ହମ୍ପ୍ସ ଯୋଗୁଁ ବଢୁଛି ଦୁର୍ଘଟଣା 

 ନିଆଳି: ଫୁଲନଖରା-ନିଆଳି ୬୦ ନମ୍ବର ରାଜ୍ୟ ରାଜପଥର କାଳିଆଘାଇ ଛକ ୫୦ ମିଟର ଭିତରେ ତିନି ତିନୋଟି ହମ୍ପ୍ସ ନିର୍ମାଣ ହୋଇଥିବାରୁ ପ୍ରତ୍ୟେକ ଦିନ ଛୋଟମୋଟ ଦୁର୍ଘଟଣା ଘଟିବା ସହ ବିଶେଷ କରି ଚାରିଚକିଆ ଯାନ ଦୁର୍ଘଟଣାଗ୍ରସ୍ଥ ହେଉଛି । ପୂର୍ତ୍ତ ବିଭାଗ ପକ୍ଷରୁ ଉକ୍ତ ଜାଗାରେ କୌଣସି ହମ୍ପ୍ସ ଓ ବାଙ୍କ ଥିବା ସତ୍ତ୍ୱେ ଏହାର ସଙ୍କେତ ଦିଆଯାଇନାହିଁ । ଯାହା ଫଳରେ ଗାଡି ଦୁର୍ଘଟଣା ଘଟୁଛି । ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପୂର୍ତ୍ତ ବିଭାଗ କୌଣସି ପଦକ୍ଷେପ ନେଉନାହିଁ । ସୂଚନାଥାଉକି, ପୂର୍ବରୁ ଏହି ଜାଗାରେ ଦୁର୍ଘଟଣା ଘଟି ବହୁ ଲୋକ ମୃତୁ୍ୟବରଣ କରିଛନ୍ତି