ଅଘୋଷିତ ବିଡିଓଙ୍କ କବ୍ଚାରେ ବ୍ଲକ : ବାବୁଙ୍କ ପ୍ରକୋଷ୍ଠରେ ହୁଏ ସବୁ ଡିଲ୍
ବିଞ୍ଝାରପୁର: ସର୍ବଦା ଦୁର୍ନୀତିକୁ ନେଇ ଚର୍ଚ୍ଚାରେ ରହିଆସୁଛି ଜିଲ୍ଲାର ବିଞ୍ଝାରପୁର ବ୍ଲକ୍ । ସେ ମନରେଗା ହେଉ କି ଭତ୍ତା, ରାସନ କାର୍ଡ ହେଉ କି ଆବାସ, ଅବା ରାସ୍ତା କାର୍ଯ୍ୟ ସବୁଥିରେ ଭରପୁର ଦୁର୍ନୀତିର ମଞ୍ଜି ରହିଥାଏ ବ୍ଲକ୍ରେ । ମନରେଗା ଦୁର୍ନୀତିରେ କେନ୍ଦ୍ରୀୟ ଟିମ୍ ତଦନ୍ତ ପରେ ଗଣ୍ଡାଗଣ୍ଡା ମିଥ୍ୟା ବିଲ କରି ଅର୍ଥ ହଡପ କରିଥିବା ଅଧିକାରୀଙ୍କୁ ନିଲମ୍ବିତ କରାଯାଇ ସରକାର ଜରିମାନା ବି ଆଦାୟ କରିଥିବା ବେଳେ ବର୍ତମାନ ଭେଣ୍ଡିଆ ଭତାକୁ ନେଇ ରାଜ୍ୟରେ ଦୁର୍ନୀତିର ଶିଖର ଛୁଇଁ ରେକର୍ଡ କରିଛି ବିଞ୍ଝାରପୁର ବ୍ଲକ । ଏତେ ପରେ ବି ନିଜକୁ ମାର୍ଜିତ କରୁନାହାନ୍ତି ଏଠି କିଛି ଅଧିକାରୀ । ବ୍ଲକ ପରିସର ଭିତରେ ଗୋଟିଏ କଣରେ ରହିଥିବା ଓଡିଶା କର ଓ ହିସାବ ସେବା ବ୍ଲକ ଅର୍ଥ ଅଧିକାରୀ କାଶୀନାଥ ମଲିକଙ୍କ ପ୍ରକୋଷ୍ଠ । ଯାହା ଭିତରେ ସବୁ ପ୍ରକାର ଦୁର୍ନୀତି ନେଣ ଦେଣେ ଡିଲ କରାଯାଇଥାଏ । କେଉଁ କାର୍ଯ୍ୟର କେତେ ବେଳେ ବିଲ କରାଯିବ, କେତେ ଟଙ୍କା ବିଲ କରାଯିବ ଏମିତି କି କେଉଁ ଭେଣ୍ଡର ଆକାଉଣ୍ଟକୁ ଟଙ୍କା ଛଡ଼ା ପିସି କେତେ ପର୍ସେଣ୍ଟ କଟାଯିବ ପ୍ରକାର ଡିଲ ହୋଇ ଥାଏ ବ୍ଲକର ନିର୍ଦ୍ଧିଷ୍ଠ ଏହି କୋଠରୀରେ । ନିଜକୁ ସ୍ଥାନୀୟ ବିଧାୟିକାଙ୍କ ବନ୍ଧୁ କହି ଦବଦବା ଦେଖାଇ ଥାଆନ୍ତି ବ୍ଲକ ଅର୍ଥ ଅଧିକାରୀ । ଅଧିକାରୀ ଜଣଙ୍କ ପାଖାପାଖି ଚାରି ବର୍ଷରୁ ଉର୍ଦ୍ଧ ସମୟ ଧରି ବ୍ଲକରେ ରହି ଆସୁଥିବା ବେଳେ କୁଆଡେ ବିଡିଓ ପାୱାର ଠାରୁ ଏହି ବାବୁଙ୍କର ପାୱାରଫୁଲ ଅଟନ୍ତି । ନୂଆ ସରକାରରେ ବ୍ଲକରେ ହେଇଥିବା ସୁଭଦ୍ରା ଯୋଜନାର ଲୋକର୍ପଣ୍ଣ କାର୍ଯ୍ୟରେ କିଛି ପଇସା ଖର୍ଚ୍ଚ କରି ବାକି ଅର୍ଥ ହଡ଼ପ କରିନେଇଥିବା ଶୁଣିବାକୁ ମିଳିଛି । ବ୍ଲକର କିଛି ତଳିଆ କର୍ମଚାରୀ ଓ ଭେଣ୍ଡରଙ୍କ ସାହାର୍ଯ୍ୟରେ ବାବୁ କମାଇ ଥାଆନ୍ତି ମୋଟା ଅଙ୍କର ଅର୍ଥ । ଯାହାକି ବିଡିଓଙ୍କ ପ୍ରକୋଷ୍ଠରେ ଯାହା ସମ୍ଭବ ନୁହଁ ତାହା ପ୍ରକୋଷ୍ଠ ଯଥା ପୂର୍ବକ ସମ୍ଭବ ହେଇଥାଏ । ଯାହାକି ବିଡିଓଙ୍କ ବଦଳରେ ବିଞ୍ଝାରପୁର ବ୍ଲକ ରହିଛି ଏହି ଅଘୋଷିତ ବିଡିଓଙ୍କ କବଜାରେ ବୋଲି ସାଧାରଣରେ ଆଲୋଚନା ହେଉଛି ।