ଡଙ୍ଗା କାରିଗର ଅଲୋଡା
ବରୀ: ବରୀ ନଦୀନାଳ ଘେରା ଅଂଚଳ ଭାବେ ଜଣା । ବନ୍ୟାଞ୍ଚଳ ଆଗରୁ ଯେଉଁ ଆଡ଼େ ଯିବାକୁ ପଡୁଥିଲା ନଦୀରେ ଡଙ୍ଗା ପାର ହେଇଯିବାକୁ ପଡୁଥିଲା । ନଦୀରେ ସେତୁ ନଥିବାରୁ ବର୍ଷକ ୧୨ମାସ ଡଙ୍ଗା ଉପରେ ଲୋକମାନେ ନିର୍ଭର କରୁଥିଲେ । ନଦୀ ଉପରେ ସେତୁ ନିର୍ମାଣ କ୍ଷେତ୍ରରେ କେତେକ ସ୍ଥାନରେ କାଳକ୍ଷେପଣ ନିତି ଅବଲମ୍ବନ କରାଯାଇଥିବାରୁ ଅନେକ ସ୍ଥାନରେ ନିର୍ମାଣ ଅସମ୍ପୁର୍ଣ୍ଣ ହୋଇରହିଛି । ସେଥିପାଇଁ ଆଜିର ଦିନରେ ବି ବହୁ ଅଂଚଳବାସୀ ନଦୀପାରି ହେବାକୁ ଡ଼ଙ୍ଗା ଉପରେ ନିର୍ଭର କରିଥାନ୍ତି । ଏଣୁ ଡ଼ଙ୍ଗାର ଚାହିଦା ଆଜିବି ବରୀ ଅଞ୍ଚଳରେ ରହିଛି । କିନ୍ତୁ ଡଙ୍ଗାକୁ ନିର୍ମାଣ କରିବା ଲାଗି ପ୍ରତ୍ୟେକ ଆଡ଼େ ଡ଼ଙ୍ଗା କାରିଗର ଥିବା ବେଳେ ଦିନକୁ ଦିନ କାରିଗର କମିଗଲେଣି । ଯେଉଁ କେତେ ଡ଼ଙ୍ଗା ରହିଛି ତାହାର ରକ୍ଷଣ ବେକ୍ଷଣ ହେଇ ପାରୁନି । ଡଙ୍ଗା ଖରାପ ହେଲେ କି ଭାଙ୍ଗି ରୁଜି ଗଲେ ତାହା ମରାମତି କରିବା ଲାଗି ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ମରାମତି ନ ହେଇପାରି ଭାଙ୍ଗିରୁଜି ଯାଉଛି ଏବେ ହୁଳିଡଙ୍ଗା ସାହାୟ୍ୟରେ ନଦୀ, ନାଳରେ ମାଛ ଧରିବା ଚାଷ ଜମିରୁ ଫସଲ ଆଣିବା କାର୍ଯ୍ୟ ଦେଖିବାକୁ ମିଳିଛି । ବରୀ ବ୍ଲକ ଭଅଁରା ଗ୍ରାମ ନରୋତମ ଓଝା କୁହନ୍ତି ବାପା ଠାରୁ ଡ଼ଙ୍ଗାତିଆରି କାର୍ଯ୍ୟ ଶିଖିଛି । ସେତେ ବେଳେ ବଡ଼ବଡ଼ ପଟେଇ ନିର୍ମାଣ କରାଯାଉଥିବା ବେଳେ ମାଛ ଧରା ବା କଟିଙ୍ଗ ଡ଼ଙ୍ଗା ନୂତନ ଡ଼ଙ୍ଗା ତିଆରି ସହିତ ମରାମତି କରୁଛନ୍ତି । ବରୀ ଅଂଚଳରେ ଡଙ୍ଗାମିସ୍ତ୍ରୀ ଆଲୋଡା ହୋଇପଡ଼ିଥିବାରୁ ଭିନ୍ନ ରାସ୍ତା ଆପଣାଇବାକୁ ବାଧ୍ୟ ହେଉଛନ୍ତି ।