୪ ମାସ ପୂରିଲା ପିଇଓଙ୍କ ବଦଳି : ନଥିପତ୍ର ହସ୍ତାନ୍ତର କରିବାରେ ବିଫଳ
ତିହିଡ଼ି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନେ୍ଦାଳ ପଞ୍ଚାୟତର ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ(ପିଇଓ) ଦୀନବନ୍ଧୁ ମହାନ୍ତି ସଂପ୍ରତି ଚର୍ଚ୍ଚାରେ । ପରୋକ୍ଷରେ ରାଜନୀତି କରୁଥିବା ଖୋଦ୍ ସରପଞ୍ଚ ସୁପ୍ରଭା ପାଣି ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି । ଦେଢ ବର୍ଷ ଧରି ଏହି ପଞ୍ଚାୟତ ଦାୟିତ୍ୱରେ ନାମକୁ ମାତ୍ର କାର୍ଯ୍ୟ କରୁଥିଲେ । ସରକାରୀ କାମରେ ସହଯୋଗ ନକରିବାରୁ ପଞ୍ଚାୟତବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ତାଙ୍କର ବଦଳି ଦାବି କରିଥିଲେ ଏବଂ ଗତ ୨୬.୧୦.୨୪ତାରିଖରେ ବ୍ଲକ ପ୍ରଶାସନ ପକ୍ଷରୁ ତାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ମାତ୍ର ଏଯାବତ ଯୋଗାଣ ବିଭାଗର ସମ୍ପୂର୍ଣ୍ଣ ଦାୟିତ୍ୱ ଅଦ୍ୟାବଧି ନୂତନ ପିଇଓଙ୍କୁ ହସ୍ତାନ୍ତର କରି ନାହାଁନ୍ତି । ଏତତ୍ ବ୍ୟତିତ ପଞ୍ଚାୟତର କାର୍ଯ୍ୟକାରୀ ହୋଇଥିବା କେତେକ ପ୍ରକଳ୍ପର ଫାଇଲ୍ ପଞ୍ଚାୟତକୁ ହସ୍ତାନ୍ତର କରିନଥିବାରୁ ସରକାରୀ କାର୍ଯ୍ୟରେ ଘୋର ବ୍ୟାଘାତ ସୃଷ୍ଟି ହେଉଛି ବୋଲି ଶ୍ରୀମତି ପାଣି ଗତ ୧୨.୦୨.୨୫ ତାରିଖରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହା ପରେ କୌଣସି ସମାଧାନ ହୋଇନଥିବାରୁ ପୂନଶ୍ଚ ତିହିଡି ବ୍ଲକରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିରରେ ଅଭିଯୋଗ କରିଥିଲେ । ସେଦିନ ତାଙ୍କ ବିରୋଧରେ ଥାନାରେ ଏତଲା ଦେବା ପର୍ଯ୍ୟନ୍ତ କଥା ମଧ୍ୟ ଯାଇଥିଲା । ତେବେ ତରବରିଆ ଭାବେ ଗତକାଲି ୧୩ଟି ପୁରୁଣା ଫାଇଲ୍ ସମେତ ଗୋଟିଏ ଏମଭି ଏବର ପିଇଓଙ୍କ ପ୍ରଦାନ କରିଥିବା ଜଣାଯାଇଛି । ତେବେ ଆହୁରି କେତେକ ଫାଇଲ୍ ସହିତ ଖାଉଟି ହିସାବ ଦେଇନଥିବାରୁ ବିଡିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ପୂନଶ୍ଚ କୈଫତ୍ ମଗାଯିବ ବୋଲି ବିଡିଓ ନିରଞ୍ଜନ ବାରିକଙ୍କ ସୂତ୍ରରୁ ସୂଚନା ମିଳିଛି ।