ଅର୍ଜୁନ ଓ ବବ୍ରୁବାହନ ମଧ୍ୟରେ ଯୁଦ୍ଧ
ଧର୍ମରାଜ ଯୁଧିଷ୍ଠିର ଧନପ୍ରାପ୍ତ ହେବା ପରେ ଇନ୍ଦ୍ରପ୍ରଶସ୍ତରେ ଅଶ୍ୱମେଧ ଯଜ୍ଞର ଆୟୋଜନ କଲେ । ସମସ୍ତ ଋଷିମାନଙ୍କ ସହିତ ବ୍ୟାସଦେବ ଆସି ପହଞ୍ଚôଲେ । ଯଜ୍ଞର ଯାଗନିକ ହେଲେ ଋଷି ବଶିଷ୍ଠ । ବ୍ୟାସଦେବ ଯୁଧିଷ୍ଠିରଙ୍କୁ କହିଲେ ତୁମେ ରାଜସୂୟ ଯଜ୍ଞ କରି ପିତାଙ୍କୁ ସ୍ୱର୍ଗ ଗମନ କରାଇଲ । ପୁଣି ଅଶ୍ୱମେଧ ଯଜ୍ଞ କରି ନିଜର ହତ୍ୟାଦୋଷ ପାତକ ବିମୋଚନ କରିବ । ଯଜ୍ଞ ଭିତରେ ଶ୍ରେଷ୍ଠ ଅଶ୍ୱମେଧ ଯାଗ ଓ ଜ୍ଞାନ ଭିତରେ ଶ୍ରେଷ୍ଠ ବ୍ରହ୍ମଜ୍ଞାନ । ବ୍ୟାସଦେବ ପୁଣି କହିଲେ ସ୍ୱର୍ଗର ଅଶି୍ୱନୀ କୁମାରଙ୍କ ଠାରୁ କୁବଳୟା ଅଶ୍ୱ ମାଗି ଆଣ । ସେ ଯାଗର ଅଶ୍ୱ ଭାବେ ପୃଥିବୀ ପ୍ରଦକ୍ଷିଣ କରିବ ଓ ଲକ୍ଷେ ଗଜ ଓ ଦୁଇଲକ୍ଷ ଅଶ୍ୱସୈନ୍ୟ ନେଇ ଅର୍ଜୁନ ଅଶ୍ୱପଛେ ପଛେ ଗମନ କରି ଲକ୍ଷେ ରାଜାଙ୍କୁ ନିମନ୍ତ୍ରଣ କରି ଆଣିବ । ତୁଳା, ବିଛା, ଓ ଧନୁ ଏହି ତିନିମାସରେ ରାଜାମାନେ ନିମନ୍ତ୍ରିତ ହୋଇ ଆସିଲେ ମକର ମାସରେ ଯଜ୍ଞର ଆହୁତି ହେବ । ଏହି ସମୟରେ ଦୁର୍ଭାସା ଋଷି ଅର୍ଜୁନଙ୍କୁ ଦିବ୍ୟ ଚକ୍ଷୁ ପ୍ରଦାନ କରି କହିଲେ ତୁମ୍ଭକୁ ସମ୍ମୁଖରେ ଶତଯୋଜନ ପର୍ଯ୍ୟନ୍ତ ଦୃଶ୍ୟ ହେବ ।
ବୀର ଫାଲଗୁନି ଅଶ୍ୱଧରି ରାଜାମାନଙ୍କୁ ନିମନ୍ତ୍ରଣ କରିବା ପାଇଁ ପଶ୍ଚିମ ଦିଗକୁ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଦେବ ଦେବ ମହାଦେବଙ୍କ ଆଶୀର୍ବାଦ ନେଲେ । ପ୍ରଥମେ ଅର୍ଜୁନ ଯାଇ ପଦ୍ମ ବଳ ଦେଶରେ ପହଞ୍ଚôଲେ । ସେହି ଦେଶରେ ସୁବର୍ଣ୍ଣ ମଣ୍ଡିତ ସୁସଜ୍ଜିତ ଅଶ୍ୱକୁ ଦେଖି ପ୍ରଜାମାନେ ଖୁସି ହୋଇ ରାଜା କର୍ଣ୍ଣକେଶରୀଙ୍କୁ ଜଣାଇଲେ । ଅଶ୍ୱ ଦେଖି ରାଜାଙ୍କର ଲୋଭ ହେଲା ଓ ମନ୍ତ୍ରୀ ଅମାନାତ୍ୟମାନଙ୍କୁ ତାହାକୁ ବାନ୍ଧିକୁ କହିଲେ । ଅଶ୍ୱଟି ମଣିଷ ପରି କହିଲା- ମୁଁ ହେଉଛି ଦେବ ଅଶ୍ୱ । ଅର୍ଜୁନ ମତେ ଅଶ୍ୱମେଧ ଯଜ୍ଞ ପାଇ ଆଣିଛି । ଅଶ୍ୱର କଥା ଶୁଣି ରାଜା ବଡ ଆଶ୍ଚର୍ଯ୍ୟ ହେଲେ ଓ ଅର୍ଜୁନର ନାମ ଶୁଣି ଅଶ୍ୱକୁ ରତ୍ନରେ ଛାଉଁଣୀ କରି ଫେରାଇଲେ । ଫାଲଗୁନି କହିଲେ ଆମ୍ଭେ ଅଶ୍ୱମେଧ ଯାଗ କରୁଛୁ । ତୁମେ ଥାଟ ସୈନ୍ୟ ଧରି ଇନ୍ଦ୍ରପ୍ରଶସ୍ତକୁ ଯାତ୍ରା କରନ୍ତୁ । ଏହା କହି ଅର୍ଜୁନ ଅଶ୍ୱ ଧରି ଅନ୍ୟ ରାଜ୍ୟକୁ ଗମନ କଲେ ।
ତାହା ପରେ ଅର୍ଜୁନ ମଗଧ ଦେଶ, ଭାନୁବନ୍ତ ବର, ବେଲାଉର ଦେଶ ଡାହାଳ ଦେଶ, କ୍ଷୀର ଦେଶ, ମାଧୁର୍ଯ୍ୟ ଦେଶ, ମାନଭଙ୍ଗ ଦେଶ, ଅସକନ୍ଦ ବନ, ନନ୍ଦୀବନ, ଉଡଙ୍ଗ ଦେଶ, ବିରାଳଖ୍ୟ ଦେଶ, କାମପୁର ନଗ୍ର, କଳିଙ୍ଗ ଦେଶ, ମହୀନ୍ଦ୍ର ଦେଶ, ଚଉଳ ମଣ୍ଡଳ, କାଞ୍ଚôନଗ୍ର, ଗଙ୍ଗାପୁର, ମନ୍ଦାର ଦେଶ, କୁଶ ମଣ୍ଡଳ, ପାଞ୍ଚାଳ ଦେଶ, ଶିବପୁର, ମରହଟ୍ଟ ଦେଶ, ମନ୍ଦହୁଳ ଦେଶ, ମତ୍ସ୍ୟଦେଶ, ୟେକଚକ୍ରା ନଗ୍ର, କାଉଁରୀ ଦେଶ ଭ୍ରମଣ କରି କର୍ଣ୍ଣାଟ ଦେଶରେ ପହଞ୍ଚôଲେ ।
କର୍ଣ୍ଣାଟ ଦେଶର ରାଜା ରତ୍ନ ବିମଣ୍ଡିତ ଅଶ୍ୱକୁ ଦେଖି କୋ÷ତୁହଳରେ ତାହାକୁ ଧରିଲେ । ଅଶ୍ୱ କହିଲା- ‘ରାଜା ମତେ ଧରନ୍ତୁ ନାହିଁ । କାରଣ ମତେ ବନ୍ଧନକରି ବହୁ ରାଜା ନାଶ ଗଲେଣି’ । ମନ୍ତ୍ରୀ କହିଲେ ‘ମଣିଷ ପରି ଏହି ଅଶ୍ୱ କଥା କହୁଛି, ତେଣୁ ଏହାକୁ ଛାଡି ଦିଅନ୍ତୁ’ । ମାତ୍ର ରାଜା ଅଶ୍ୱକୁ ନଛାଡି କହିଲେ ‘ୟେହା ପାଇଁ କିଏ କେତେ ଥାଟ ଆଣି ଆସୁଛି ଦେଖିବା’ । ୟେହି ସମୟରେ ଅର୍ଜୁନ ସେଠାରେ ପହଞ୍ଚôବାରୁ ଦୁଇ ଥାଟଙ୍କ ମଧ୍ୟରେ ଯୁଦ୍ଧ କହିଲା । ଅର୍ଜୁନ ମନଭେଦୀ ଶସ୍ତ୍ର, ଗନ୍ଧର୍ବା ନାରାଚ ଓ ଖୂର୍ପ ନାରାଚ ପେଶି ସମସ୍ତ ସୈନ୍ୟବଳଙ୍କୁ ବିନାଶ କରିବାରେ ଲାଗିଲେ । ଶେଷରେ କର୍ଣ୍ଣାଟ ରାଜା ହାରା ଜେନାବଳି ରାଜାଙ୍କର ଶରଣ ପଶିଲେ ।
