ସିଏଚ୍ସି କେନ୍ଦ୍ରରେ ବିଶ୍ୱ ଜରା ଦିବସ
ାା ପ୍ରଭାନୁ୍ୟଜ ।ା କୁଆଖିଆ: ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭା ଗୃହରେ ବିଶ୍ୱ ଜରା ଦିବସ ପାଳନ ଉପଲକ୍ଷେ ସ୍ୱାସ୍ଥ୍ୟ ସଚେତନତା ଶିବିର ଚିକିସôାଧିକାରୀ ଡାକ୍ତର ରଶ୍ମିରଞ୍ଜନ ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶିବିରରେ ଡାକ୍ତର ବସନ୍ତ କୁମାର ପଣ୍ଡା, ଡାକ୍ତର ସଙ୍ଘମିତ୍ରା ଦାଶ, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରିଣୀ ସରୋଜିନୀ ମହାନ୍ତି ଯୋଗଦେଇ ବାର୍ଦ୍ଧକ୍ୟରେ କିପରି ନିଜକୁ ସୁସ୍ଥ ଓ ନିରୋଗ ରଖିହେବ ସେ ସମ୍ପର୍କରେ ଶିବିରାର୍ଥୀ ମାନଙ୍କୁ ସୂଚନା ପ୍ରଦାନ କରାଯାଇଥିଲା । ସେଥିପାଇଁ ସନ୍ତୁଳିତ ଖାଦ୍ୟ, ଯଥେଷ୍ଟ ବିଶ୍ରାମ, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ହାଲୁକା ପରିଶ୍ରମ ସହିତ ବୃଦ୍ଧ ବୟସରେ ମାନସିକ ସ୍ଥିତିକୁ ସୁଦୃଢ କରିବା ପାଇଁ ଯୋଗ ଶିକ୍ଷକଙ୍କ ଦ୍ୱାରା ପ୍ରଶିକ୍ଷଣ ଦିଆଯାଇ ଏହାକୁ ନିୟମିତ ଯୋଗ, ବ୍ୟାୟାମ ଅଭ୍ୟାସ ପାଇଁ ପରାମର୍ଶ ଦେଇଥିଲେ । ବରିଷ୍ଠ ନାଗରୀକ ମାନଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ କି ଚିକିତ୍ସା ସୁବିଧା ମାଗଣାରେ ଯୋଗାଇ ଦିଆଯାଉଛି ସେ ସମ୍ପର୍କରେ ଆଲୋଚନା କରିବା ସହିତ ବାର୍ଦ୍ଧକ୍ୟରେ ସାମାଜିକ ସୁ-ସମ୍ପର୍କ ମାଧ୍ୟମରେ ବୃଦ୍ଧାବସ୍ଥାକୁ ଉପଭୋଗ କରିହେବ ବୋଲି ପରାମର୍ଶ ଦେଇଥିଲେ । ଏହି ଅବସରରେ ପରିକ୍ଷାଗାରର ପରିକ୍ଷକ ସନ୍ତୋଷ ସନୋଷ କୁମାର ସାମନ୍ତରାୟ ଶିବିରରେ ଯୋଗ ଦେଇଥିବା ବରିଷ୍ଠ ନାଗରୀକ ମାନଙ୍କର ଉଚ୍ଚ ରକ୍ତଚାପ, ମଧୁମେହ ରୋଗର ପରୀକ୍ଷା କରିଥିଲେ ଏବଂ ସେମାନଙ୍କୁ ରୋଗ ଉପଚାର ଓ ଔଷଧ ସେବନ ବିଧି ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳର ବରିଷ୍ଠ ନାଗରୀକ ଯୋଗ ଦେଇଥିବା ବେଳେ ଏହାକୁ ଗୋଷ୍ଠୀ କେନ୍ଦ୍ରର କର୍ମଚାରୀ ପରିଚାଳନା କରିଥିଲେ ।