ରାଜ୍ୟ ସରକାର ପାଳନ କରିବେ ସମ୍ବିଧାନ ହତ୍ୟା ଦିବସ : ଉଚ୍ଚଶିକ୍ଷା ମନ୍ତ୍ରୀ

ରାଜ୍ୟ ସରକାର ପାଳନ କରିବେ ସମ୍ବିଧାନ ହତ୍ୟା ଦିବସ : ଉଚ୍ଚଶିକ୍ଷା ମନ୍ତ୍ରୀ

ରାଜ୍ୟ ସରକାର ପାଳନ କରିବେ ସମ୍ବିଧାନ ହତ୍ୟା ଦିବସ  ।  ଭୁବନେଶ୍ଵର ରେଳ ଅଡିଟରିୟମ ପାଳନ ହେବ ରାଜ୍ୟ ସ୍ତରୀୟ ସମ୍ବିଧାନ ହତ୍ୟା ଦିବସ କାର୍ଯ୍ୟକ୍ରମ ।   ରାଜନୀତି ବିଜ୍ଞାନର ଛାତ୍ରଛାତ୍ରୀ ମାନେ ଏହି କାର୍ୟ୍ୟକ୍ରମରେ ଭାଗ ନେବେ   ।  ଜରୁରୀକାଳୀନ ପରିସ୍ଥିତିରେ ଗିରଫ ହୋଇଥିବା ଗଣତନ୍ତ୍ର ସେନାନି ମାନଙ୍କୁ କାର୍ଯ୍ୟକ୍ରମ ରେ ସମ୍ମାନିତ କରିବେ ମୁଖ୍ୟମନ୍ତ୍ରୀ  ।  ସେ ସମୟରେ ଗିରଫ ହୋଇଥିବା ୫୬ ଜଣଙ୍କୁ ସରକାର ପେନସନ ଦେଉଛନ୍ତି ।  ଆହୁରି ୫୨ ଜଣଙ୍କୁ ନାମ ମଧ୍ୟ ସାମିଲ କରାଯାଇଛି  ।  ଏହାସହ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଉଚ୍ଚ ଶିକ୍ଷା ବିଭାଗର ଅନେକ ଗୁଡିଏ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି  ।  ୧୯୭୫ ଜୁନ ୨୫ ମସିହାରେ ସମ୍ବିଧାନ ହତ୍ୟା ହୋଇଥିଲା  ।  ଜରୁରୀକାଳୀନ ପରିସ୍ଥିତି ଲାଗୁ ହେଇଥିଲା ।  ତାହାର ୫୦ ବର୍ଷ ପୂର୍ତ୍ତି ପାଳନ ହେବ .. ସମ୍ବିଧାନର ସାର୍ବଭୌମତ୍ୱ ପାଇଁ ଯାହା କରିବା କଥା କରାଯିବ  । ପୂର୍ବରୁ ଯାହା ଭୁଲ ହୋଇଛି ତାକୁ ସୁଧାରିବାର ଅବସର ଆସିଛି  । ତାକୁ ଯେଉଁମାନେ ବିରୋଧ କରୁଛନ୍ତି, ଏହା ସମ୍ବିଧାନ ପ୍ରତି ସମ୍ମାନ ନୁହେଁ । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ  ସୂଚନା ଦେଇଛନ୍ତି ।