ଅଙ୍ଗନବାଡି କର୍ମୀଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର 

 ରାଜନଗର : ରାଜନଗର ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଆନୁକୂଲ୍ୟରେ ପ୍ରକଳ୍ପସ୍ତରୀୟ ଅଙ୍ଗନବାଡି କର୍ମୀଙ୍କ ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି । ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଦିପାଳୀ ମିଶ୍ରଙ୍କ ପୈ÷ାରହିତ୍ୟରେ ଅନୁଷ୍ଠିତ ଏହି ତାଲିମ ଶିବିରକୁ ରାଜନଗର ବିଡିଓ ଅନିରୁଦ୍ଧ ବେହେରା ଉଦ୍ଘାଟନ କରିଥିଲେ । ପୋଷଣ ବି ପଢାଇ ବି-୨୦୨୫ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ବିଡିଓ ଶ୍ରୀ ବେହେରା ଯୋଗଦେଇ ପୋଷଣ କାର୍ଯ୍ୟକ୍ରମ ସହିତ ପଢା କାର୍ଯ୍ୟକ୍ରମ ଜାରି ରହିବ । ସେ ନେଇ କର୍ମୀମାନେ ଦାୟିତ୍ୱବାନ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେବା ସହିତ ଆଜିର ଶିଶୁଟି ଭବିଷ୍ୟତରେ ଦେଶର କିପରି ସୁନାଗରିକ ହେବ, ଆମ ସମସ୍ତଙ୍କର ଦାୟିତ୍ୱ ରହିଛି ବୋଲି କହିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଶୁଶାନ୍ତ କୁମାର ବାରିକ ଓ ପ୍ରକଳ୍ପ ଅଧିକାରିଣୀ ଶ୍ରୀମତୀ ମିଶ୍ର ଆଦ୍ୟ ଶୈ÷ଶବରେ ଶିଶୁର ଯତ୍ନ ଓ ଶିକ୍ଷା ଉପରେ ବିଶେଷ ଗୁରୁତ୍ୱ ଦେଲେ ଶିଶୁମାନେ ଦେଶର ଜଣେ ଜଣେ ସୁନାଗରିକ ହୋଇ ପାରିବେ ବୋଲି କହିଥିଲେ । ସୁପରଭାଇଜର ରଜନୀ ରାଉଳ, ସନ୍ଧ୍ୟାରାଣୀ ବେହେରା, ମିନତୀ ମିଶ୍ର, କ୍ଷିତିସ୍ମିତା ଖଟୁଆ, ସମୀକ୍ଷା ଦାସ ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।