ଶିଳ୍ପୀ ଚକ୍ରଧର ମହାରଣାଙ୍କ ପରଲୋକ
ବେଗୁନିଆ : ଗଡ଼ମାଣତୀର ଗ୍ରାମର ଶିଳ୍ପୀ ଗୁରୁ ଚକ୍ରଧର ମହାରଣାଙ୍କର ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଦିନ ୧୧ଟାରେ ଶ୍ୱାସକି୍ରୟା ଜନିତ ମୃତୁ୍ୟ ଘଟିଛି । ମୃତୁ୍ୟ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା । ଶ୍ରୀ ମହାରଣା ଗଡ଼ମାଣତୀର ତଥା ଆଖପାଖ ଅଞ୍ଚଳ ଖୋର୍ଦ୍ଧା, ଗୁଣୁପୁର, ବାଣପୁର, ସୁନାଖଳା ଓ ଭୁବନେଶ୍ୱର ଅଞ୍ଚଳରେ ସେ ଜଣେ ଜଣାଶୁଣା ଗୃହ ଓ କୂପ ଖନନଯୋଗୁଁ ପାଣି ପଡ଼ିବା କାର୍ଯ୍ୟ ପାଇଁ ଜଣେ ଉତ୍ତମ ଶିଳ୍ପୀ ଭାବରେ ଅଞ୍ଚଳରେ ଖ୍ୟାତି ଅର୍ଜନ କରିଥିଲେ । ଆହୁରି ମଧ୍ୟ ସେ ଜଣେ କାଠ ଓ ପଥର କାରିଗର ପାଇଁ ବେଶ ଚର୍ଚ୍ଚିତ ଥିଲେ । ଶ୍ରୀ ମହାରଣା ଜଣେ ପରୋପକାରୀ ଦରଦୀ ମଣିଷ ଭଳି ମଣିଷଟିଏ ହୋଇଥିବା ଯୋଗୁଁ ଏ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି । ତାଙ୍କର ୪ ପୁତ୍ର ଓ ୩ ଝିଅ ମରଶରୀର ପାଖରେ ଉପସ୍ଥିତଥିଲେ । ଗ୍ରାମର ସମସ୍ତ ଜନସାଧାରଣ ଓ ବନ୍ଧୁବର୍ଗ ମଧ୍ୟ ଉପସ୍ଥିତ ରହି ଶବଧାରରେ ପୁଚ୍ଛଗୁଛ ପ୍ରଦାନ କରିଥିଲେ । ତାଙ୍କର ଅନ୍ତିମ ଶୋଭାଯାତ୍ରାରେ ସରପଞ୍ଚ କରୁଣାକର ଦଳସିଂହରାୟ, ଶିଶିର ମଙ୍ଗରାଜ, ବଳରାମ ରଣସିଂହ ପ୍ରଭୃତି ଉପସ୍ଥିତ ରହି ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଥିଲେ । ସ୍ୱର୍ଗତ ମହାରଣାଙ୍କର ଜ୍ୟେଷ୍ଠପୁତ୍ର ଦିବାକର ମହାପାତ୍ର ମୁଖାଗ୍ନି ଦେଇଥିଲେ । ତାଙ୍କ ମରଶରୀର ପାଖରେ ପ୍ରଭାକର, ଭାସ୍କର, ଗଙ୍ଗାଧର ଉପସ୍ଥିତ ରହିଥିଲେ ।