ଅଚୁ୍ୟତାନନ୍ଦ ସାମଲଙ୍କ ସ୍ମୃତି ସମାରୋହ
ବଡ଼ଚଣା : ଅଞ୍ଚଳର ଲୋକପ୍ରିୟ ଜନନେତା, ଆଦର୍ଶ ଶିକ୍ଷକ, ଗାନ୍ଧି ଆଦର୍ଶର ପଥିକ, ସୁସାହିତି୍ୟକ ଅଚୁ୍ୟତାନନ୍ଦ ସାମଲଙ୍କ ଦ୍ୱିତୀୟ ସ୍ମୃତି ସମାରୋହ ତାଙ୍କ ଜନ୍ମ ମାଟି ବରୀ ବ୍ଲକ୍ ଅନ୍ତର୍ଗତ ଅରିଲୋ ସ୍ଥିତ ଜଗନ୍ନାଥ ମନ୍ଦିରରେ ଅଚୁ୍ୟତାନନ୍ଦ ସାମଲ ସ୍ମାରକ ପ୍ରତିଷ୍ଠାନ ଆନୁକୂଲ୍ୟରେ ପାଳିତ ହୋଇଛି । ଗୋପବନ୍ଧୁ -ରମାଦେବୀ ଆଶ୍ରମର ସମ୍ପାଦକ ତଥା ପ୍ରତିଷ୍ଠାନ ସଭାପତି ନିମାଇଁ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ରାକ୍ତନ ପ୍ରଧାନଶିକ୍ଷୟିତ୍ରୀ ବନୋଜା ଜେନା, ଅଧ୍ୟାପକ ରାଧାକାନ୍ତ ସାମଲ, ସମାଜସେବୀ ଭୁବନାନନ୍ଦ ସାମଲ ପ୍ରମୁଖ ମଞ୍ଚାସିନ ଥିଲେ । ପ୍ରଥମେ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ କରି ଜ୍ୟେଷ୍ଠ ପୁତ୍ର ସତ୍ୟସିବ ସାମଲ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ । ଅତିଥିମାନେ ତାଙ୍କ ବକ୍ତବ୍ୟରେ ସ୍ୱର୍ଗତ ସାମଲଙ୍କ ବହୁମୁଖି ପ୍ରତିଭା ଉପରେ ଆଲୋକପାତ କରିଥିଲେ । ଏଭଳି ଜଣେ ବ୍ୟକ୍ତିଙ୍କୁ ସମାଜ କେବେ ବି ଭୁଲି ପାରିବ ନାହିଁ । ଅନ୍ୟମାନଙ୍କ ମଧ୍ୟରେ ଚନ୍ଦ୍ରମଣି ସାମଲ, ରବୀନ୍ଦ୍ର ମହାପାତ୍ର, ଗିରିଜା ଭୂଷଣ ରାୟ, ସୀମାନ୍ତ ପାତ୍ର, ନରହରି ଦାସ, ରବୀନ୍ଦ୍ର ସାହୁ, ଅରୁଣ ସାମଲ, ବିଞ୍ଝାରପୁର ବ୍ଲକର ପୂର୍ବତନ ଚେୟାରମ୍ୟାନ ପୁରୁଷୋତ୍ତମ ବେହେରା, ସମାଜସେବୀ ରାମ ନାରାୟଣ ବଳିୟାର ସିଂ, ଅବସରପ୍ରାପ୍ତ ଶିକ୍ଷକ ଚନ୍ଦ୍ରମଣି ସାମଲ, ବିଚିତ୍ରାନନ୍ଦ ବେହେରା ଏବଂ ରବିନ୍ଦ୍ର ସାହୁ, ସୁଶାନ୍ତ ସାମଲ, ମିତ୍ରଲାଭ ସାମଲ, ପ୍ରଜ୍ଞକ୍ଷ ରଞ୍ଜନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ମାର୍ଚ୍ଚ ୧୨ ତାରିଖରେ ତାଙ୍କର ୯୦ତମ ଜୟନ୍ତୀ ପାଳନ କରିବାକୁ କର୍ମକର୍ତ୍ତା ମାନେ ମତ ପ୍ରକାଶ କରିଥିଲେ । ଶେଷରେ ସତ୍ୟ ପ୍ରକାଶ ସାମଲ ଧନ୍ୟବାଦ୍ ପ୍ରଦାନ କରିଥିଲେ ।