ମୋହରି ସଂଘର ସମ୍ମିଳନୀ

କେନ୍ଦ୍ରାପଡା : ରେଜିଷ୍ଟାର ଅଫିସ ମୋହରିର ସଂଘର ବାର୍ଷିକ ସମ୍ମିଳନୀ ଇଛାପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ସନ୍ତୋଷ କୁମାର ସାହୁଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ବାର୍ଷିକ ସମ୍ମିଳନୀ ରେ ରାଜ୍ୟ ସଂଘର କାର୍ଯ୍ୟକାରୀ ସଭାପତି ବଂଶୀଧର ବେହେରା, ଉପ ସଭାପତି ଉମାକାନ୍ତ ସାହୁ, ନରହରି ସାହୁ ଓ ଉପଦେଷ୍ଟା ଭକ୍ତ ଚରଣ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସଂଘର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରାଯାଇ ଥିଲା । ବିଭିନ୍ନ ବ୍ଲକରେ କାର୍ଯ୍ୟରତ ଥିବା ସବ୍ ରେଜିଷ୍ଟାର ଅଫିସର ମୋହରିର ମାନଙ୍କୁ ଅଫିସ କର୍ମଚାରୀମାନେ ଉଦେ୍ଦଶ୍ୟ ମୂଳକ ଭାବେ ହଇରାଣ କରିବା ଓ ବିଭିନ୍ନ ଅଞ୍ଚଳରୁ ଦଲିଲ ବିକ୍ରି ଓ ଖର୍ଦ୍ଦି କରିବାକୁ ଆସୁଥିବା ଜନ ସାଧାରଣଙ୍କ ପାଇଁ ବିଶ୍ରାମ ନେବା, ପାନୀୟ ଜଳ ଓ ଶୈାଚାଳୟ ନଥିବାରୁ ଜନ ସାଧାରଣ ହଇରାଣ ହେଉଛନ୍ତି । ଏ ନେଇ ସଭାରେ ଅସନ୍ତୋଷ ପ୍ରକାଶ ପାଇଥିଲା ।  ଏହି ସଭାରେ ନିଖିିଲ ପ୍ରଧାନ ଓ ନରେଶ ସାମନ୍ତରାୟ ସଭା ପରିଚଳନା କରିଥିବା ବେଳେ ସଂପାଦକ ପ୍ରକାଶ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।