ଜେନାବଳୀ ନଗ୍ରର ରାଜା ହେଉଛନ୍ତି ବବ୍ରୁବାହନ । ବଡ ଧାର୍ମିକ ଓ ମାତା ହିଙ୍ଗୁଳାଙ୍କ ଭକ୍ତ । କର୍ଣାଟ ଦେଶର ରାଜାଙ୍କୁ ଗୋଡାଇ ଗୋଡାଇ ଅର୍ଜୁନ ଜେନାବଳୀ ରାଜ୍ୟରେ ପହଞ୍ଚôଲେ । ସୁନ୍ଦର ତଥା ସୁସଜ୍ଜିତ ଦେବଅଶ୍ୱକୁ ଦେଖି ବବ୍ରୁବାହନ ତାହାଙ୍କୁ ନେଇ ଚନ୍ଦ୍ରଶାଳାପୁରରେ ରଖାଇଲେ । ଅଶ୍ୱ କହିଲେ ବାବୁ ମତେ ଧରି ରଖ ନାହିଁ । ମତେ ଧରିଲେ ତୋ ସୁକୁମାର ଶରୀର ନାଶ ଯିବ । ଅଶ୍ୱକଥା ଶୁଣି ବବ୍ରୁବାହନ କହିଲେ ତିନିଲୋକରେ ମୋ ସମାନ ଯୋଦ୍ଧା ନାହାନ୍ତି । ଦେଖୁଛ ତ କେତେ ଗଜ, ଅଶ୍ୱ, ପାଦାନ୍ତି ସୈନ୍ୟ ସାମନ୍ତ ମୋର ଅଛନ୍ତି । କେବଳ ପାଟଅଶ୍ୱ ନଥିଲା । ଏହି ସମୟରେ ଅର୍ଜୁନ ଥାଟବାଟ ସହିତ ଜେନାବଳୀ ନଗ୍ରରେ ପ୍ରବେଶ କଲେ । ବବ୍ରୁବାହନର ଥାଟବାଟ ଅର୍ଜୁନର ପଥ ଓଗାଳିଲେ । ରାଗରେ ଅର୍ଜୁନ ମନଭେଦୀ ଶରପେଶି ଯୋଦ୍ଧାମାନଙ୍କୁ ଛେଦି ପକାଇଲେ । ଶେଷରେ ବବ୍ରୁବାହନ ସହିତ ଧନୁର୍ଜୟଙ୍କର ଯୁଦ୍ଧ ଆରମ୍ଭ ହୋଇଗଲା । ବବ୍ରୁବାହନ ଅର୍ଜୁନ ଉପରକୁ ପନ୍ନଗାଶର, ଅମୋହ ଶକ୍ତି, ଆବର୍ତ୍ତକ ଆଦି ଶର ପେଶିବାରୁ ଅର୍ଜୁନ ଯଥାକ୍ରମେ ଗରୁଡାଶର, କାମ୍ୟେକଶର, ବଜ୍ରଶର ଆଦିରେ ନିବାରଣ କଲେ । ଯୁଦ୍ଧରେ କେହି କାହାକୁ ପରାସ୍ତ କରିପାରିଲେ ନାହିଁ । ବାଧ୍ୟ ହୋଇ ସବ୍ୟସାଚୀ ନାରାୟଣ ଅସ୍ତ୍ର ବବ୍ରୁବାହନ ଉପରେ ପ୍ରୟୋଗ କଲେ ଓ ତତ୍କ୍ଷଣାତ ବବ୍ରୁବାହନ ବହ୍ମଶସ୍ତ୍ରକୁ ଅର୍ଜୁନଙ୍କ ଉପରେ ପ୍ରୟୋଗ କଲେ । ଏକ ସମୟରେ ଦୁଇ ଅସ୍ତ୍ର ଦୁଇଜଣଙ୍କ ଉପରେ ପଡିବାରୁ ଦୁହିଁଙ୍କର ପ୍ରାଣନାଶ ହେଲା । ଏହି ସମୟରେ ଇନ୍ଦ୍ରପ୍ରଶସ୍ତରେ ଯୁଧିଷ୍ଠିର ଯଜ୍ଞରେ ଥାଆନ୍ତି । ରାଜାମାନେ ସମସ୍ତେ ଯାଗଶାଳା ପହଞ୍ଚô ସାରିଥାନ୍ତି । ସହଦେବକୁ ଡାକି ଯୁଧିଷ୍ଠିର କହିଲେ ହଠାତ୍ କାହିଁକି ତାଙ୍କର ହୃଦୟ ବଇକୁଲ୍ୟ ହୋଇ ବିଚଳିତ ଭାବନା