ଅଗ୍ନି ବିପନ୍ନଙ୍କୁ ସହାୟତା

 ପାରାଦୀପ:  ଅଠରବାଙ୍କୀ ଲକପଡା ବେଲ୍ଟ ଲାଇନ ତଳେ  ଆକସ୍ମିକ ଅଗ୍ନିକାଣ୍ଡରେ ସର୍ବସ୍ୱ ହରାଇଥିବା ୪ପରିବାରଙ୍କୁ ଆଜି ସହାୟତା ଯୋଗାଇଛି ସ୍ୱେଚ୍ଛାସେବୀ ସଂଗଠନ ଅସହାୟ କଲ୍ୟାଣ ସମିତି । ସମିତିର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନେ ବିପନ୍ନଙ୍କ ନିକଟରେ ପହଞ୍ଚô ସେମାନଙ୍କୁ ଶୁଖିଲା ଖାଦ୍ୟ, ପିନ୍ଧା ବସ୍ତ୍ର ଆଦି ପ୍ରଦାନ କରିଥିଲେ । ଅସହାୟ କଲ୍ୟାଣ ସମିତି ଟ୍ରଷ୍ଟର ଏଭଳି କାର୍ଯ୍ୟ ପାଇଁ ଅଗ୍ନି ବିପନ୍ନ ପରିବାର ସମିତିର ସମସ୍ତ କର୍ମ କର୍ତ୍ତାଙ୍କୁ ଧନ୍ୟବାଦ ଦେଇଛନ୍ତି । ୪ଦିନ ତଳେ ଘରେ ସର୍ଟସର୍କିଟ୍ ଯୋଗୁ ୪ ପରିବାରର ସମସ୍ତ ଆସବାବ ପୋଡ଼ି ଛାରଖାର ହୋଇଯାଇଥିଲା ।