରେ ଜିନିଷଟି ସିନା ଆଖିକୁ ରୁଚେ; ମାତ୍ର ପ୍ରକୃତପକ୍ଷେ ଜିନିଷଟିର ଗୁଣବର୍ତ୍ତା ହ୍ରାସ ପାଇଥାଏ ଏବଂ ଅନେକ ସମୟରେ ଏହି ଅପମିଶ୍ରଣ ଯୋଗୁଁ ଦ୍ରବ୍ୟଟି ଖାଦ୍ୟ ଅନୁପଯୋଗୀ ପାଲଟି ଯାଇଥାଏ । ଏହିପରି ରସାୟନ ପ୍ରୟୋଗ ଫଳରେ ହାଟରେ ତଟକା ଦିଶୁଥିବା ଫଳ ବା ପନିପରିବା କେବଳ ଆଖିକୁ ଚିକ୍ଣ ଦିଶେ ସିନା, ବାସ୍ତବରେ ତାହା ସ୍ୱାସ୍ଥ୍ୟ ପକ୍ଷରେ ଅତୀବ ଅହିତକର ହୋଇଥାଏ ।
ପନିପରିବା ହାଟ ଭିତରକୁ ପଶି ଆପଣ ଯଦି ସରଜମିନ ତଦନ୍ତ କରିବେ ତାହେଲେ ହୁଏତ ଲକ୍ଷ୍ୟ କରିପାରିବେ ଲୋକ ଭିଡ଼ର ବିପରୀତ ଦିଗରେ କେତେଗୁଡ଼ିଏ ପକ୍କା କୁଣ୍ଡ କରାଯାଇଛି । ସେଇ କୁଣ୍ଡରେଏପରି ରସାୟନ ପଡ଼ିଛି ଯାହା ସହିତ ପୁରୁଣା ପୋକରା ପରିବାକୁ ଘାଣ୍ଟିଦେଲେ ତାହା ଯେମିତି ନବ ଯୌବନ ପ୍ରାପ୍ତ ହୋଇଥାଏ । ଛନ୍ଛନ୍ ଦିଶୁଥିବା ସେଇ ପରିବାକୁ ଆମେ ପ୍ରତିଯୋଗୀତା କରି ନିଜ ଘରକୁ ବହି ଆଣୁ । ସେମିତି ଫଳ ଦୋକାନରେ କିଛି ଫଳ ଉପରେ ବିଶେଷତଃ ସେଓ ଉପରେ ମହମର ଏକ ପତଳା ଆସ୍ତରଣ ଯୋଡ଼ି ଦିଆଯାଏ । କେତେକ ସ୍ଥଳରେ ସେଥିରେ ରଙ୍ଗ ବୋଳି ଦିଆଯାଏ ଯାହା ଗ୍ରାହକଙ୍କୁ ଆକୃଷ୍ଟ କରେ ।
କେବଳ ଦ୍ରବ୍ୟର ଶେଷ ପର୍ଯ୍ୟାୟରେ ହେଉଥିବା ଅପମିଶ୍ରଣ ନୁହେଁ ପ୍ରସ୍ତୁତି ପର୍ବରେ ମଧ୍ୟ ଅନେକ ଅପମିଶ୍ରଣ ହୁଏ ଯାହାକି ଜି.ଏମ୍.ପି. ବା ଶକ୍ଟକ୍ଟୟ ଜ୍ଞବଦ୍ଭଙ୍କଲବମଗ୍ଧଙ୍କକ୍ସସଦ୍ଭଶ କ୍ଟ୍ରକ୍ସକ୍ଟମରଗ୍ଦଗ୍ଦର ପର ପନ୍ଥୀ । ଉଦାହରଣସ୍ୱରୂପ ପନିପରିବା ବା ଫଳରେ ମାତ୍ରାଧିକ ହର୍ମୋନ୍ ସ୍ପ୍ରେ କରିବା କିମ୍ବା କୁକୁଡ଼ା କିମ୍ବା ମାଛ ତ୍ୱରିତ ବଡ଼ ଆକାର କରିବା ପାଇଁ ବର୍ଜନୀୟ ରାସାୟନିକ ବ୍ୟବହାର କରିବା ଏଥିରେ ଅନ୍ତର୍ଭୁକ୍ତ । ତରଭୁଜକୁ ଲୋଭନୀୟ କରିବା ପାଇଁ ଇଞ୍ଜେକସନ୍ ଦେଇ ତାର ଭିତର ଅଂଶକୁ ସଂପୂର୍ଣ୍ଣ ଲାଲ୍ କରାଇବା ବି ଏଇ ପର୍ଯ୍ୟାୟର । ଏଗୁଡ଼ିକୁ ନିରୀକ୍ଷଣ କରି ନିରୋଧ କରିବା ପାଇଁ ଆବଶ୍ୟକ ସରକାରୀ ବ୍ୟବସ୍ଥା ନଗଣ୍ୟ ଓ ପ୍ରଭାବଶୂନ୍ୟ ।
