ସଞ୍ଜୟ  ଜେନାପୁର ବିଜେଡି ସଭାପତି

 କବାଟବନ୍ଧ : ଧର୍ମଶାଳା ବ୍ଲକ ଜେନାପୁର ପଞ୍ଚାୟତ ବିଜେଡି ସଭାପତି ଭାବେ ସଞ୍ଜୟ ନାୟକଙ୍କୁ ଚୟନ କରାଯାଇଛି ।  ସଞ୍ଜୟ ବିଜେଡି ଦଳର ଜଣେ ଦୃଢ ସଂଗଠକ ହୋଇଥିବାରୁ ତାଙ୍କ ଉପରେ ଆସ୍ତା ପ୍ରକଟକରି ପ୍ରାକ୍ତନ ବିଧାୟକ ପ୍ରଣବ ବଳବନ୍ତରାୟ ଦାୟିତ୍ୱ ଦେଇଛନ୍ତି । ଆଗାମୀ ଦିନରେ ବିଜେଡି ଦଳକୁ ମଜଭୁତ୍ କରିବା ପାଇଁ ପ୍ରୟାସ ଜାରି ରଖିବେ ବୋଲି ମତ ପ୍ରକାଶ କରିଛନ୍ତି । ନାୟକଙ୍କୁ ଏହି ଦାୟିତ୍ୱ ଦେଇଥିବାରୁ ବିଜେଡି ପ୍ରାକ୍ତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ କୃତଜ୍ଞତା ଜଣାଇଛନ୍ତି ।