ଅଦାଲତ ଉଦ୍ଘାଟନ ପୂର୍ବରୁ ସ୍ଥିତି ପରଖିଲେ ନ୍ୟାୟଧୀଶ
କାକଟପୁର : ଗ୍ରାମାଞ୍ଚଳର ସାଧାରଣ ଲୋକ ନ୍ୟାୟ ପାଇବା ପାଇଁ ଅସ୍ତରଙ୍ଗ କାକଟପୁରରୁ ଦୀର୍ଘ ୩୦ କିଲୋମିଟର ଯାତ୍ରା କରୁଥିଲେ । ଏହି ଅସୁବିଧାରେ ପଡ଼ିବାକୁ ଯାଉଛି ପୂର୍ଣ୍ଣଛେଦ । ଉଭୟ କାକଟପୁର ଓ ଅସ୍ତରଙ୍ଗ ବ୍ଲକରେ ଉଦଘାଟନ ହେବାକୁ ଯାଉଛି ଦେୱାନୀ ବିଚାରପତି ଏବଂ ୧ମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀଙ୍କ ଅଦାଲତ । ଉଦଘାଟନ ପୂର୍ବରୁ ଏହି ୨ ବ୍ଲକର କୋର୍ଟ ଓ ପାରିପାର୍ଶ୍ୱିକ ସ୍ଥିତି ଯାଞ୍ଚ କରିବାକୁ ଆଜି ପହଞ୍ଚିଥିଲେ ଓଡିଶା ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ କେ. ଆର ମହାପାତ୍ର ଓ ପୁରୀ ଜିଲ୍ଲା ଦୌରା ଜଜ୍ ଅଜନ୍ତା ଷଡ଼ଙ୍ଗୀ ମହୋଦୟା, ଅସ୍ତରଙ୍ଗ ଓ କାକଟପୁର ର ନୂତନ କୋର୍ଟ ପରିସରରେ ପହଞ୍ଚି ସମସ୍ତ ଅଧିକାରୀଙ୍କ ସହିତ ସବୁ ପ୍ରକାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ସମୟରେ ଅସ୍ତରଙ୍ଗ ଅତିରିକ୍ତ ତହସିଲଦାର ପ୍ରଭୁ ପ୍ରସାଦ ପଣ୍ଡା ଓ ଜଗତସିଂହପୁର ସାଂସଦଙ୍କ ପ୍ରତିନିଧି ଦିବାକର ଛାଟୋଇ ଉପସ୍ଥିତ ଥିଲେ ।