ଖାଦ୍ୟ ପଦାର୍ଥରେ ହେଉଥିବା ଅପମିଶ୍ରଣକୁ ରୋକିବା ପାଇଁ ଭାରତ ସରକାର ପ୍ରଥମେ ୧୯୫୫ ମସିହାରେ ଖାଦ୍ୟ ଅପମିଶ୍ରଣ ନିରୋଧ ଆଇନ (ଚକ୍ସରଙ୍ଖରଦ୍ଭଗ୍ଧସକ୍ଟଦ୍ଭ କ୍ଟଲ ୠକ୍ଟକ୍ଟୟ ଇୟଙ୍କକ୍ଷଗ୍ଧରକ୍ସବଗ୍ଧସକ୍ଟଦ୍ଭ ଇମଗ୍ଧ, ୧୯୫୪) ପ୍ରଣୟନ କରିଥିଲେ । ଅନୁରୂପ ଭାବରେ ଫଳ ଏବଂ ତୈଳ ଜାତୀୟ ଦ୍ରବ୍ୟରେ ଅପମିଶ୍ରଣ ରୋକିବା ପାଇଁ ବିଭିନ୍ନ ନିୟନ୍ତ୍ରଣ ନିୟମାବଳୀ ଭିନ୍ନ ଭିନ୍ନ ସମୟରେ କାର୍ଯ୍ୟକାରୀ ହୋଇଥିଲା; ମାତ୍ର ସବୁ ଗୁଡ଼ିକର ଏକତ୍ରୀକରଣ ଏବଂ ବିନ୍ୟାସ ଫଳରେ ୨୦୦୬ ମସିହାରେ ଆସିଲା ୠଝଝଇ (ୠକ୍ଟକ୍ଟୟ ଝବଲରଗ୍ଧଚ୍ଚ ବଦ୍ଭୟ ଝଗ୍ଧବଦ୍ଭୟବକ୍ସୟଗ୍ଦ ଇମଗ୍ଧ, ୨୦୦୬)
ଭାରତୀୟ ଦଣ୍ଡ ସଂହିତା ବା ଓଚଉର ଧାରା ୨୭୨ ଅନୁସାରେ ଅପମିଶ୍ରଣ ଏକ ଅପରାଧ ଏବଂ ଏଥିରେ ପ୍ରଥମେ ଛଅମାସ ଜେଲଦଣ୍ଡ ଓ ଏକହଜାର ଟଙ୍କାର ଜୋରିମାନା ବ୍ୟବସ୍ଥା ଥିଲା; ମାତ୍ର ୨୦୦୬ରେ ଲାଗୁ ହୋଇଥିବା ନୂତନ ଆଇନ (ୠଝଝଇ) ଅନୁସାରେ ଜେଲ ଓ ଜୋରିମାନା ପରିମାଣ ବୃଦ୍ଧି କରାଯାଇଛି । ଆଗରୁ ପ୍ରଚଳିତ ବ୍ୟବସ୍ଥା ଅନୁସାରେ ଖାଦ୍ୟ ସୁରକ୍ଷା ଅଧିକାରୀମାନେ ତଲାସୀ ବେଳେ ଅପମିଶ୍ରଣ ଥିବା ସୂଚନା ପାଇଲେ ନମୁନା ଗ୍ରହଣ କରି ତାକୁ ପରୀକ୍ଷାଗାରକୁ ପଠାଉଥିଲେ ଏବଂ ସେଠାରୁ ପ୍ରତିକୂଳାତ୍ମକ ମନ୍ତବ୍ୟ ଆସିଲେ ନ୍ୟାୟାଳୟରେ କେଶ ଦାୟର କରୁଥିଲେ ।
ନୂତନ ଆଇନ ଆସିବା ପରେ ପରୀକ୍ଷାଗାରରୁ ନମୁନା ଉପରେ ଆସୁଥିବା ମନ୍ତବ୍ୟ ଯଦି ‘ସବ୍ଷ୍ଟାଣ୍ଡାର୍ଡ଼’ ଥାଏ ତାହେଲେ ଅତିରିକ୍ତ ଜିଲ୍ଲାପାଳଙ୍କ କୋର୍ଟରେ ଫୁଡ଼ ଇନିସ୍ପେକ୍ଟର କେଶ୍ ଦାୟର କରନ୍ତି । ଏହି ପ୍ରାଧିକୃତ କାର୍ଯ୍ୟନିର୍ବାହୀ କୋର୍ଟ ସଂପୃକ୍ତ ପକ୍ଷଙ୍କୁ ନୋଟିସ କରି ଶୁଣାଣି କରିବା ପରେ ଜୋରିମାନା କରିପାରନ୍ତି; ମାତ୍ର ଅତିରିକ୍ତ ଜିଲ୍ଲାପାଳ ବହୁ ଦାୟିତ୍ୱରେ ଥିବାରୁ ଏହି କୋର୍ଟଗୁଡ଼ିକ ନିୟମିତ ଭାବରେ ବସି ପାରୁନାହିଁ ଏବଂ କେଶ୍ ଫଇସଲା ମଧ୍ୟ ଆଶାନୁରୂପ ହୋଇପାରୁନାହିଁ ।
