‘ସୂର୍ଯ୍ୟାସ୍ତ’ ପକ୍ଷରୁ ମାସିକ ଆଲୋଚନାଚକ୍ର 

 ବାଲିଚନ୍ଦ୍ରପୁର: ପର୍ଯ୍ୟଟନ କ୍ଷେତ୍ର ଓଳାଶୁଣି ଠାରେ ସୂର୍ଯ୍ୟାସ୍ତ ଖବର କାଗଜର ମାସିକ ଆଲୋଚନା ଚକ୍ର ସାମ୍ବାଦିକ ଏକାଦଶୀ ସେଠୀଙ୍କ ପୌରହିତ୍ୟରେ ଆୟୋଜିତ ଅନୁଷ୍ଠିତ ହୋଇଯାଇଛି । ଆଲୋଚନା ଚକ୍ରରେ ଡଃଯଚିନ୍ଦ୍ର କୁମାର ରାଉତ, ସୂର୍ଯ୍ୟାସ୍ତର ସମ୍ପାଦକ ବିବେକାନନ୍ଦ ରାଏ, କବି ରୁଦ୍ର ପ୍ରସନ୍ନ ସାମଲ, ସୂର୍ଯ୍ୟାସ୍ତର କଟକ ଜିଲ୍ଲା ପ୍ରତିନିଧି ନିବେଦିତା ସିଂହ, ଯାଜପୁର ଜିଲ୍ଲା ପ୍ରତିନିଧି କଳିଙ୍ଗ କେଶରୀ ମହାନ୍ତି ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ସମାଜସେବୀ ଅମରେନ୍ଦ୍ର ସିଂହ, ଅଧିବକ୍ତା ଆଲୋକ ଜେନା, ସଞ୍ଜୟ କୁମାର ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯକ୍ରମ ପରିଚାଳନାରେ ବିଶ୍ୱପ୍ରକାଶ ଖୁଂଟିଆ, ପରମାନନ୍ଦ ଦାସ, ସତ୍ୟଜିତ ଦତ, ଅନିଲ ବଳ, ଶୁଭେନ୍ଦୁ ସାମଲ, ଖଗେଶ୍ୱର ସାମଲ ପ୍ରଭାତ ସାହୁ ସହଯୋଗ କରିଥିଲେ । ପ୍ରେସକ୍ଲବ ସଭାପତି ଆଲୋକ ପ୍ରଧାନ ଅତିଥି ପରିଚୟ ଦେଇଥିବା ବେଳେ,  ରଞ୍ଜିତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ  ।