ରାଜରାସ୍ତାରେ ହାତୀ, ଭୟଭୀତ ଗ୍ରାମବାସୀ

 ଆନନ୍ଦପୁର : ଆନନ୍ଦପୁର ବନଖଣ୍ଡ ଦେଓଗାଁ ବନାଞ୍ଚଳ ଗାଁ ଦାଣ୍ଡ ରାଜ ରାସ୍ତାରେ ବୁଲିଛନ୍ତି ଦୁଇଟି ଜଙ୍ଗଲୀ ଦନ୍ତା ହାତୀ । ସୋମବାର ସକାଳୁ ସକାଳୁ ଏହି ହାତୀ ଦୁଇଟି କୁସେଇ ନଦୀ କୂଳରେ ବୁଲୁଥିବା ନେଇ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପଡୋଶୀ ଯାଜପୁର ଜିଲ୍ଲା ଟମକା ଅଞ୍ଚଳରୁ ଦେଓଗାଁ ବନାଞ୍ଚଳ ଜନବସତି ଆଡକୁ ହାତୀ ଦୁଇଟି ପଳାଇ ଆସିଥିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଦରଡିପାଳ, ରେକୁଟିଆ, ଦୀପପାଳ, ଚମ୍ପାପାଳ ଗ୍ରାମର ବିଭିନ୍ନ ଅଞ୍ଚଳରେ ଗଜ ରାଜ ବୁଲୁଥିବାରୁ ଗ୍ରାମବାସୀ ମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏନେଇ ଗ୍ରାମରେ ବୁଲି ବୁଲି ସଚେତନ କରୁଛନ୍ତି ଦେଓଗାଁ ବନାଞ୍ଚଳ କର୍ମଚାରୀ ମାନେ । ତେବେ ଗ୍ରାମବାସୀ  ମାନେ ହାତୀ ନିକଟକୁ ନଯିବାକୁ ପରାମର୍ଶ ଦେଇଥିବା ବେଳେ ସେମାନଙ୍କ ଗତି ବିଧି ଉପରେ ତୀକ୍ଷ୍ଣ ନଜର ରଖା ଯାଇଛି ବୋଲି ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।