୨୦୦୬ର ଆଇନ ଅନୁସାରେ ଏବେ ପରୀକ୍ଷାଗାରରୁ ବିପରୀତାତ୍ମକ ରିପୋର୍ଟ ଆସିଲେ ବି ସିଧାସଳଖ କେଶ୍ ସଂପୃକ୍ତ ବ୍ୟବସାୟୀଙ୍କ ବିରୋଧରେ କରାଯାଇପାରିବ ନାହିଁ, ପ୍ରଥମେ ତାଙ୍କୁ ସତର୍କ କରିବାକୁ ହେବ, ଏବଂ ସେଥିରେ କିଛି ଗୁଣବତ୍ତାର ପରିବର୍ତ୍ତନ ନହେଲେ ଯାଇ କୋର୍ଟରେ କେଶ୍ ଦାୟର କରିବାକୁ ହେବ । ଯେଉଁ ନମୁନାରେ ପରୀକ୍ଷାଗାରର ରିପୋର୍ଟରୁ ତାହା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ବା ବିଷାକ୍ତ ବୋଲି ଲେଖାଯାଇଥାଏ ସେଇ କେଶ କୋର୍ଟ (ନ୍ୟାୟାଳୟ)ରେ ଦାୟାର ହୁଏ । କୋର୍ଟରେ ଏହି କେଶ୍ ବର୍ଷ ବର୍ଷ ଧରି ପଡ଼ିରହେ ଯାହା ଫଳରେ ଅପମିଶ୍ରଣ କରୁଥିବା ବ୍ୟବସାୟୀଙ୍କ ବିରୋଧରେ ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ହୋଇପାରୁନାହିଁ । ବଡ଼ ଦୁଃଖର କଥା ଏହି ମାମଲାଗୁଡ଼ିକ କେବଳ ବହୁ ବର୍ଷ ଧରି ଅଦାଲତରେ ଗଡ଼ୁ ନାହିଁ, ତା ସହିତ ଏଥିରେ ଦଣ୍ଡ ପାଉଥିବା ଲୋକଙ୍କ ସଂଖ୍ୟା ଖୁବ୍ ନଗଣ୍ୟ । ଆମେ ସମସ୍ତେ ଅପମିଶ୍ରଣ ପ୍ରଭାବରୁ ବହୁ ରୋଗର ଶିକାର ହେଉଥିବା ବେଳେ ଏହା ଅତ୍ୟନ୍ତ ଦୁଃଖଦାୟକ ବାସ୍ତବତା ।
୨୦୦୬ ଆଇନ (ଲଗ୍ଦଗ୍ଦବ)ର ପ୍ରାବଧାନ ଅନୁସାରେ ରାଜ୍ୟରେ ଜଣେ ଖାଦ୍ୟ ସୁରକ୍ଷା କମିଶନର ରହିବାର ବ୍ୟବସ୍ଥା ଅଛି ଯାହାଙ୍କ ଅଧ୍ୟକ୍ଷତାରେ ଏଇ ଆଇନ ରାଜ୍ୟରେ କାର୍ଯ୍ୟକାରୀ ହୋଇଥାଏ; ମାତ୍ର ରାଜ୍ୟ ସରକାରମାନେ ଅନେକ ସମୟରେ ବହୁ ଦାୟିତ୍ୱରେ ଥିବା ଜଣେ ଅଧିକାରୀଙ୍କୁ ଏହି ଦାୟିତ୍ୱ ନ୍ୟସ୍ତ କରୁଥିବାର ଦେଖିବାକୁ ମିଳେ । ଏହା ଫଳରେ ଏହି ଆଇନ କାର୍ଯ୍ୟକାରୀ ହେବା ପାଇର୍ ଯେଉଁ ତତ୍ପରତାର ଆବଶ୍ୟକତା ତାହା ଦେଖାଯାଏ ନାହିଁ । ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ହେଲେ ଫୁଡ଼୍ ସେଫ୍ଟି ଓ ଷ୍ଟାଣ୍ଡାର୍ଡ଼ ଆକ୍ଟ ପରି ଏକ ସମ୍ବେଦନଶୀଳ ଆଇନ ଠିକଣା ବାଟରେ ଯାଇ ସମାଜରେ ଉପକାର କରିପାରିବ ।
ଦୂରଭାଷ : ୯୪୩୮୪୮୨୯୧୧