ଆସୁଛି । ସହଦେବ କହିଲେ ଅର୍ଜୁନ ଠାକୁରଙ୍କୁ ବଡ ବିପତ୍ତି ପଡିଅଛି । ଚିତ୍ରାଙ୍କୁର ରାଜାର କନ୍ୟା ଉଲୁପୀ ଚିତ୍ରାଙ୍ଗଦାକୁ ଅର୍ଜୁନ ବନବାସ କାଳରେ ବିବାହ କରିଥିଲେ । ସେଠାରେ ଅର୍ଜୁନ ତିନିବର୍ଷ ରହିଥିଲେ । ଚିତ୍ରାଙ୍ଗଦାଙ୍କ ସନ୍ତାନ ହେଉଛନ୍ତି ବବ୍ରୁବାହନ । ଏବେ ପିତାପୁତ୍ର ଚିହ୍ନାଚିହ୍ନି ହୋଇନପାରି ସମରରେ ନାଶ ଯାଇଛନ୍ତି ।
ବ୍ୟାସଦେବ ଯଜ୍ଞଶାଳରେ ଯୁଧିଷ୍ଠିରଙ୍କୁ ରଖି ନିଜେ ସେହି ରଣସ୍ଥାନକୁ ଚାଲିଲେ । ସାଙ୍ଗେ ସାଙ୍ଗେ ଅଶୀ ସହସ୍ର ଯୋଜନ ଅତିକ୍ରମ କରି ସେଠାରେ ପହଞ୍ଚôଲେ । ଅର୍ଜୁନକୁ କୋଳକରି ବ୍ୟାସଦେବ ଧରି ତାଙ୍କ ଉପରେ ଜଳସିଞ୍ଚନ କରି ସାଷ୍ଟମ କରାଇଲେ । ବବ୍ରୁବାହନ ଯେ ଅର୍ଜୁନଙ୍କ ସନ୍ତାନ ବୋଲି ବ୍ୟାସଦେବ କହିବାରୁ ଅର୍ଜୁନ କହିଲେ ଯାହା ହେଉ ଅନ୍ୟ କାହାଦ୍ୱାରା ସେ ପରାଜିତ ହୋଇନାହାଁନ୍ତି । ବ୍ୟାସଦେବ ଯାଇ ବବ୍ରୁବାହନକୁ କୋଳକରି ଧରି ମୃତ ସଞ୍ଜିବନୀ ମନ୍ତ୍ରରେ ଜୀବନଦାନ କଲେ । ଆନନ୍ଦରେ ପିତାପୁତ୍ର କୋଳାକୋଳି ହୋଇ ଚିହ୍ନାଚିହ୍ନି ହେଲେ । ବବ୍ରୁବାହନ ଅନୁରୋଧରେ ସେଠାରେ ତିନିଦିନ ରହି ଅର୍ଜୁନ ଦ୍ୱାରକା ଯାତ୍ରା କଲେ ରାମକୃଷ୍ଣଙ୍କୁ ନିମନ୍ତ୍ରଣ କରିବା ପାଇଁ । ବ୍ୟାସଦେବ ପାଦୁକା ବାହନରେ ଯାଇ ରାତ୍ରକ ମଧ୍ୟରେ ଇନ୍ଦ୍ରପ୍ରଶସ୍ତରେ ପହଞ୍ଚô ଯଜ୍ଞର ବିଧାନମାନ କଲେ । ବାଣାସୁରର ତନୟ ମୋଢାସୁର ବୁଲୁଥିବା ବେଳେ ସରସ୍ୱତୀ ନଦୀ ତୀରରେ ଯଜ୍ଞର ଘୃତଗନ୍ଧ ଆହରଣ କରି ମନ୍ତ୍ରୀଙ୍କୁ ପଚାରିଲେ ‘ଏପରି କ’ଣ ଗନ୍ଧ ଆସୁଅଛି’ । ମନ୍ତ୍ରୀ କହିଲେ ‘ଯୁଧିଷ୍ଠିର ଅଶ୍ୱମେଧ ଯଜ୍ଞ କରୁଥିବାରୁ ସେହି ଗନ୍ଧ ଆସୁଅଛି’ । ମୋଢାସୁର କହିଲେ ‘ଯଜ୍ଞ ପାଇଁ କାହିଁ ମତେ ତ ନିମନ୍ତ୍ରଣ କରିନାହାନ୍ତି? ଚାଲ, ତାଙ୍କ ଯଜ୍ଞ ଧ୍ୱଂସ କରିବା’ । ଏହା କହି ମୋଢାସୁର ଥାଟ ଚଳାଇ ଯଜ୍ଞଧ୍ୱଂସ କରିବାକୁ ଅସୁରାବଳ ନେଇ ଚାଲିଲା । ରାତ୍ରିରେ ଅସୁରାବଳ ଯାଗଶାଳ ଉପରେ ଆକ୍ରମଣ କରିବାକୁ ଯୋଜନା କରି ଯମୁନା ନଦୀ କୂଳରେ ରହିଲେ ।
