ସମବାୟ ସମିତିର ବାର୍ଷିକ ସାଧାରଣ ସଭା
ଆସିକା : ଆସିକା ବସଷ୍ଟାଣ୍ଡ ସ୍ଥିତ ସର୍ବ ପୁରାତନ ଏବଂ ଏସିଆ ମହାଦେଶର ସମବାୟ ଭିତ୍ତିକ ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ପକ୍ଷରୁ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସଭାପତି କାର୍ତ୍ତିକଶ୍ୱର ପରିଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଉପସଭାନେତ୍ରୀଙ୍କୁ ମିଶାଇ ୧୫ ଜଣ ଯୋଗ ଦେଇଥିଲେ । ନିମନ୍ତ୍ରିତ ଅତିଥି ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ପରିଡା, ଗୋପାଳପୁର ଟ୍ରେନିଂ ସେଣ୍ଟର ଅଧ୍ୟକ୍ଷ କ୍ରିଷ୍ଣାନନ୍ଦ ମଞ୍ଚାସୀନ ଥିଲେ । ସମିତିର କ ଓ ଖ ଶ୍ରେଣୀର ଶହେରୁ ଅଧିକ ଯୋଗ ଦେଇଥିଲେ । ସମିତି ସମ୍ପାଦକ ଅଲେଖ ନାଥ ପ୍ରଧାନ ସମ୍ପାଦକୀୟ ପଠନ ପରେ ସମିତିର ୨୦୨୫-୨୦୨୬ ଅର୍ଥିକ ବର୍ଷ ବଜେଟ ଉପସ୍ଥାପନ ହେବାପରେ ଉନ୍ନୟନ କାର୍ଯ୍ୟର ଆଲୋଚନା ପରେ ଓମ୍ଫଡ୍ ପାର୍ଲର ସହିତ ସେହି କମ୍ପାନୀର ସମସ୍ତ ପ୍ରଡକ୍ଟ ବିକ୍ର ପାଇଁ ଅନୁମାତିକୁ ଅନୁମୋଦନ କରାଯାଇଥିଲା । ସେହିଭଳି ମାର୍କଫେଡରୁ ପ୍ରାଥମିକ ସମବାୟ ସମିତି କିଣୁଥିବା ସାର ଏଣିକି ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତିରେ ବିକ୍ରି କରାଯିବ । ଏନେଇ ସମିତିକୁ ଇଫକୋ କମ୍ପାନୀ ସହମତି ପ୍ରକାଶ କରିଛି ସ୍ୱୀକୃତି ମିଳିଥିବା ବୈଠକରେ ଆଲୋଚନା ହୋଇଥିଲା । ରବୀନ୍ଦ୍ର ସାମଲ ଧନ୍ୟବାଦ ଦେଇଥିଲେ ।