ଅଖିଳଚକ୍ର ପକ୍ଷରୁ ମହାବିଷୁବ ମିଳନ

 ଯାଜପୁର : ଅରିଲୋ ଶାମେଶ୍ୱର ପୀଠରେ ଅଖିଳଚକ୍ର ପକ୍ଷରୁ ମହାବ ବିଷୁବ ମିଳନ ପାଳିତ ହୋଇଯାଇଛି । ସକାଳେ ଉଦଘାଟନୀ, ସମ୍ବର୍ଦ୍ଧନା, ଶୈ÷ବକଳ୍ପ ସ୍ମରଣୀକା ଉନ୍ମୋଚନ ନାରୀକବି ବିଦୁ୍ୟତପ୍ରଭା ଦେବୀଙ୍କ ପ୍ରତି ଶ୍ମୃତିଅର୍ଘ୍ୟ ଓ ଜିଲାସ୍ତରୀୟ କବି ସମ୍ମିଳନୀ ଓ ସ୍ୱରଚିତ କବିତାପାଠୋସôବ ଅନୁଷ୍ଠିତ ହୋଇଥିଲା । ବିଶିଷ୍ଠ ସାହିତି୍ୟକ ଡଃ ଗୋବିନ୍ଦ ଚନ୍ଦ୍ର ଭୂୟାଁ ଏହାକୁ ଉଦଘାଟନ କରି କହିଲେ ଯେ ସାହିତ୍ୟ ସବୁବେଳେ ସମାଜକୁ ବାର୍ତ୍ତା ଦେଇଥାଏ । ଭ୍ରଷ୍ଟାଚାରରୁ ସମାଜକୁ ରକ୍ଷା କରିଥାଏ । ଅଖିଳଚକ୍ରର ସଭାପତି ବିଶିଷ୍ଟ ଗାଳ୍ପିକ ରାଜ୍ୟବର୍ଦ୍ଧନ ଧଳ ମହାପାତ୍ରଙ୍କ ସଭାପତିତ୍ୱର ଅନୁଷ୍ଠିତ ଉତ୍ସବରେ ଉକ୍ରଳ ସାହିତ୍ୟ ସମାଜର ସମ୍ପାଦକ ପ୍ରାଧ୍ୟାପକ ଆଦିତ୍ୟ ପ୍ରତାପ ଧଳ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସାହିତ୍ୟର ଅନ୍ତର୍ନିହୀତ ଶକ୍ତି ବିଷୟରେ କହିଥିଲେ । ସମ୍ପାଦକ ହରେକୃଷ୍ଣ ପଣ୍ଡା ପ୍ରାରମ୍ଭିକ ସୂଚନା ଦେଇ ଆଜିର ଓଡିଶାରେ ଏକତା,ଭ୍ରାତୃତ୍ୱ ଓ ଉକôଳୀୟ ଚେତନାର ଉଦ୍ରେକ ପାଇଁ ଆହ୍ୱାନ ଦେଇଥିଲେ । ଡଃ.ରବୀନ୍ଦ୍ର କୁମାର ପରିଡା ଅତିଥି ପରିଚୟ, ଶିକ୍ଷାବିତ ଗୋପୀନାଥ ଦାଶ ସ୍ୱାଗତ ଭଷଣ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରସନ୍ନ କୁମାର ରାଉତ, ଖରସୋ୍ରତା ପୁସ୍ତକ ମେଳା କମିଟିର ଅଧ୍ୟକ୍ଷ ପଦ୍ମାକର ଗୁରୁ, ଶାମେଶ୍ୱର ଆଞ୍ଚଳିକ ଉନ୍ନୟନ କମିଟିର ସଭାପତି ନରହରି ସାମଲ ଓଡିଶାର ଭାଷା ସଂସ୍କୃତିର ସୁରକ୍ଷା ପାଇଁ ଚିନ୍ତାବ୍ୟକ୍ତ କରିଥିଲେ । ଏହି ଅବସରରେ  ସାହିତି୍ୟକ ପ୍ରାଧ୍ୟାପକ ଆଦିତ୍ୟ ପ୍ରତାପ ଧଳ, ସମାଜସେବୀ ଅଟଳବିହାରୀ ନାୟକ, ସାମାଜିକ କର୍ମୀ ଗୋବିନ୍ଦ ଚନ୍ଦ୍ର ସାମଲ, ସମାଜସେବୀ ଦେବେନ୍ଦ୍ର ନାୟକ ଓ ଆଶିଷ କୁମାର ସାମଲଙ୍କୁ ଉପଢୌକନ, ମାନପତ୍ର ଦିଆଯାଇ ମହାବିଷୁବ ସମ୍ମାନରେ ସମ୍ମାନିତ କରାଯାଇଥିଲା । ମୁଖ୍ୟଅତିଥି ଉନ୍ନୟନ ପରିଷଦର ମୁଖପତ୍ର ଶୈ÷ବକଳ୍ପକୁ ଉନ୍ମୋଚନ କରିଥିଲେ । ଅପରାହ୍ନରେ ନାରୀ କବି ବିଦୁ୍ୟତପ୍ରଭା ଦେବୀଙ୍କୁ ସ୍ମୃତି ଅର୍ଘ୍ୟ ଦିଆଯାଇ କବିମାନେ ସ୍ୱରଚିତ ଓ ବିଦୁ୍ୟତପ୍ରଭାଙ୍କ କାବ୍ୟାବଳୀରୁ କବିତା ଆବୃତି କରିଥିଲେ । ଏଥିରେ ଅନୁଷ୍ଠାନ ପକ୍ଷରୁ ଗୌରାଙ୍ଗ ସ୍ୱାଇଁ ସଭାପତିତ୍ୱ କରିଥିବା ବେଳେ ଡଃ ଦେବ ପ୍ରସାଦ ସାମଲ, କବି ଭାଗ୍ୟଧର ସାହୁ, କବି ଭକ୍ତ ଚରଣ ସାହୁ, ଆଇନଜୀବୀ ଅମ୍ଭିକା ପ୍ରସାଦ ସାମଲ, କବି ସନ୍ତୋଷ କୁମାର ବେଉରିଆ, ଅଧ୍ୟାପକ ଅଜୟ କୁମାର ଓଝା, କାବି୍ୟକ ଓ ତାତ୍ତ୍ୱିକ ଆଲୋଚନା କରିଥିଲେ । ସଂଯୋଜିକା ଭାବେ କବୟିତ୍ରୀ ଅମ୍ରିତା ସିଂହ, ବନ୍ଦନା ସାମଲ, ଅଧ୍ୟାପକ ମଂଟୁ ବଳିୟାର ସିଂହ ଓ କବି ଜୀତେନ୍ଦ୍ର କୁମାର ବେଉରିଆ ପ୍ରମୁଖ ଯୋଗ ଦେଇଥିଲେ । ଉସôବରେ ଅଟଳବିହାରୀ ନାୟକ ଓ ଗୋବିନ୍ଦ ଚନ୍ଦ୍ର ସାମଲ ଶାମେଶ୍ୱରଙ୍କ ଐ୍ୟତିହ୍ୟ ଓ ମହାତ୍ମ୍ୟ ଉପରେ ସୂଚନା ଦେଇ ଧନ୍ୟବାଦ ଅର୍ପଣ କରିଥିଲେ ।