ରାତି୍ର ଅର୍ଦ୍ଧ ସମୟରେ ରାକ୍ଷସମାନେ ଯାଗଶାଳ ଉପରେ ଆକ୍ରମଣ କଲେ । ଭୀମ, ନକୁଳ, ସହଦେବ ଆସି ସେମାନଙ୍କ ସହିତ ଯୁଦ୍ଧ କଲେ । ଯୁଦ୍ଧରେ ତିନିଭାଇ ନିଚେଷ୍ଟ ହୋଇ ପଡିବାରୁ ଅସୁରାବଳ ଯାଗଶାଳ ଭିତରକୁ ଧସେଇ ପଶିଲେ । ଏହା ଦେଖି ରାଜାମାନେ ସମସ୍ତେ କିଏ କୁଆଡେ ଯାଇ ଲୁଚିଲେ । ରାକ୍ଷସମାନେ ଯୁଧିଷ୍ଠିରଙ୍କୁ ଧରିନେଲେ । ଏହି ଖବର ନାରଦ ମହାମୁନି କୃଷ୍ଣ ବଳରାମଙ୍କୁ ଜଣାଇଲେ । କୃଷ୍ଣ, ବଳରାମ ଓ ଅର୍ଜୁନ ମୋଢାସୁର ଦ୍ୱାରା ପରାସ୍ତ ହେଲେ । କୃଷ୍ଣବଳରାମ ଯୁଦ୍ଧର ପଡିବା ଦେଖି ନାରଦ ମୁନି ଅସକନ୍ଦ ବନରେ ହନୁମାନଙ୍କୁ ଭେଟି ଏହି କଥା କହିଲେ ।
ହନୁମାନ ଭୀମ ରୂପ ଧରି ମୋଢାସୁର ସହିତ ଘୋର ଯୁଦ୍ଧରେ ମାତିଗଲେ । ରାଗରେ ହନୁମନ୍ତ ମୋଢାସୁରକୁ ଧରି ବୁଲାଇ ବୁଲାଇ ପର୍ବତରେ ଯେତେ ପିଟିଲେ ମଧ୍ୟ ତାହାର ମୃତୁ୍ୟ ହେଲା ନାହିଁ । ପର୍ବତ ଗୁଡିକ ମୋଢାସୁର ଆଘାତରେ ଚୂର୍ଣ୍ଣବିଚୂର୍ଣ୍ଣ ହୋଇଗଲା । ଶେଷରେ ମୋଢାସୁରର ମୃତୁ୍ୟଭେଦ ଜାଣି ହନୁମନ୍ତ ମୋଢାସୁରର ବକ୍ଷସ୍ଥଳକୁ ମାଡି ବସି ତାହାର ବାମ ପାଦର ବୁଢା ଆଙ୍ଗୁଠିକୁ ରାକ୍ଷସର ପାଟି ଭିତରେ ପୁରାଇ ଦେବାରୁ ସେ ପୋଡି ପାଉଁଶ ହୋଇଗଲା । ରାକ୍ଷସ ନିଧନ ପରେ ଦେବଗଣ ଆକାଶରୁ ଧନ୍ୟ ଧନ୍ୟ କଲେ ଓ ବ୍ରହ୍ମଦେବ ହନୁମାନଙ୍କୁ ଜୟମାଲ୍ୟ ପ୍ରଦାନ କଲେ । ଯୁଦ୍ଧ ପରେ କୃଷ୍ଣ, ବଳରାମ ଓ ପାଣ୍ଡବ ପାଞ୍ଚଭାଇ ସାଷ୍ଟମ ହୋଇ ଉଠିଲେ ଓ ଯାଗ ମହା ସମାରୋହରେ ସମାପନ ହେଲା । ଯୁଧିଷ୍ଠିର ଅଶ୍ୱମାନଙ୍କୁ ଶତ ଶତ ମାଢ ସୁବର୍ଣ୍ଣ ଦକ୍ଷିଣା ଦେଲେ । ଦେବଗଣମାନେ ଆକାଶରୁ ପୁଷ୍ପବୃଷ୍ଟି କଲେ ।