ଡମ୍ଫର ପଲଟି ଚାଳକ ମୃତ

କବାଟବନ୍ଧ : ଜେନାପୁର ଥାନା ଅଧୀନ କବାଟବନ୍ଧ-ମଞ୍ଜୁରୀପଡା ନଦୀବନ୍ଧ ରାସ୍ତାରେ ଡମ୍ଫର ପଲଟି ଚାଳକର ମୃତୁ୍ୟ ଘଟିଛି । ମୃତ ଚାଳକ ରାଇଛନ୍ଦା ପଞ୍ଚାୟତ ବାଲିକୁଡ଼ିଆ ଗ୍ରାମର ଟିମିଣୀ ମଳିକଙ୍କ ପୁଅ ତପନ(୩୫) ହୋଇଥିବା ବେଳେ ସେ ଓଆର୦୯ଜେ-୯୯୬୧ ଡ଼ମ୍ଫର ଚଲାଇ ଘରକୁ ଫେରୁଥିବା ବେଳେ ଭାରସ୍ୟାମ ହରେଇ ଦୁର୍ଘଟଣା ଘଟିଥିଲା । ଫଳରେ ଚାଳକ ଗାଡ଼ି ତଳେ ପଡିଯାଇଥିଲେ । ତାଙ୍କ ଉପରେ ଗାଡ଼ି ଚଢିଯିବାର ଘଟଣା ସ୍ଥଳରେ ମୃତୁ୍ୟ ଘଟିଥିଲା ।