ସ୍ମାରକୀ ସଭାରେ ଯୋଗ ଦେଲେ ରାଜ୍ୟପାଳ
ବାରିପଦା/ସାରସକଣା : ବାରିପଦା ସ୍ଥିତ ସହିଦ ସ୍ମୃତି ଭବନରେ ଆୟୋଜିତ ୧୩ତମ ଅଜୟ ଦାଶ ସ୍ମାରକୀ ବକ୍ତୃତା ୨୦୨୪ ସଭାେ ରାଜ୍ୟପାଳ ରଘୁବର ଦାସ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଆନୁଷ୍ଠାନିକ ଭାବେ ଏହି ସଭାକୁ ରୁଦ୍ଧିମନ୍ତ କରିଥିଲେ । ସଭାରେ ଅନୁଷ୍ଠାନ ସଭାପତି ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ସରସ୍ୱତୀ ହେମ୍ବ୍ରମ୍ ସଭାପତିତ୍ୱ କରିଥିଲେ । ମୁଖ୍ୟବକ୍ତା ଅର୍ଥନୀତି ଶାସ୍ତ୍ରର ବରିଷ୍ଠ ପ୍ରାଧ୍ୟାପକ ଡ. ମୋହିତ ଷଡଙ୍ଗୀ, ବକ୍ତା ଭାବେ ବାରିପଦା ପୌର ପରିଷଦ ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ସମ୍ମାନୀୟ ଅତିଥି ପୂର୍ବତନ ବ୍ଲକ୍ ଚେୟାରମ୍ୟାନ ବୈଦ୍ୟନାଥ ମହାନ୍ତ ଯୋଗଦାନ କରିଥିଲେ । ପାରମ୍ପରିକ ପ୍ରଥା ଅନୁଯାୟୀ ସ୍ୱର୍ଗତଃ ଦାଶଙ୍କ ଧର୍ମପନôୀ ସୁମତୀବାଳା ଦାଶ ସମିତି ମାଧ୍ୟମରେ ରାଜ୍ୟପାଳଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ରାଜ୍ୟପାଳ ଶ୍ରୀଯୁକ୍ତ ଦାସ କହିଥିଲେ ଅଜୟ ଦାଶ ବାରିପଦା ଏବଂ ମୟୂରଭଞ୍ଜକୁ ଏକ ନିରୁଦ୍ଦିଷ୍ଟ ଦିଗ ଆଡକୁ ଅଗ୍ରସର କରାଇଥିଲେ । ତାଙ୍କ ଜୀବନ ବାରିପଦା ଏବଂ ମୟୂରଭଞ୍ଜର ଲୋକଙ୍କ ସେବା ପାଇଁ ଉସôର୍ଗୀକୃତ ଥିଲା । ଜଣେ ବହୁମୁଖୀ ବ୍ୟକ୍ତିତ୍ୱ ହିସାବରେ, ବିଭିନ୍ନ କ୍ଷେତ୍ରରେ ଅବଦାନ ମାଧ୍ୟମରେ ସମାଜରେ ଏକ ଅବିସ୍ମରଣୀୟ ଚିହ୍ନ ରଖିଯାଇଛନ୍ତି ଦିବଂଗତ ଅଜୟ ଦାଶ । ତାଙ୍କର ଦିବଂଗତ ଆତ୍ମା, ଆଜିର ପ୍ରଗତିଶୀଳ ସମାଜ ପାଇଁ ମାର୍ଗଦର୍ଶନ ଏବଂ ପ୍ରେରଣା ଯୋଗାଇବ । ଏହି ପରିପ୍ରେକ୍ଷୀରେ ବିଭିନ୍ନ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ କରିଥିବା ବ୍ୟକ୍ତିବିଶେଷଙ୍କୁ ୧୩ତମ ଅଜୟ ଦାଶ ସ୍ମାରକୀ ସମ୍ମାନ ଏବଂ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଚିକିସôା କ୍ଷେତ୍ରରେ ଡ. କରୁଣାକର ମହାପାତ୍ର, ରାଜନୀତି କ୍ଷେତ୍ରରେ ପଦ୍ମଲୋଚନ ହାଇବ୍ରୁ, ଶିକ୍ଷା କ୍ଷେତ୍ରରେ ଦଶମ ଶ୍ରେଣୀ ପରୀକ୍ଷାରେ ଜିଲ୍ଲାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ତିନି ବର୍ଗର ବିଦ୍ୟାର୍ଥୀ ଜ୍ୟୋତିକା ମହାପାତ୍ର, ମିନାକ୍ଷୀ ବେହେରା, ବୁଦ୍ଧଶ୍ୱର ମୁର୍ମୁଙ୍କୁ ଅଜୟ ଦାଶ ମେଧା ବୃତ୍ତି ପାଞ୍ଚ ହଜାର ଟଙ୍କା ଦିଆଯାଇଥିଲା । ସାରସ୍ୱତ କ୍ଷେତ୍ରରେ ଡ. କବିତା ବାରିକ, ଅଶ୍ୱିନୀ ଦାଶ, କଳା କ୍ଷେତ୍ରରେ ସୌର ବିହାରୀ ଦାସ, କ୍ରୀଡା କ୍ଷେତ୍ରରେ ନନ୍ଦକିଶୋର ପଟ୍ଟନାୟକ(ମର ଣୋତ୍ତର), ଆଇନ ଏବଂ ସମାଜସେବା କ୍ଷେତ୍ରରେ କୃଷ୍ଣ ଚନ୍ଦ୍ର ଦାସ, ମନୋରଞ୍ଜନ ପଟ୍ଟନାୟକ, ସଂଗଠନ କ୍ଷେତ୍ରରେ ଯୋଗଗୁରୁ ରାକେଶ ମହାନ୍ତ ପ୍ରମୁଖ ରଜ୍ୟପାଳଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । କାର୍ଯ୍ୟକ୍ରମର ସଞ୍ଚାଳନା ଓ ମଞ୍ଚପରିଚାଳନା କରିଥିଲେ ସଂଯୋଜକ ସମାଜସେବୀ ଆଶିଷ ବଶା । କୃଷ୍ଣ ଚନ୍ଦ୍ର ଦାସ, ଜୟନ୍ତ ପଣ୍ଡା, ସନତ ଦାଶ, ଅଂଶୁମାନ ଦାସ, ଦେବୀଦତ୍ତ ଦାସ, ମନୋରଞ୍ଜନ ପଟ୍ଟନାୟକଙ୍କୁ ଅଜୟ ଦାଶ ସ୍ମାରକୀ ସମିତି କର୍ମକର୍ତ୍ତାମାନେ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।