ମୋବିଲ ପାଇଁ ଦୁର୍ଘଟଣା; ମହିଳା ଗୁରୁତର

ପାଣିକୋଇଲି : ମୋବିଲ ପାଇଁ ସିରିଜ ଦୁର୍ଘଟଣା ଘଟି ଜଣେ ମହିଳା ଗୁରୁତର ହୋଇଛନ୍ତି । ଦୁଘଟଣା ଦଳା ଶଙ୍ଖଚିଲା ରାସ୍ତାରେ ଘଟିଥିଲା । ଆଜି କୌଣସି ଏକ ଗାଡିରୁ ମୋବିଲ ଲିକ ହୋଇ ରାସ୍ତାରେ ପଡିଥିଲା । ଫଳରେ ସେହି ରାସ୍ତା ଦେଇ ଯାଉଥିବା ବାଇକ ଦୁର୍ଘଟଣା ହୋଇଥିଲେ । ଦୁଇଟି ଛୋଟ ଦୁର୍ଘଟଣା ପରେ ଯାଜପୁର ରୋଡ ଧବଳଗିରି ଅଂଚଳର ହରପ୍ରିୟା ପରିଚ୍ଛା ତାଙ୍କ ମାଆ କନକଲତାଙ୍କୁ ନେଇ କତାରାପୁର କାଳୀ ମନ୍ଦିରରୁ ଫେରୁଥିବା ବେଳେ ରାସ୍ତାରେ ପଡିଥିବା ମୋବିଲରେ ସ୍କୁଟି ଚକା ଖସି ଯିବାରୁ ଗୁରୁତର ଆହତ ହୋଇଥିଲେ । ଖବରପାଇ ଘଟଣାସ୍ଥଳେ ଆମେ ଆପଣଙ୍କ ପାଇଁ  ହେଲପିଂ ଗ୍ରୁପର ସଭାପତି ଅଶୋକ କୁମାର ଦାସ ପହଁଚି ତାଙ୍କୁ ଉଦ୍ଧାର କରି ଯାଜପୁରରୋଡ କ୍ଷେତ୍ରୀୟ ଚିକିସôାଳୟରେ ଭର୍ତି କରିଥିଲେ ।