ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ


 ଆନନ୍ଦପୁର: ଆନନ୍ଦପୁର ବ୍ଲକ ଅନ୍ତର୍ଗତ ବାଇଲ ପଞ୍ଚାୟତରେ ସମ୍ବିଧାନ ପ୍ରଣେତା ଭୀମରାଓ ଆମ୍ବେଦକରଙ୍କ ୧୩୪ ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି । ସେବାସଙ୍ଘ ଉପସଭାପତି ପ୍ରାଣନାଥ ଜେନାଙ୍କ ସଂଯୋଜନାରେ ଆୟୋଜିତ ଜୟନ୍ତୀ କାର୍ଯ୍ୟକ୍ରମରେ ଶାଳପଡାସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ପ୍ରଦୀପ ପ୍ରଜ୍ୱଳନ କରିବା ପରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ବାଇଲରେ ଅନୁଷ୍ଠିତ ଜନ୍ମଜୟନ୍ତୀ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ହେମନ୍ତ କୁମାର ମଲ୍ଲିକ ଅତିଥୀ ଭାବେ ଯୋଗ ଦେଇ ଦଳିତ ସୁରକ୍ଷା ଏବଂ ଆଇନର ଦିଗପ୍ରତି ସଚେତନତା କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରବୀନ୍ଦ୍ରପ୍ରସାଦ ଚାନ୍ଦ, କିଶୋର କୁମାର ପେରେଇ, ଖଗେଶ୍ୱର ଜେନା, ମୁକୁନ୍ଦ ଚରଣ ଜେନା, ଚତୁର୍ଭୁଜ ଜେନା ଏବଂ ଅଭିମନୁ୍ୟ ଜେନା ପ୍ରମୁଖ ଅନ୍ୟତମ ଅତିଥିଭାବେ ଯୋଗଦେଇ ଆମ୍ବେଦକରଙ୍କ ସ୍ମୃତି ଚାରଣ କରିଥିଲେ ।