ଯୁବଗୋଷ୍ଠୀଙ୍କ ଗଣେଶ ପୂଜା ମଣ୍ଡପ ପରିଦର୍ଶନ
ଝରିଗାଁ: ପବିତ୍ର ଗଣେଶ ପୂଜା ସବୁ ଅଞ୍ଚଳରେ ମହାଆଡମ୍ବର ପାଳିତ ହୋଇଥିବାବେଳେ ଅଞ୍ଚଳରେ ନୁଆଁଖାଇ ପର୍ବ ମଧ୍ୟ ପାଳିତ ହୋଇଯାଇଛି । ଏହି କ୍ରମରେ ଭାଇଚାରା ଏବଂ ସୁସମ୍ପର୍କ ବଜାୟ ରଖିବା ପାଇଁ ବିଭିନ୍ନ ଗାଁରେ ପାଳିତ ହୋଇଥିବା ଗଣେଶ ପୂଜାରେ ପ୍ରଭୁ ଗଣେଶଙ୍କୁ ଦର୍ଶନ କରି ଆର୍ଶୀବାଦ ଭିକ୍ଷା କରି ବିଭିନ୍ନ ପେଣ୍ଡାଲ ବୁଲିଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତର ଯୁବଗୋଷ୍ଠୀ । କୁଟ୍ରିଛାପର ପଞ୍ଚାୟତର ବିଜେପି ସଭାପତି ଦଶରଥ ସାନ୍ତାଙ୍କ ନେତୃତ୍ୱରେ ପଞ୍ଚାୟତର କାର୍ଯ୍ୟକର୍ତ୍ତା ସହ ଯୁବଗୋଷ୍ଠୀ ଗଣେଶ ପେଣ୍ଡାଲମାନଙ୍କରେ ଗସ୍ତ କରିଛନ୍ତି । କୁଟ୍ରିଛାପର ପଞ୍ଚାୟତର ପାଇକସାହି, ମାଣ୍ଡିଆଡୁସି, ଗୌଡ଼ଗୁଡା, ଚିକିଲି, କଲେଗାଁ, ବାଣୁଆ ସାହି ଆଦି ଗ୍ରାମରେ ହୋଇଥିବା ପବିତ୍ର ଗଣେଶ ପୂଜା ପେଣ୍ଡାଲମାନଙ୍କରେ ଯୋଗଦାନ କରି ଗଜାନନଙ୍କ ଆର୍ଶୀବାଦ ନେବା ସହ ସ୍ଥାନୀୟ ଲୋକଙ୍କ ସହିତ ନୂଆଁଖାଇ ଭେଟ୍ଘାଟ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କୁଟ୍ରିଛାପର ପଞ୍ଚାୟତର ଧନସିଂ ଗୌଡ଼, ମାଧବ ମାଝୀ, ନରସିଂ ପୂଜାରୀ, ରାମ ସାନ୍ତା, ବିରେନ୍ଦ୍ର ପାଣ୍ଡେ, ଜଳନ୍ଦର ହରିଜନ, କୁମ ଜାନି ପ୍ରମୁଖ ଯୋଗ ଦେଇଥିଲେ ।