ସ୍ୱାଭିମାନ ମଞ୍ଚ ପକ୍ଷରୁ ଚାରା ରୋପଣ

ଧର୍ମଶାଳା : ସ୍ୱେଚ୍ଛାସେବୀ ସଙ୍ଗଠନ ସ୍ୱାଭିମାନ ମଞ୍ଚ ପକ୍ଷରୁ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମଞ୍ଚ ସଭାପତି ସୁଧାକର ସାହୁଙ୍କ ନେତୃତ୍ୱରେ ମଂଚର ସମସ୍ତ ସଦସ୍ୟ ଯୋଗ ଦେଇ ୧୪ନମ୍ବର କେନାଲ ବନ୍ଧର ପାଶ୍ୱର୍ରେ ଉପକାରୀ ଚାରା ରୋପଣ କରିଥିଲେ । ପ୍ରତ୍ୟେକ ବ୍ୟକ୍ତି ବର୍ଷରେ ନିଜର ଜନ୍ମଦିନ, ବିବାହ ବାର୍ଷିକୀ କିମ୍ବା କୌଣସି ଶୁଭ ଅବସରରେ ଅତିକମରେ ଗୋଟାଏ ଗଛ ଲଗାଇବାକୁ ମଂଚର ସଂପାଦକ ନିକୁଞ୍ଜ ବେହେରା ସମସ୍ତଙ୍କୁ ଅନୁରୋଧ କରିଛନ୍ତି । କାର୍ଯ୍ୟକ୍ରରେ କୋଷାଧ୍ୟକ୍ଷ ଶିଶିର ମାହାଣା, ପ୍ରଦୀପ୍ତ ସାହୁ, ସୌମ୍ୟରଞ୍ଜନ ମହାନ୍ତି, ଚିନ୍ମୟ ଦାସ, ବିନୋଦ ବେଜ, ମନୋରଞ୍ଜନ ଜେନା, ସୁବ୍ରତ ସାହୁ, ଅଭିନାସ ବେହେରା, ମାନସ ରଂଜନ ସ୍ୱାଇଁ, କାର୍ତିକ ମଲ୍ଲିକ, ଦେବବ୍ରତ ପଣ୍ଡା, ସୁକାନ୍ତ ସାହୁ, ଶିବପ୍ରସାଦ ମହାନ୍ତି ପ୍ରମୁଖ ସଦସ୍ୟ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।